Posted inଜାତୀୟ

ସିମି ଉପରେ ଶୁଣାଣି ଶୀଘ୍ର କରିବାକୁ ମନା କଲେ ସୁପ୍ରିମ୍‌କୋର୍ଟ, କହିଲେ ୩୭୦ ସମ୍ପର୍କିତ ଆବେଦନ ଶୁଣାଣି ସରିଲେ ହେବ…

ନୂଆଦିଲ୍ଲୀ,୨୫।୭ : ଦେଶରେ ଅନେକ ଆତଙ୍କବାଦୀ କାର୍ଯ୍ୟକଳାପରେ ଜଡିତ ଥିବା ଏବଂ ଅନ୍ୟ ଆତଙ୍କବାଦୀ ସଂଗଠନ ସହ ଲିଙ୍କ ଥିବାରୁ ଭାରତ ସରକାର ନିଷିଦ୍ଧ ସଂଗଠନ ତାଲିକାରେ ଷ୍ଟୁଡେଣ୍ଟସ ଇସଲାମିକ ମୁଭମେଣ୍ଟ ଅଫ ଇଣ୍ଡିଆ (ସିମି) କୁ ଅନ୍ତର୍ଭୁକ୍ତ କରିଥିଲେ। ଏଥି ସହ ସୁପ୍ରିମକୋର୍ଟରେ ମଧ୍ୟ ଏହି ନିଷେଧାଦେଶ ହଟାଇବାକୁ ଏକ ପିଟିଶନ ଦାଖଲ କରାଯାଇଥିଲା। ଷ୍ଟୁଡେଣ୍ଟସ ଇସଲାମିକ ମୁଭମେଣ୍ଟ ଅଫ ଇଣ୍ଡିଆ (ସିମି) ଉପରେ ଲାଗୁ କରାଯାଇଥିବା ପ୍ରତିବନ୍ଧକ ବିରୋଧରେ ଆବେଦନଗୁଡ଼ିକର ଜରୁରୀ ଶୁଣାଣି କରିବାକୁ ମଙ୍ଗଳବାର ସୁପ୍ରିମକୋର୍ଟ ମନା କରିଦେଇଛନ୍ତି।

ସୁପ୍ରିମକୋର୍ଟ କହିଛନ୍ତି ଧାରା ୩୭୦ ଉପରେ ଶୁଣାଣି ସମ୍ବିଧାନ ବେଞ୍ଚରୁ ଆରମ୍ଭ ହେଉଛି। ଯେତେବେଳେ ଏହା ଉପରେ ଶୁଣାଣି ଶେଷ ହେବ, ସେତେବେଳେ ଏସବୁ ଉପରେ ବିଚାର କରାଯିବ। ଜଷ୍ଟିସ ଏସ.କେ କୌଲ ଏବଂ ସୁଦର୍ଶନ ଧୁଲିଆଙ୍କୁ ନେଇ ଗଠିତ ବେଞ୍ଚକୁ ଆଇନଜୀବୀ କହିଛନ୍ତି ଜାନୁଆରୀ ୧୮ ରେ ଶୁଣାଣି ପାଇଁ ଏହା ଆସିଥିଲା ଏବଂ ସେବେଠାରୁ ଏହି ମାମଲା ତାଲିକାଭୁକ୍ତ ହୋଇନାହିଁ।

ଏଥି ସହିତ, କେନ୍ଦ୍ର ସରକାର ସିମି ବିଷୟରେ ଅବଗତ ଅଛନ୍ତି, ଏହା ପୂର୍ବରୁ କେନ୍ଦ୍ର ସରକାର ସୁପ୍ରିମକୋର୍ଟଙ୍କୁ କହିଥିଲେ ସିମିର ମୂଳ ଉଦ୍ଦେଶ୍ୟ ହେଉଛି ଭାରତରେ ଇସଲାମିକ ନିୟମ ପ୍ରତିଷ୍ଠା କରିବା, ଯାହା ପୂରଣ ହୋଇପାରିବ ନାହିଁ। ଏହି ନିଷିଦ୍ଧ ସଂଗଠନର କାର୍ଯ୍ୟକର୍ତ୍ତାମାନେ ତଥାପି ବିଦ୍ରୋହୀ କାର୍ଯ୍ୟକଳାପରେ ଜଡିତ ଅଛନ୍ତି ଯାହା ଦେଶର ସାର୍ବଭୌମତ୍ୱ ଏବଂ ଆଞ୍ଚଳିକ ଅଖଣ୍ଡତା ପ୍ରତି ବିପଦ ସୃଷ୍ଟି କରିପାରେ।

କେନ୍ଦ୍ର ସରକାର ସୁପ୍ରିମକୋର୍ଟରେ ଏକ ଆଫିଡେଭିଟ ଦାଖଲ କରିଥିଲେ ଏହି ସଂଗଠନର କାର୍ଯ୍ୟକର୍ତ୍ତାମାନେ ଅନ୍ୟ ସହଯୋଗୀ ତଥା ସେମାନଙ୍କ ମାଲିକଙ୍କ ସହ ନିୟମିତ ଯୋଗାଯୋଗରେ ଅଛନ୍ତି ଏବଂ ସେମାନଙ୍କର କାର୍ଯ୍ୟକଳାପ ଭାରତରେ ଶାନ୍ତି ଓ ସାମ୍ପ୍ରଦାୟିକ ସମନ୍ବୟକୁ ଭଙ୍ଗ କରିପାରେ। ଏହା ମଧ୍ୟ କୁହାଯାଇଛି ସିମିର ଉଦ୍ଦେଶ୍ୟ ହେଉଛି ଛାତ୍ର ଏବଂ ଯୁବକମାନଙ୍କ ନିକଟରେ ଇସଲାମ ବିସ୍ତାର କରିବା ଏବଂ ଜିହାଦ ପାଇଁ ସମର୍ଥନ ପାଇବା।

ବେଆଇନ କାର୍ଯ୍ୟକଳାପରେ ସମ୍ପୃକ୍ତ ଥିବା ଜଣାପଡିବା ପରେ କେନ୍ଦ୍ର ସରକାର ଏହିପରି ସଂଗଠନ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ଏହି ସଂଗଠନଗୁଡିକ ବିରୋଧରେ ୧୯୬୭ର ବେଆଇନ କାର୍ଯ୍ୟକଳାପ (ପ୍ରତିରୋଧ) ଅଧିନିୟମ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଏହା ବ୍ୟତୀତ ବର୍ତ୍ତମାନ ସୁଦ୍ଧା ୪୨ ଟି ଆତଙ୍କବାଦୀ ସଂଗଠନକୁ ବେଆଇନ କାର୍ଯ୍ୟକଳାପ (ପ୍ରତିରୋଧ) ଅଧିନିୟମ ଅନୁଯାୟୀ ସରକାର ନିଷିଦ୍ଧ କରିଛନ୍ତି।

୨୦୦୧ରେ ନିଷେଧାଦେଶ ସତ୍ତେ ସିମି କର୍ମୀମାନେ ଏକତ୍ରିତ ହୋଇ, ବୈଠକ କରୁଥିଲେ, ଷଡଯନ୍ତ୍ର କରୁଥିଲେ, ଅସ୍ତ୍ରଶସ୍ତ୍ର ଏବଂ ଗୁଳିଗୋଳା କ୍ରୟ କରି ବିଭିନ୍ନ କାର୍ଯ୍ୟରେ ଲିପ୍ତ ଥିଲେ। ସରକାର ଏହା ମଧ୍ୟ କହିଥିଲେ ଜମାତ-ଇ-ଇସଲାମି-ହିନ୍ଦରେ ବିଶ୍ୱାସ କରୁଥିବା ଯୁବକ ଏବଂ ଛାତ୍ର ସଂଗଠନ ଭାବରେ ଉତ୍ତରପ୍ରଦେଶର ଆଲିଗଡରେ ୨୫ ଏପ୍ରିଲ ୧୯୭୭ ରେ ସିମି ସୃଷ୍ଟି ହୋଇଥିଲା ଏବଂ ୧୯୯୩ ରେ ନିଜକୁ ସ୍ବତନ୍ତ୍ର ଘୋଷଣା କରିଥିଲା। ଏହାର ପ୍ରତିଷ୍ଠାତା ସଭାପତି ଥିଲେ ମହମ୍ମଦ ଅହମ୍ମଦୁଲ୍ଲା ସିଦ୍ଦିକି।


Enter your email to get our daily news in your inbox.

All Right Reserved By Dharitri.Com

ମା’ ହେଲା ବାଘୁଣୀ ‘ଜୟଶ୍ରୀ’: ୨ ଛୁଆ ମୃତ, ୧ ଜୀବିତ

ବାରଙ୍ଗ,୨୮ା୧୨: ନନ୍ଦନକାନନରେ ମା’ ହୋଇଛି ବାଘୁଣୀ ‘ଜୟଶ୍ରୀ’। ଜନ୍ମ ଦେଇଥିବା ୩ ଛୁଆ ମଧ୍ୟରୁ ୨ଟି ମୃତ୍ୟୁବରଣ କରିଥିବାବେଳେ ଗୋଟିଏ ଜୀବିତ ରହିଛି। ୩ ବର୍ଷୀୟ...

ପୁରୀ, ଭୁବନେଶ୍ୱରରେ ରେଳ ଚଳାଚଳ ଦୁଇଗୁଣା ବଢ଼ିବ

ଭୁବନେଶ୍ୱର,୨୮ା୧୨(ଅନୁରାଧା ମହାରଣା): ଆସନ୍ତା ୫ ବର୍ଷରେ ଅର୍ଥାତ୍‌ ୨୦୩୦ ସୁଦ୍ଧା ଭୁବନେଶ୍ୱର, ପୁରୀ ଏବଂ ବିଶାଖାପାଟଣାରେ ରେଳ ଚଳାଚଳ କ୍ଷମତା ଦ୍ୱିଗୁଣା କରାଯିବ। ଏଥିପାଇଁ ପ୍ରମୁଖ...

୧୦ମ ଶ୍ରେଣୀ ଇତିହାସ, ରାଜନୀତି ବିଜ୍ଞାନ ବହିରେ ଭୁଲ୍‌ ତଥ୍ୟ

ଭଦ୍ରକ,୨୮।୧୨(ସନାତନ ରାଉତ): ୨୦୧୩ ମସିହାରେ ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ମୁଦ୍ରିତ ଓ ପ୍ରକାଶିତ ୧୦ମ ଶ୍ରେଣୀ ଇତିହାସ ଓ ରାଜନୀତି ବିଜ୍ଞାନ ବହିରେ...

ସରକାରଙ୍କ ବଡ଼ ଘୋଷଣା, ଅନ୍‌ଲାଇନରେ ହେବନି…

କଟକ,୨୮।୧୨(କାର୍ତ୍ତିକ ସାହୁ): ଏଣିକି ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ (ଆର୍‌ଟିଓ)ରେ ମୋଟରଯାନ ନିୟମ ଉଲ୍ଲଂଘନରେ ଜାରି ହୋଇଥିବା ଇ-ଚାଲାଣ ବାବଦରେ ନଗଦ ଅର୍ଥ ଅଫ୍‌ଲାଇନରେ ଗ୍ରହଣ କରାଯିବ।...

ନୂଆ ଇତିହାସ ରଚିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ୨୮ ଡିସେମ୍ବରରେ…

ନୂଆଦିଲ୍ଲୀ, ୨୭।୨୫: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା ୨୮ ଡିସେମ୍ବରରେ ଭାରତୀୟ ନୌସେନାର ଏକ ପନଡୁବ୍ବୀରେ ସମୁଦ୍ର ଯାତ୍ରା କରିବେ। ଏହି ଯାତ୍ରା କର୍ନାଟକର କାରବାର...

 ‘Pay Later with BharatPe’: ଏବେ UPIରେ ମିଳିବ ଉଧାର: ଜାଣନ୍ତୁ କେତେ ଦିନ ମଧ୍ୟରେ ଫେରାଇବାକୁ ହେବ ଟଙ୍କା…

ନୂଆଦିଲ୍ଲୀ, ୨୭।୧୨:  ଆଜିର ଦ୍ରୁତଗତି ଜୀବନଶୈଳୀରେ ପ୍ରତ୍ୟେକ ବ୍ୟକ୍ତି ଡିଜିଟାଲ୍ ପେମେଣ୍ଟ୍ ଉପରେ ନିର୍ଭରଶୀଳ ହୋଇଯାଇଛନ୍ତି। ପରିବା କିଣିବା ହେଉ, କାଫେରେ କଫି ପିଇବା ହେଉ...

ଥୁଆମୂଳ ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ କର୍ମଚାରୀଙ୍କ ଚରମ ଅବହେଳା: ୨୦ ମିନିଟ୍ କାଳ ବେଡ୍‌ରେ ଛଟପଟ ହେଲେ ଦୁର୍ଘଟଣାଗ୍ରସ୍ତ ଯୁବକ

ଥୁଆମୂଳ ରାମପୁର, ୨୭।୧୨(ଦୁର୍ଗା କୀର୍ତ୍ତି):- କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ସ୍ବାସ୍ଥ୍ୟସେବା ଏବେ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ। କର୍ମଚାରୀଙ୍କ ଲଗାତାର ଅବହେଳା ଓ...

ଆନ୍ତଃରାଜ୍ୟ ଡକାୟତ ଗ୍ୟାଙ୍ଗକୁ ଧରିଲା ବଲାଙ୍ଗୀର ପୋଲିସ: ଦେଶୀ ବନ୍ଧୁକ, ବାଇକ୍‌ ଜବତ

ବଲାଙ୍ଗୀର,୨୭।୧୨(ସୁନିଲ ମହାନ୍ତି): ବଲାଙ୍ଗୀର ଟାଉନ ଥାନା ପୋଲିସଏକ ସ୍ବତନ୍ତ୍ର ଟିମ୍‌ ଶନିବାର ଏକ ଆନ୍ତଃରାଜ୍ୟ ଡକାୟତ ଗ୍ୟାଙ୍ଗକୁ ଧରିଛି l ଏ ନେଇ ବଲାଙ୍ଗୀର ଏସ୍‌ପି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri