Posted inଜାତୀୟ

ସମ୍ବିଧାନକୁ ହାଇଜାକ୍‌ କରିଛନ୍ତି ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୩।୧(ଆଇଏଏନ୍‌ଏସ୍‌): ବିଚାରପତି ନିଯୁକ୍ତିକୁ ନେଇ କେନ୍ଦ୍ର ଏବଂ ନ୍ୟାୟପାଳିକା ମଧ୍ୟରେ ବିବାଦ ଲାଗିରହିଥିବାବେଳେ ଆଇନ ମନ୍ତ୍ରୀ କିରେନ୍‌ ରିଜିଜୁ ରବିବାର ଦିଲ୍ଲୀ ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ଆର୍‌.ଏସ୍‌. ସୋଧିଙ୍କ ସାକ୍ଷାତ୍‌କାରର ଭିଡିଓ ଶେୟାର କରିଛନ୍ତି। ସୁପ୍ରିମକୋର୍ଟ ନିଜେ ବିଚାରପତି ନିଯୁକ୍ତି ସମ୍ପର୍କରେ ନିଷ୍ପତ୍ତି ନେଇ ସମ୍ବିଧାନକୁ ଅପହରଣ କରିଛନ୍ତି ବୋଲି ଜଷ୍ଟିସ୍‌ ସୋଧି କହିଥିଲେ। ଆଇନ ପ୍ରଣୟନ କରିବା ଅଧିକାର ପାର୍ଲାମେଣ୍ଟର ରହିଛି। ସୁପ୍ରିମକୋର୍ଟ ଆଇନ ପ୍ରଣୟନ କରିପାରିବ ନାହିଁ ବୋଲି ଜଷ୍ଟିସ ସୋଧି କହିଥିଲେ। କେବଳ ପାର୍ଲାମେଣ୍ଟ ହିଁ ସମ୍ବିଧାନ ସଂଶୋଧନ କରିବ।

ତେବେ ସୁପ୍ରିମକୋର୍ଟ ସମ୍ବିଧାନକୁ ହାଇଜାକ୍‌ କରୁଥିବା ସେ ପ୍ରଥମ ଥର ପାଇଁ ଅନୁଭବ କରୁଛନ୍ତି ବୋଲି ସୋଧି କହିଥିଲେ। ହାଇଜାକ ପରେ ସେମାନେ କହିବେ ଆମେ ବିଚାରପତି ନିଯୁକ୍ତି ଦେବୁ, ଏଥିରେ କେନ୍ଦ୍ରର କିଛି ଭୂମିକା ନାହିଁ। ହାଇକୋର୍ଟଗୁଡ଼ିକ ଶୀର୍ଷ ଅଦାଲତଙ୍କ ଆଜ୍ଞାକାରୀ ନୁହନ୍ତି, କିନ୍ତୁ ହାଇକୋର୍ଟ ବିଚାରପତିମାନେ ସୁପ୍ରିମକୋର୍ଟଙ୍କୁ ଚାହିଁ ରହିବା ସହ ଆଜ୍ଞାକାରୀ ପାଲିଟିଗଲେଣି ବୋଲି ଜଷ୍ଟିସ ସୋଧି କହିଥିଲେ।

ପୂର୍ବତନ ବିଚାରପତିଙ୍କ ମତାମତ ବିବେକପୂର୍ଣ୍ଣ ବିବେଚନା କରୁଛି ବୋଲି ମନ୍ତ୍ରୀ ରିଜିଜୁ କହିଛନ୍ତି। ଅଧିକାଂଶ ଲୋକଙ୍କର ସମାନ ମତାମତ ରହିଛି। ଜନସାଧାରଣ ସେମାନଙ୍କ ପ୍ରତିନିଧି ମାଧ୍ୟମରେ ନିଜକୁ ଶାସନ କରିଥାନ୍ତି। ନିର୍ବାଚିତ ଜନପ୍ରତିନିଧିମାନେ ଲୋକଙ୍କ ସ୍ବାର୍ଥକୁ ଉପସ୍ଥାପନ କରିବା ସହ ଆଇନ ପ୍ରଣୟନ କରିଥାନ୍ତି। ଆମ ନ୍ୟାୟପାଳିକା ସ୍ବାଧୀନ ଏବଂ ସମ୍ବିଧାନ ସର୍ବୋଚ୍ଚ ବୋଲି ରିଜିଜୁ ଟୁଇଟ୍‌ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଥୁଆମୂଳ ରାମପୁର ପୋଲିସର କାର୍ଯ୍ୟାନୁଷ୍ଠାନ, ୩ଟି ବାଲି ବୋଝେଇ ହାଇୱା ଜବତ

ଥୁଆମୂଳ ରାମପୁର, ୧୫ା୨ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ପୋଲିସ ପକ୍ଷରୁ ବେଆଇନ ବାଲି ଚୋରା ଚାଲାଣ ବିରୋଧରେ ଏକ ବଡ଼ ଧରଣର…

ସବୁଠାରୁ କମ୍ ବୟସର ଅଙ୍ଗଦାନକାରୀ: ୫ ଜଣଙ୍କୁ ନୂଆ ଜୀବନ ଦେଲା ୧୦ ମାସର ଶିଶୁ

ଥିରୁଅନନ୍ତପୁରମ୍,୧୫।୨: ଜଣେ ୧୦ ମାସର ଶିଶୁ କନ୍ୟାର ନିଷ୍ପାପ ଅଙ୍ଗ ବଞ୍ଚାଇବ ପାଞ୍ଚ ଜଣଙ୍କ ଜୀବନ। କେରଳର ପଠାନମତିଟ୍ଟା ଜିଲା ମାଲାପ୍ପଲ୍ଲୀର ୧୦ ମାସର ଶିଶୁ ଆଲିନ୍…

ଜାଗରରେ ବିଭତ୍ସ ହତ୍ୟା, ବଡ଼ ଭାଇକୁ କଟୁରୀରେ ହାଣିଲେ ସାନ ଭାଇ

ପାଲଲହଡା,୧୫ା୨(ଦିବ୍ୟଜ୍ୟୋତି ଦାଶ): ବଡ଼ ଭାଇକୁ ହତ୍ୟା କଲେ ସାନ ଭାଇ । କଟୁରୀରେ ବେକ କାଟି ହତ୍ୟା କଲେ ସାନ ଭାଇ। ମୃତକ ଜଣକ ହେଲେ ଲିପୁ…

IND VS PAK: ଭାରତ-ପାକ୍‌ ମ୍ୟାଚ୍‌ ପୂର୍ବରୁ ପ୍ରେମଦାସା ଷ୍ଟାଡିୟମରେ ସାପ ଆତଙ୍କ; ପାକିସ୍ତାନ ଡଗ୍‌ଆଉଟ୍‌ରେ…

କଲମ୍ବୋ,୧୫।୨: କଲମ୍ବୋର ଆର. ପ୍ରେମଦାସା ଷ୍ଟାଡିୟମରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ହେବାକୁ ଥିବା ମହାନ ମୁକାବିଲା ପୂର୍ବରୁ ଏକ ଅଭାବନୀୟ ଚିତ୍ର ସାମ୍ନାକୁ ଆସିଛି। କ୍ରିକେଟର…

ପ୍ରତିଦିନ ଖାଆନ୍ତୁ ଦୁଇ ପାଖୁଡା ରସୁଣ, ରକ୍ତଚାପ ନିୟନ୍ତ୍ରଣ ସହିତ ଭଲ ରହିବ…

ରସୁଣରେ ଆଲିସିନ୍, ମାଙ୍ଗାନିଜ୍, ଭିଟାମିନ୍ ବି୬, ଭିଟାମିନ୍ ସି, ସେଲେନିୟମ୍, ଫାଇବର, କ୍ୟାଲସିୟମ୍, ପୋଟାସିୟମ୍, ଆଇରନ୍ ଏବଂ କପର ସମେତ ଅନେକ ପୁଷ୍ଟିକର ତତ୍ତ୍ୱ ଯଥେଷ୍ଟ ପରିମାଣରେ…

ଟି-୨୦ ବିଶ୍ଵକପ୍ ପୂର୍ବରୁ ପାକିସ୍ତାନକୁ ନିର୍ଧୂମ ଛେଚିଲା ଭାରତ; ୮ ୱିକେଟରେ ଜିତିଲା ମହିଳା ଦଳ

ବ୍ୟାଙ୍କକ୍,୧୫।୨: କଲମ୍ବୋରେ ଭାରତ ଓ ପାକିସ୍ତାନ ମଧ୍ୟରେ ହେବାକୁ ଥିବା ହାଇଭୋଲଟେଜ୍ ପୁରୁଷ ଟି-୨୦ ବିଶ୍ଵକପ୍ ମ୍ୟାଚ୍ ପୂର୍ବରୁ, ବ୍ୟାଙ୍କକରେ ଭାରତୀୟ ମହିଳା ‘ଏ’ ଦଳ ପାକିସ୍ତାନକୁ…

ଚାଷୀଙ୍କ ପାଇଁ ଖୁସି ଖବର: କିଷାନ କ୍ରେଡିଟ କାର୍ଡ ନିୟମରେ ବଡ଼ ପରିବର୍ତ୍ତନ କରିବ RBI

ମୁମ୍ବାଇ,୧୫ା୨: ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) କିଶାନ କ୍ରେଡିଟ୍ କାର୍ଡ (KCC) ଯୋଜନାରେ ବ୍ୟାପକ ସଂସ୍କାର ଆଣିବା ପାଇଁ ଏକ ନୂତନ ଚିଠା ମାର୍ଗଦର୍ଶିକା ଜାରି କରିଛି।…

PM Kisan:  ଆସିଲା ବଡ଼ ଅପଡେଟ୍‌: ଏହି ଦିନ ଚାଷୀଙ୍କ ଖାତାକୁ ଆସିବ ୨୦୦୦ ଟଙ୍କା… 

ନୂଆଦିଲ୍ଲୀ,୧୫।୨: ଦେଶର କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ଆର୍ଥିକ ସହାୟତା ଯୋଗାଇବା ପାଇଁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ପିଏମ-କିଷାନ ଯୋଜନାର ପରବର୍ତ୍ତୀ କିସ୍ତି ଖୁବ୍‌ଶୀଘ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri