Posted inଜାତୀୟ

ବଳାତ୍କାରୀଙ୍କୁ ବିବାହ ପାଇଁ ପୀଡ଼ିତାଙ୍କ ଆବେଦନ ସୁପ୍ରିମ୍‌କୋର୍ଟରେ ଖାରଜ…

ନୂଆଦିଲ୍ଲୀ,୨।୮: ବଳାତ୍କାର କରିଥିବା ପୂର୍ବ ପାଦ୍ରୀଙ୍କୁ ବିବାହ ପାଇଁ ପୀଡ଼ିତାଙ୍କ ପକ୍ଷରୁ ସୁପ୍ରିମ୍‌କୋର୍ଟରେ ହୋଇଥିବା ଏକ ଆବେଦନ ଖାରଜ ହୋଇଯାଇଛି। କେରଳର କୋଟିୟୁରରେ ବାସ କରୁଥିବା ପୀଡିତା ତାଙ୍କୁ ବଳାତ୍କାର କରିଥିବା ପୂର୍ବତନ  ପାଦ୍ରୀଙ୍କୁ ବିବାହ କରିବାକୁ ସୁପ୍ରିମକୋର୍ଟଙ୍କ ଅନୁମତି ଲୋଡିଥିଲେ। ଏବେ ପୂର୍ବ ପାଦ୍ରୀ ଜଣଙ୍କ ଦୋଷୀ ସାବ୍ୟସ୍ତ ହୋଇ ୨୦ ବର୍ଷ ଜେଲଦଣ୍ଡ ଭୋଗୁଛନ୍ତି। ଏହା ସହିତ କୋର୍ଟ ପୂର୍ବ ପାଦ୍ରୀଙ୍କ ଜାମିନ ଆବେଦନକୁ ମଧ୍ୟ ଖାରଜ କରିଦେଇଛନ୍ତି। ପୂର୍ବ ପାଦ୍ରୀ ସମ୍ପୃକ୍ତ ପୀଡ଼ିତାଙ୍କୁ ବିବାହ କରିବାକୁ ଉଛୁକ ଥିବା ଦର୍ଶାଇ ଜାମିନ ଆବେଦନ କରିଥିଲେ। ଘଟଣା ସମୟରେ ପୀଡିତା ନାବାଳିକା ଥିଲେ ଏବଂ ଜଣେ ସନ୍ତାନଙ୍କୁ ମଧ୍ୟ ଜନ୍ମ ଦେଇଥିଲେ।
ବିଚାରପତି ଭିନିତ୍‌ ସରନ ଏବଂ ଦୀନେଶ ମାହେଶ୍ୱରୀଙ୍କ ନେତୃତ୍ୱରେ ଗଠିତ ଦୁଇଜଣିଆ ଖଣ୍ଡପୀଠ ଏହାର ବିଚାର କରି କହିଛନ୍ତି ଯେ, ହାଇକୋର୍ଟ ଏକ ସଚେତନ ନିଷ୍ପତ୍ତି ନେଇଛନ୍ତି ଏବଂ ଆମେ ତାଙ୍କ ରାୟରେ ହସ୍ତକ୍ଷେପ କରିବାକୁ ଚାହୁଁ ନାହୁଁ। ତେବେ ଖଣ୍ଡପୀଠ ପକ୍ଷରୁ କୁହାଯାଇଛି ଯେ, ପୀଡିତା ପୂର୍ବତନ  ପାଦ୍ରୀଙ୍କୁ ବିବାହ କରିବା ଲାଗି ଟ୍ରାଏଲ କୋର୍ଟରେ ଆବେଦନ କରିପାରିବେ।
ପୂର୍ବ ପାଦ୍ରୀଙ୍କ ପକ୍ଷରୁ ଆଇନଜୀବୀ ଅମିତ ଜର୍ଜ ଖଣ୍ଡପୀଠଙ୍କ ସମ୍ମୁଖରେ ଯୁକ୍ତି ବାଢ଼ିଥିଲେ ଯେ, ବିବାହ ସମ୍ବନ୍ଧରେ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏହା ମୌଳିକ ଅଧିକାର ପରିସରଭୁକ୍ତ। ଖଣ୍ଡପୀଠ ଜର୍ଜଙ୍କୁ ପୀଡିତା ଏବଂ ପୂର୍ବତନ ପାଦ୍ରୀଙ୍କ ବୟସ କେତେ ବୋଲି ପଚାରିଥିଲେ। ଜର୍ଜ କହିଥିଲେ ପୂର୍ବ ପାଦ୍ରୀଙ୍କ ବୟସ ୪୯ ବର୍ଷ ବେଳେ ପୀଡ଼ିତାଙ୍କ ବୟସ ୨୫। ସର୍ବୋଚ୍ଚ ଅଦାଲତ ଜର୍ଜଙ୍କୁ କହିଛନ୍ତି ଯେ ଆପଣ ନିଜେ ହାଇକୋର୍ଟରୁ ବିସ୍ତୃତ ନିର୍ଦ୍ଦେଶନାମା ଆମନ୍ତ୍ରିତ କରିଛନ୍ତି ଏବଂ ଏଥିରେ ହସ୍ତକ୍ଷେପ କରିବା ଅନାବଶ୍ୟକ।
ପୀଡ଼ିତାଙ୍କ ପକ୍ଷରୁ କୋର୍ଟରେ ହାଜର ହୋଇଥିବା ବରିଷ୍ଠ ଆଇନଜୀବୀ କିରଣ ସୁରୀ କହିଛନ୍ତି ଯେ, ସେ ଅଭିଯୁକ୍ତଙ୍କ ପାଇଁ ଦୁଇ ମାସର ମଧ୍ୟବର୍ତ୍ତୀକାଳୀନ ଜାମିନ ଆବେଦନ କରିଛନ୍ତି। ଏହି ସମୟ ମଧ୍ୟରେ ପୂର୍ବ ପାଦ୍ରୀ ପୀଡ଼ିତାଙ୍କୁ ବିବାହ କରିପାରିବେ ଏବଂ ତାଙ୍କର ଚାରି ବର୍ଷର ଶିଶୁକୁ ଆଇନଗତ ସୁବିଧା ସୁଯୋଗ ପ୍ରଦାନ କରିପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସକୁ ଝଟ୍‌କା, ଆନନ୍ଦ ଶର୍ମା ଦେଲେ ଇସ୍ତଫା…

ନୂଆଦିଲ୍ଲୀ, ୨୧।୮ : ହିମାଚଳ ପ୍ରଦେଶରେ ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସକୁ ବଡ଼ ଝଟ୍‌କା ମିଳିଛି। ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଆନନ୍ଦ ଶର୍ମା ରବିବାର ଦିନ...

ଖୋଲିଲା ଧାର୍ମିକ ସ୍ଥଳ

ମୁମ୍ବାଇ,୧୬।୧୧: ମହାରାଷ୍ଟ୍ରରେ ସୋମବାର ଠାରୁ ଧାର୍ମିକ ସ୍ଥଳଗୁଡ଼ିକୁ ଖୋଲାଯାଇଛି। ତେବେ କରୋନା ସଂକ୍ରମଣରୁ ଦୂରେଇ ରହିବା ପାଇଁ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର...

ଟି.ଏନ୍‌. ଶେଷାନଙ୍କ ପରଲୋକ

ନୂଆଦିଲ୍ଲୀ, ୧୧ା୧୧(ପି.ଟି.): ଦେଶର ନିର୍ବାଚନ ପ୍ରକ୍ରିୟାରେ ସଂସ୍କାର ଆଣି ଚର୍ଚ୍ଚିତ ହୋଇଥିବା ଭାରତର ପୂର୍ବତନ ମୁଖ୍ୟ ନିର୍ବାଚନ କମିଶନର ତିରୁନେଲାଇ ନାରାୟଣ ଆୟର ଶେଷାନ (ଟି.ଏନ୍‌....

ପାଞ୍ଚ ବର୍ଷରେ ଚାଇନା ସୀମାରେ ନିର୍ମାଣ କରାଯାଇଛି ୨୦୮୮ କିଲୋମିଟର ସଡ଼କ, ଖର୍ଚ୍ଚ ହୋଇଛି ୧୫.୪୭୭ କୋଟି ଟଙ୍କା

ନୂଆଦିଲ୍ଲୀ,୨୬ ।୭: କେନ୍ଦ୍ର ସରକାର ଗତ ୫ ବର୍ଷ ମଧ୍ୟରେ ଚାଇନା ସୀମାକୁ ଲାଗି ରହିଥିବା ଅଞ୍ଚଳରେ ୨୦୮୮ କିଲୋମିଟର ସଡ଼କ ନିର୍ମାଣ କରିଛନ୍ତି ।...

ଗ୍ରାମୀଣ ବିକାଶରେ ଜ୍ଞାନକୌଶଳର ଉପଯୋଗ ଜରୁରୀ: ମୋଦି

ବେଙ୍ଗାଲୁରୁ, ୩।୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨ ଦିନିଆ କର୍ନାଟକ ଗସ୍ତରେ ଯାଇଛନ୍ତି। ଏହି ଅବସରରେ ସେ ଭାରତୀୟ ବିଜ୍ଞାନ କଂଗ୍ରେସର ୧୦୭ତମ ସମ୍ମିଳନୀରେ ଯୋଗଦେଇ...

ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଦାୟିତ୍ୱ କାହିଁକି ଯୋଗୀଙ୍କୁ ଦିଆଯାଇଥିଲା, ଗୁମର ଖୋଲିଲେ ଶାହ

ଲକ୍ଷ୍ନୌ, ୨୮।୭: ଯୋଗୀ ଆଦିତ୍ୟନାଥଙ୍କୁ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଦାୟିତ୍ୱ ଦିଆଯିବା ପଛର ରହସ୍ୟ ଖୋଲିଛନ୍ତି ଭାଜପା ଅଧ୍ୟକ୍ଷ ତଥା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ରବିବାର...

ନିର୍ବାଚନ ସରୁ ସରୁ ରବର୍ଟଙ୍କ ବଢ଼ିଲା ସମସ୍ୟା: ଅନ୍ତରୀଣ ଜାମିନ ରଦ୍ଦ ପାଇଁ ହାଇକୋର୍ଟରେ ପହଞ୍ଚିଲା ଇଡି

ନୂଆଦିଲ୍ଲୀ,୨୪।୫: କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ସ୍ବାମୀ ରବର୍ଟ ଭଦ୍ରାଙ୍କ ସମସ୍ୟା ବୃଦ୍ଧି ପାଇବାରେ ଲାଗିଛି। ଲୋକ ସଭା ନିର୍ବାନରେ କଂଗ୍ରେସକୁ ମିଳିଥିବା ଶୋଚନୀୟ...

କରୋନାକୁ ଭୟ ନ କରି ପାଖାପାଖି ୩ ମାସ ମଧ୍ୟରେ ୪୭୦ ମୃତଦେହର ସଂସ୍କାର କରି ସାରିଲେଣି ଏମାନେ

ନୂଆଦିଲ୍ଲୀ,୧୬।୭: କରୋନା ମହାମାରୀ ଏବେ ସାରା ବିଶ୍ୱରେ ଦ୍ରୁତ ଗତିରେ ବଢି ଚାଲିଥିବା ବେଳେ ଏବେ ସବୁଠାରୁ ଚିନ୍ତାର କାରଣ ପାଲଟିଛି କରୋନା ସଂକ୍ରମଣରେ ଯେଉଁମାନଙ୍କର...

Advertisement
Archives

Model This Week