Categories: ଜାତୀୟ

ସରକାରୀ ବାବୁଙ୍କୁ ସୁପ୍ରିମକୋର୍ଟଙ୍କ ଛାଟ: ଭୁଲ ନିଷ୍ପତ୍ତି ଯୋଗୁ ସରକାରୀ ରାଜକୋଷର ହୋଇଥିବା କ୍ଷତିର କ୍ଷତିପୂରଣ ଦିଅ…

ନୂଆଦିଲ୍ଲୀ,୭।୧୨ : ସୁପ୍ରିମକୋର୍ଟ ଏପରି ଅଧିକାରୀଙ୍କୁ ତାଗିଦ କରିଛନ୍ତି ଯେଉଁମାନଙ୍କ ଭୁଲ ନିଷ୍ପତ୍ତି ସରକାରୀ ରାଜକୋଷକୁ କ୍ଷତି ପହଞ୍ଚାଉଛି। ଏଥିସହ ନିର୍ଦ୍ଦେଶ ଦେଇଛନ୍ତି ଦୋଷୀ ଅଧିକାରୀ ତଥା ଲାଭ ପାଇଥିବା ଅଧିକାରୀଙ୍କୁ କ୍ଷତିପୂରଣ ଦେବାକୁ ପଡିବ। ପ୍ରକୃତରେ, ଗତ ୨୪ ବର୍ଷ ଧରି ଏହାର ଫାଇଦା ନେଉଥିବା ଜଣେ ଅଧିକାରୀଙ୍କୁ ଅଧିକ ବେତନରେ ବେଆଇନ ଭାବେ ରଖାଯାଇଥିବା ମାମଲାରେ କୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି।

ଦୋଷୀ ଅଧିକାରୀଙ୍କ ପ୍ରତି କୌ ଣସି ବିନମ୍ରତା ନ ଦେଖାଇ ଜଷ୍ଟିସ ହିମା କୋହଲି ଏବଂ ରାଜେଶ ବିନ୍ଦଲଙ୍କ ନେତୃତ୍ୱରେ ଗଠିତ ବେଞ୍ଚ କହିଛନ୍ତି ଏହା ଏକ ଭୁଲ ନୁହେଁ ବରଂ ନିୟମକୁ ସୁଚିନ୍ତିତ ଭାବେ ବଦଳା ଯାଇଛି। ତେଣୁ ପ୍ରଦାନ କରାଯାଇଥିବା ଅତିରିକ୍ତ ଅର୍ଥ ସରକାରୀ ରାଜକୋଷକୁ ଫେରସ୍ତ କରାଯିବା ଉଚିତ।

ପ୍ରକୃତରେ, ୧୯୯୯ ରେ ବୈଜ୍ଞାନିକ ଏବଂ ବୈଷୟିକ ଟର୍ମିନୋଲୋଜି ଆୟୋଗରେ ଅନୁସନ୍ଧାନ ସହକାରୀ (ମେଡିକାଲ) ଭାବରେ ଜଣେ ଅଧିକାରୀ ନିଯୁକ୍ତ ହୋଇଥିଲେ, ଯାହାଙ୍କର ଦରମା ୬,୫୦୦ ରୁ ୧୦,୫୦୦ ଟଙ୍କା ମଧ୍ୟରେ ଥିଲା। ତେବେ ୨୦୦୬ରେ ତାଙ୍କ ଦରମା ୧୩,୫୦୦ ହଜାରକୁ ବୃଦ୍ଧି କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ତାଙ୍କ ସହକର୍ମୀମାନେ ଏହି ଆଦେଶରେ ଅସନ୍ତୁଷ୍ଟ ହୋଇ ନିମ୍ନ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ତେବେ ସେମାନେ ନିରାଶ ହୋଇଥିଲେ । ଶେଷରେ ଓକିଲ ସୋମେଶ ଝା ଏବଂ ଅମୃତ୍ୟ ଶରଣଙ୍କ ସହାୟତାରେ ସେମାନେ ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିକଟକୁ ଯାଇଥିଲେ।

ବେଞ୍ଚ କହିଛନ୍ତି ଯେ ଜଣେ ଅଧିକାରୀଙ୍କ ପ୍ରତି ପକ୍ଷପାତିତା ସ୍ପଷ୍ଟ ଦେଖାଯାଉଛି। ତାଙ୍କୁ ୨୦୦୬ ପୂର୍ବରୁ ଅଧିକ ବେତନ ସ୍କେଲରେ ଅନ୍ୟ ସଂସ୍ଥାକୁ ଡେପୁଟେଶନ କରିବାକୁ ଅନେକ ଥର ଅନୁମତି ଦିଆଯାଇଥିଲା ଏବଂ ବେତନ ସ୍କେଲ ବୃଦ୍ଧି ପରେ ହିଁ ସେ ଦାୟିତ୍ୱ ଗ୍ରହଣ କରିଥିଲେ। ବେଞ୍ଚ ଆହୁରି ମଧ୍ୟ କହିଛନ୍ତି ତାଙ୍କ ମତରେ କର୍ତ୍ତୃପକ୍ଷ ଉତ୍ତରଦାତା ନମ୍ବର ଚାରି (ଅଫିସର) ଙ୍କ ସହ ହାତ ମିଳାଇଥିଲେ ଯାହା ଦ୍ୱାରା କି ସେମାନଙ୍କୁ ଅଧିକ ବେତନ ପ୍ରଦାନ କରାଯିବ ଏବଂ ସେହି ଦିଗରେ ବାରମ୍ବାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା।

ସର୍ବୋଚ୍ଚ ଅଦାଲତ କହିଛନ୍ତି ଯଦି ସମାନ ନିୟମ ସେଟ ଦ୍ୱାରା ପରିଚାଳିତ ହୁଏ, ତେବେ ସମାନ କ୍ୟାଡରର ଗୋଟିଏ ବି ପଦବୀକୁ ପୃଥକ କରାଯାଇ ନ ଥାନ୍ତା ଏବଂ ଏହି ପଦବୀ ପାଇଁ ଦିଆଯାଇଥିବା ଯୋଗ୍ୟତାକୁ ବିଚାର କରି ଅଧିକ ବେତନ ଦିଆଯାଇ ନ ପାରେ। ଏଥିରୁ ଏହା ସ୍ପଷ୍ଟ ହୋଇଛି ଯେ ନିୟମଗୁଡିକ ମନଇଚ୍ଛା ମନେ ବ୍ୟବହାର କରାଯାଇଥିଲା। ତେଣୁ ଅଭିଯୁକ୍ତ ନମ୍ବର ଚାରିକୁ ଦିଆଯାଇଥିବା ଅତିରିକ୍ତ ରାଶି ଆଦାୟ ପାଇଁ ନିର୍ଦ୍ଦେଶ ଦିଆଯାଇଛି।

ବେଞ୍ଚ କହିଛନ୍ତି ଅଧିକାରୀଙ୍କୁ ଅଯଥା ସୁବିଧା ଯୋଗାଇବାରେ ସମ୍ପୃକ୍ତ ଅଧିକାରୀମାନେ ମଧ୍ୟ ସମାନ ଦୋଷୀ। ତେଣୁ ଏହି ସମସ୍ତ ଲୋକଙ୍କୁ ଏହି ମାମଲାରେ ସମାନ ଭାବରେ ଦାୟୀ କରାଯିବା ଉଚିତ। ତେଣୁ ଉଭୟଙ୍କୁ ସରକାରୀ ରାଜକୋଷକୁ କ୍ଷତିପୂରଣ ଦେବାକୁ ପଡିବ।

Share