Categories: ଜାତୀୟ

ଜେଲ୍‌ରୁ ମୁକ୍ତ ହେବେ ରାଜୀବ ଗାନ୍ଧୀଙ୍କ ହତ୍ୟାକରୀ: ନଳିନୀଙ୍କ ସମେତ ୬ ଅଭିଯୁକ୍ତଙ୍କୁ ଛାଡ଼ିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ,୧୧।୧୧: ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ହତ୍ୟା ମାମଲାରେ ଆଜୀବନ କାରାଦଣ୍ଡ ଭୋଗୁଥିବା ସମସ୍ତ ଅଭିଯୁକ୍ତଙ୍କୁ ଏବେ ମୁକ୍ତ ହେବେ। ଶୁକ୍ରବାର ସୁପ୍ରିମକୋର୍ଟ ଏକ ଆବେଦନର ଶୁଣାଣି କରି ନଳିିନୀ ଏବଂ ଆରପି ରବିଚନ୍ଦ୍ରନଙ୍କ ସମେତ ୬ଜଣ ଅଭିଯୁକ୍ତଙ୍କୁ ମୁକ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସୁପ୍ରିମକୋର୍ଟ ସ୍ପଷ୍ଟ କରିଛନ୍ତି ଯେ, ଯଦି ଉକ୍ତ ଦୋଷୀମାନଙ୍କ ବିରୋଧରେ ଅନ୍ୟ କୌଣସି ମାମଲା ନାହିଁ। ତେବେ ସେମାନଙ୍କୁ ମୁକ୍ତ କରାଯାଉ। ସୂଚନା ମୁତାବକ, ଉକ୍ତ ଦୋଷୀମାନେ ସମସ୍ତେ ଜେଲ୍‌ରେ ଆଜୀବନ କାରାଦଣ୍ଡ ଭୋଗୁଥିଲେ। ଏହାପୂର୍ବରୁ କୋର୍ଟ ଏହି ମାମଲାରେ ଦୋଷୀ ପେରାରିଭାଲାନଙ୍କୁ ମଧ୍ୟ ସମାନ ଆଧାରରେ ମୁକ୍ତ କରିଥିଲେ। ସୂଚନାଯୋଗ୍ୟ, ପୂର୍ବରୁ ରାଜୀବ ଗାନ୍ଧୀ ହତ୍ୟା ମାମଲାରେ ଆଜୀବନ କାରାଦଣ୍ଡ ଭୋଗୁଥିବା ନଳିିନୀ ଶ୍ରୀହରନ ସମୟ ପୂର୍ବରୁ ମୁକ୍ତି ପାଇଁ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ।

Share