Categories: ଜାତୀୟ

କେଜରିଓ୍ବାଲଙ୍କୁ ଜାମିନ ମିଳିବା ପରେ…, ଏଏପିର ବଡ ନିଷ୍ପତ୍ତି, ରଦ୍ଦ ହେଲା ସମସ୍ତ କାର୍ଯ୍ୟକ୍ରମ

ନୂଆଦିଲ୍ଲୀ,୧୦।୫: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ ଆଦମୀ ପାର୍ଟି ମୁଖ୍ୟ ଅରବିନ୍ଦ କେଜରିୱାଲ ସୁପ୍ରିମକୋର୍ଟରୁ ଜାମିନ ପାଇଛନ୍ତି। ଏହା ପରେ ଦଳ ଶୁକ୍ରବାର ନିଜର ସମସ୍ତ ନିର୍ବାଚନ ପ୍ରଚାର କାର୍ଯ୍ୟକ୍ରମକୁ ବାତିଲ କରିଦେଇଛି। ଅରବିନ୍ଦ କେଜରିୱାଲଙ୍କ ଜାମିନକୁ ଦୃଷ୍ଟିରେ ରଖି ଦଳର ସମସ୍ତ କାର୍ଯ୍ୟକ୍ରମ ବାତିଲ କରାଯାଇଥିଲା। ତାଙ୍କ ଓକିଲଙ୍କ ଅନୁଯାୟୀ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ସିଧାସଳଖ ତିହାର ଜେଲକୁ ଯିବ। ତେଣୁ ଅରବିନ୍ଦ କେଜରିୱାଲଙ୍କୁ କେବଳ ଆଜି ସନ୍ଧ୍ୟା କିମ୍ବା ରାତିରେ ମୁକ୍ତ କରାଯାଇପାରିବ। ତାଙ୍କ ଜାମିନ ପରେ ଏଏପି ଶୁକ୍ରବାର ‘ଜେଲ କା ଜବାବ ଭୋଟ ସେ’ ର ସମସ୍ତ ରିଜୋଲ୍ୟୁସନ ବୈଠକକୁ ବାତିଲ କରିଦେଇଛି। ଶୁକ୍ରବାର ଦିଲ୍ଲୀରେ ତିନୋଟି ରିଜୋଲ୍ୟୁସନ ବୈଠକ ଅନୁଷ୍ଠିତ ହେବାର ଥିଲା।

ଅରବିନ୍ଦ କେଜରିୱାଲ ଜାମିନ ପାଇବା ପରେ ଦଳର ସମସ୍ତ ବଡ ନେତା ଏଏପି କାର୍ଯ୍ୟାଳୟରେ ଉପସ୍ଥିତ ଅଛନ୍ତି। ଏଥିରେ ପରବର୍ତ୍ତୀ ରଣନୀତି ଉପରେ ଆଲୋଚନା ହେଉଛି। ଏହା ବ୍ୟତୀତ ଆମ ଆଦମୀ ପାର୍ଟି ମଧ୍ୟ ଏକ ସାମ୍ବାଦିକ ସମ୍ମିଳନୀ କରୁଛି।

Share