Categories: ଜାତୀୟ

କେନ୍ଦ୍ର ସରକାର-ଟୁଇଟରକୁ ସୁପ୍ରିମକୋର୍ଟଙ୍କ ନୋଟିସ

ନୂଆଦିଲ୍ଲୀ,୧୨ ।୨: କେନ୍ଦ୍ର ସରକାର ଓ ଟୁଇଟରକୁ ସୁପ୍ରିମକୋର୍ଟ ଶୁକ୍ରବାର ଏକ ଜନହିତକର ଆବେଦନର ଶୁଣାଣି ସମୟରେ ନୋଟିସ ଜାରି କରିଛନ୍ତି । ସୁପ୍ରିମକୋର୍ଟ କେନ୍ଦ୍ର, ଟୁଇଟର ଓ ଅନ୍ୟ ଇଣ୍ଟରନେଟ୍ ମିଡିଆ ପ୍ଲାଟଫର୍ମକୁ ମିଥ୍ୟା ଖବର ମାଧ୍ୟମରେ ଘୃଣାର ବିଷୟବସ୍ତୁ ଅନୁସନ୍ଧାନ କରିବାକୁ କହିଛନ୍ତି । ସୁପ୍ରିମକୋର୍ଟ କେନ୍ଦ୍ର ସରକାର ଓ ଟୁଇଟର ସମେତ ଅନ୍ୟ ଇଣ୍ଟରନେଟ୍ ମିଡିଆ ପ୍ଲାଟଫର୍ମକୁ ମିଥ୍ୟା ଖବର ଓ ମିଥ୍ୟା ଆକାଉଣ୍ଟ ମାଧ୍ୟମରେ ଘୃଣା ସୃଷ୍ଟି କରୁଥିବା ବାର୍ତ୍ତାର ଯାଞ୍ଚ ପାଇଁ ନୋଟିସ ଜାରି କରିଛନ୍ତି । ଇଣ୍ଟରନେଟ ମିଡିଆର ମନମୁଖି କାର୍ଯ୍ୟକଳାପ ଉପରେ ରୋକ ଲଗାଇବା ଲାଗି କେନ୍ଦ୍ର ସରକାର ଆଇଟି ନିୟମରେ ପରିବର୍ତ୍ତନ କରିବାକୁ ଯାଉଛନ୍ତି । ଏହି ସୂଚନା ସରକାର ସଂସଦକୁ ଦେଇଛନ୍ତି । ସରକାର ଚିନ୍ତା କରିଛନ୍ତି ଆଇଟିି ନିୟମରେ ସଂଶୋଧନ ହେଲେ ଇଣ୍ଟରନେଟ ମିଡିଆ ପ୍ଲାଟଫର୍ମ ଭାରତୀୟ ଆଇନ ପ୍ରତି ଅଧିକ ଉତ୍ତରଦାୟୀ ରହିବ । ନୂତନ ନିୟମ ପ୍ରଣୟନ ସହିତ ଡିଜିଟାଲ ମିଡିଆ ପ୍ଲାଟଫର୍ମ ଗୁଡିକ ଭାରତୀୟ ଆଚରଣ ବିଧି ଅନୁସରଣ କରିବାକୁ ପ୍ରତିଶ୍ରୁତି ଦେବାକୁ ପଡିବ ।

Share