Categories: ଜାତୀୟ

ଜୋଷୀମଠ ପ୍ରସଙ୍ଗର ଶୁଣାଣି ଶୀଘ୍ର କରିବାକୁ ମନା କଲେ ସୁପ୍ରିମ୍‌କୋର୍ଟ…

ନୂଆଦିଲ୍ଲୀ,୯।୧ : ଉତ୍ତରାଖଣ୍ଡର ଅନ୍ୟତମ ପ୍ରସିଦ୍ଧ ସହର ଜୋଷୀମଠ କ୍ରମାଗତ ଭାବରେ ଦବିବାରେ ଲାଗିଛି। ଏହି ପ୍ରସଙ୍ଗରେ ଶୀଘ୍ର ଶୁଣାଣି କରିବାକୁ ସୁପ୍ରିମକୋର୍ଟ ମନା କରି ଦେଇଛନ୍ତି। ପ୍ରଧାନ ବିଚାରପତି ଠି.ଓ୍ବାଇ.ଚନ୍ଦ୍ରଚୂଡ଼ କହିଛନ୍ତି ଯେ ସେ ଏହି ମାମଲାକୁ ମଙ୍ଗଳବାର ଉଲ୍ଲେଖ ତାଲିକାରେ ଅନ୍ତର୍ଭୁକ୍ତ କରିବା ଉଚିତ।

ତେବେ ସେ ଏହି ମାମଲାର ଶୁଣାଣି ହେବ କି ନାହିଁ ତାହା ନିଶ୍ଚିତ କରିବାକୁ ବିଚାର କରିବେ। ଜୋଷୀମଠର ଜଗଦଗୁରୁ ଶଙ୍କରାଚାର୍ଯ୍ୟ ଅଭିମୁକ୍ତେଶ୍ୱରନନ୍ଦ ସରସ୍ବତୀ ମହାରାଜ ସୁପ୍ରିମକୋର୍ଟରେ ଏନେଇ ଏକ ଆବେଦନ କରିଛନ୍ତି।

ଏହି ଆବେଦନରେ ପ୍ରଭାବିତ ଲୋକଙ୍କ ପୁନର୍ବାସ ସହିତ କୋର୍ଟ ସେମାନଙ୍କୁ ଆର୍ଥିକ ସହାୟତା ଯୋଗାଇବାକୁ ନିର୍ଦ୍ଦେଶ ଦେବାକୁ ମଧ୍ୟ ଅନୁରୋଧ କରାଯାଇଛି। ଜୋଷୀମଠ ଅଞ୍ଚଳର ଲୋକଙ୍କ ଜୀବନ ଏବଂ ସମ୍ପତ୍ତିର ନିରାପତ୍ତାକୁ ସୁନିଶ୍ଚିତ କରିବା, ଭୂସ୍ଖଳନ, ଭୂମି ଦବିଦା, ଭୂମି ଫାଟିବା ଭଳି ଘଟଣାର ମୁକାବିଲା କରିବା ପାଇଁ ଏହାକୁ ଜାତୀୟ ବିପର୍ଯ୍ୟୟ ବର୍ଗରେ ଘୋଷଣା କରିବାକୁ କେନ୍ଦ୍ର ଏବଂ ଜାତୀୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ ପକ୍ଷରୁ କୁହାଯାଇଛି। ଶୀଘ୍ର ଏବଂ ପ୍ରଭାବଶାଳୀ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେବାକୁ ଅନୁରୋଧ କରାଯାଇଛି ।

ଏହା ସହିତ ଏହି ଆବେଦନରେ କୁହାଯାଇଛି ଯେ ଏନଟିପିସି ଏବଂ ସୀମା ସଡ଼କ ସଂଗଠନକୁ ମଧ୍ୟ ରିଲିଫ କାର୍ଯ୍ୟରେ ସାହାଯ୍ୟ କରିବାକୁ ନିର୍ଦ୍ଦେଶ ଦିଆଯାଉ। ଏହି ଆବେଦନରେ କେନ୍ଦ୍ର ସରକାର, ଏନଡିଏମଏ, ଉତ୍ତରପ୍ରଦେଶ ସରକାର, ଏନଟିପିସି, ବିଆରଓ ଏବଂ ଜୋଷୀମଠର ଚାମୋଲି ଜିଲାର ଜିଲା ମାଜିଷ୍ଟ୍ରେଟଙ୍କୁ ପକ୍ଷଭୁକ୍ତ କରାଯାଇଛି।

Share