Posted inଜାତୀୟ

ପାର୍ଲାମେଣ୍ଟ ପ୍ରଣୀତ ଆଇନକୁ ସୁପ୍ରିମକୋର୍ଟ ରଦ୍ଦ କରିବା ବିଶ୍ୱରେ ବିରଳ: ଉପରାଷ୍ଟ୍ରପତି

ନୂଆଦିଲ୍ଲୀ,୪।୧୨: ପାର୍ଲାମେଣ୍ଟ ପ୍ରଣିତ ଜାତୀୟ ନ୍ୟାୟିକ ନିଯୁକ୍ତି କମିଶନ ଆଇନ (ଏନ୍‌ଜେଏସି)କୁ ସୁପ୍ରିମକୋର୍ଟ ରଦ୍ଦ କରିଦେବା ବିଶ୍ୱରେ ବିରଳ ଉଦାହରଣ ବୋଲି ଉପରାଷ୍ଟ୍ରପତି ଜଗଦୀପ୍‌ ଧନକର କହିଛନ୍ତି। ଏନେଇ ପାର୍ଲାମେଣ୍ଟରେ ଆଲୋଚନା ନ ହେବା ଗୁରୁତର ପ୍ରସଙ୍ଗ ବୋଲି ସେ ମତ ଦେଇଛନ୍ତି।

ସଂସଦରେ ଗୃହୀତ ହେଉଥିବା ଆଇନ ଜନସାଧାରଣଙ୍କ ଇଚ୍ଛାକୁ ପ୍ରତିଫଳିତ କରିଥାଏ। ସୁପ୍ରିମକୋର୍ଟ ଏହାକୁ ରଦ୍ଦ କରିଦେବା ଭଳି ଦୃଷ୍ଟାନ୍ତ ବିଶ୍ୱ ଜାଣେନାହିଁ। ସାମ୍ବିଧାନିକ ବ୍ୟବସ୍ଥା ଉପରେ ଉପରାଷ୍ଟ୍ରପତି କହିଥିଲେ, ଆଇନକୁ ନେଇ କୌଣସି ପ୍ରଶ୍ନ ଉଠିଲେ, ଅଦାଲତ ଏହାକୁ ଅନୁଧ୍ୟାନ କରିଥାନ୍ତି। ତେବେ ଆଇନକୁ ରଦ୍ଦ କରିଦେବା କଥା କେଉଁଠି କୁହାଯାଇ ନାହିଁ ବୋଲି ଉପରାଷ୍ଟ୍ରପତି ଭାରତର ପ୍ରଧାନ ବିଚାରପତି ଡି.ଓ୍ବାଇ. ଚନ୍ଦ୍ରଚୂଡ଼ଙ୍କ ଉପସ୍ଥିତିରେ କହିଥିଲେ। ଦିଲ୍ଲୀରେ ଏଲ୍‌.ଏମ୍‌. ସିଂଘଭି ସ୍ମାରକୀ ବକ୍ତୃତାରେ ଉଦ୍‌ବୋଧନ ଦେଇ ଉପରାଷ୍ଟ୍ରପତି ସମ୍ବିଧାନର ପ୍ରସ୍ତାବନାରେ ‘ଆମେ ଜନସାଧାରଣ’ ଏବଂ ପାର୍ଲାମେଣ୍ଟ ଜନସାଧାରଣଙ୍କ ଇଚ୍ଛାର ପ୍ରତିଫଳନ ବୋଲି ଉଲ୍ଲେଖ ଥିବା କହିଥିଲେ। ଏହାର ଅର୍ଥ କ୍ଷମତା ଲୋକଙ୍କ ହାତରେ, ସେମାନଙ୍କ ଜନାଦେଶ ଓ ବୁଦ୍ଧିରେ ରହିଛି। ୨୦୧୫-୧୬ରେ ପାର୍ଲାମେଣ୍ଟରେ ସମ୍ବିଧାନ ସଂଶୋଧନ ବଳରେ ଏନ୍‌ଜେଏସି ଆଇନ ଅଣାଯାଇଥିଲା। ସମ୍ପୂର୍ଣ୍ଣ ଲୋକ ସଭା ସର୍ବସମ୍ମତିକ୍ରମେ ଏହା ସପକ୍ଷରେ ଭୋଟ ଦେଇଥିଲେ, ଯାହା ଏକ ରେକର୍ଡ। ସେହିପରି ରାଜ୍ୟ ସଭାରେ ଜଣେ ସଦସ୍ୟ ଉପସ୍ଥିତ ଥାଇ ଅନ୍ୟମାନେ ସର୍ବସମ୍ମତ ସମର୍ଥନ ଜଣାଇଥିଲେ। ଲୋକଙ୍କ କ୍ଷମତା ଯାହା ଏକ ବୈଧ ମଞ୍ଚ ଜରିଆରେ ଉପସ୍ଥାପନ କରାଯାଇଥିଲା ଏହାକୁ ରଦ୍ଦ କରିଦିଆଗଲା, ଯାହା ବିଶ୍ୱରେ କେବେ ହୋଇନାହିଁ ବୋଲି ଧନକର କହିଛନ୍ତି। କଲେଜିୟମ ବ୍ୟବସ୍ଥାକୁ ବଦଳାଇବା କ୍ଷମତା ଏନ୍‌ଜେଏସିରେ ରହିଥିଲା। ସର୍ବୋଚ୍ଚ ଅଦାଲତ ଏହାକୁ ଅସାମ୍ବିଧାନିକ କହି ରଦ୍ଦ କରିଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଇନଷ୍ଟାଗ୍ରାମରୁ ପ୍ରେମ ପରେ ଛୁଆ ଜନ୍ମ ଦେଲେ ୨୦ ବର୍ଷୀୟ ଯୁବତୀ; ଭୟରେ ବାଲଟିରେ ସିଲ୍ କରି ମନ୍ଦିରରେ ଛାଡିଦେଲେ, ତାପରେ…

ନୂଆଦିଲ୍ଲୀ,୨ା୪: ଇନଷ୍ଟାଗ୍ରାମରୁ ସାଙ୍ଗ ହେବା ପରେ ଗଢ଼ି ଉଠିଥିଲା ପ୍ରେମ ସମ୍ପର୍କ । ପରେ ୨୦ ବର୍ଷୀୟ ଯୁବତୀ ଜଣକ ଏକ ଛୁଆକୁ ଜନ୍ମ ଦେଇଥିଲେ ।…

ନିଆଁ ସହ ଖେଳୁଛି ଭାଜପା, ପରିଣାମ ଭୟଙ୍କର ହେବ: ନିଆଁବାଣ ହେଲେ ମମତା

କୋଲକାତା,୨।୪: ପଶ୍ଚିମବଙ୍ଗର ମୁର୍ଶିଦାବାଦରେ ଏକ ରାଲିରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସାମ୍ପ୍ରତିକ ମାଲଦା ଘଟଣା ଉପରେ କେନ୍ଦ୍ର ସରକାର ଏବଂ ଭାଜପାକୁ ଟାର୍ଗେଟ୍‌ କରିଛନ୍ତି। ରାଜ୍ୟର ପରିସ୍ଥିତି…

SIR ଡ୍ୟୁଟିରେ ଥିବା ବିଚାରପତିଙ୍କୁ ସୁରକ୍ଷା ଦେବା ପାଇଁ ସୁପ୍ରିମକୋର୍ଟଙ୍କ କଡ଼ା ନିର୍ଦ୍ଦେଶ

ନୂଆଦିଲ୍ଲୀ/କୋଲକାତା,୨ା୪: ପଶ୍ଚିମବଙ୍ଗରେ ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ (SIR) ପାଇଁ ନିଯୁକ୍ତ ନ୍ୟାୟିକ ବିଚାରପତିମାନଙ୍କ ପ୍ରତି ସୃଷ୍ଟି ହୋଇଥିବା ବିପଦକୁ ସୁପ୍ରିମକୋର୍ଟ ଗୁରୁବାର ଗମ୍ଭୀର ଭାବରେ…

ରାଘବ ଚଢାଙ୍କୁ ବଡ଼ ଝଟକା , ଉପନେତା ପଦରୁ ହଟାଇଲା AAP

ନୂଆଦିଲ୍ଲୀ,୨।୪: ଆମ ଆଦମୀ ପାର୍ଟି (ଏଏପି) ରାଘବ ଚଢାଙ୍କୁ ଏକ ବଡ଼ ଝଟ୍‌କା ଦେଇଛି। ଦଳ ରାଜ୍ୟ ସଭା ସଚିବାଳୟକୁ ଚିଠି ଲେଖି ତାଙ୍କୁ ଗୃହର ଉପନେତା…

SIR ଅଧିକାରୀଙ୍କୁ ବନ୍ଧକ ରଖିବା ପ୍ରସଙ୍ଗରେ ସୁପ୍ରିମକୋର୍ଟଙ୍କ କଠୋର ଆଭିମୁଖ୍ୟ: ମମତା ବାନାର୍ଜୀ ସରକାରଙ୍କୁ କାରଣ ଦର୍ଶାଅ ନୋଟିସ

ନୂଆଦିଲ୍ଲୀ,୨।୪: ପଶ୍ଚିମବଙ୍ଗରେ ଏକ ସ୍ବତନ୍ତ୍ର ସଘନ ସମୀକ୍ଷା (SIR) କରିବାକୁ ଯାଇଥିବା ଅଧିକାରୀମାନଙ୍କୁ ବନ୍ଧକ ରଖିବା ମାମଲାରେ ସୁପ୍ରିମକୋର୍ଟ କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ଏହି ମାମଲାରେ…

ଭାରତକୁ ବନ୍ଧୁତାର ହାତ ବଢାଇଲା ଏହି ଦେଶ: ପାକିସ୍ତାନ ଛାନିଆ

ନୂଆଦିଲ୍ଲୀ,୨।୪: ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଆରମ୍ଭ ହୋଇଛି। ଆମେରିକା, ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଯୁଦ୍ଧ ଆରମ୍ଭ ହେବାର ୩୦ ଦିନରୁ ଅଧିକ ସମୟ ବିତିଗଲାଣି। କୌଣସି ପକ୍ଷ…

ସୁନା-ରୂପା ମୂଲ୍ୟରେ ବଡ଼ ହ୍ରାସ; ୧୩୦୦୦ କମିଲା….

ନୂଆଦିଲ୍ଲୀ,୨।୪: ଆଜି ସୁନା ଏବଂ ରୂପା ବଜାରରେ ଏକ ବଡ଼ ହ୍ରାସ ଦେଖିବାକୁ ମିଳିଛି । ଯାହା ନିବେଶକ ଏବଂ କ୍ରେତା ଉଭୟଙ୍କ ମଧ୍ୟରେ ଉତ୍ସାହ ସୃଷ୍ଟି…

ବିହାର ଛାଡି ଦିଲ୍ଲୀ ଯିବେ ନୀତୀଶ: ଏହିଦିନ ରାଜ୍ୟ ସଭା ଏମ୍‌ପି ଭାବେ ନେବେ ଶପଥ

ପାଟନା,୨।୪: ବିହାରରେ ନୀତୀଶ କୁମାର ଯୁଗର ଶେଷ ହେବାକୁ ଯାଉଛି। ନିକଟରେ ନୀତୀଶ କୁମାର ବିହାର ବିଧାନ ପରିଷଦରୁ ଇସ୍ତଫା ଦେଇଛନ୍ତି। ଏବେ, ଦିଲ୍ଲୀ ପାଇଁ ତାଙ୍କର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri