Posted inଜାତୀୟ

ମହମ୍ମଦ ଜୁବୈରଙ୍କୁ ମିଳିଲା ଜାମିନ

ନୂଆଦିଲ୍ଲୀ,୮।୭: ଅଲ୍ଟ ନ୍ୟୁଜ ସହ-ପ୍ରତିଷ୍ଠାତା ତଥା ଖବରଦାତା ମହମ୍ମଦ ଜୁବୈରଙ୍କୁ ସୁପ୍ରିମକୋର୍ଟଙ୍କଠାରୁ ଏକ ବଡ଼ ଆଶ୍ୱସ୍ତି ମିଳିଛି। ଶୁକ୍ରବାର ଜୁବୈରଙ୍କୁ ୫ ଦିନ ପାଇଁ ମଧ୍ୟବର୍ତ୍ତୀକାଳୀନ ଜାମିନ ପ୍ରଦାନ କରିଛନ୍ତି ସୁପ୍ରିମକୋର୍ଟ। ଦୁଇଟି ସର୍ତ୍ତରେ କୋର୍ଟ ତାଙ୍କୁ ଜାମିନ ନେଇଛନ୍ତି। ପ୍ରଥମତଃ ଜୁବୈର ନ୍ୟାୟିକ କ୍ଷେତ୍ରଠାରୁ ବାହାରକୁ ଯାଇପାରିବେ ନାହିଁ ଏବଂ ଦ୍ୱିତୀୟତଃ ଏହି ମାମଲାର ଶୁଣାଣି ନ ହେବା ଯାଏ ସେ କୌଣସି ଟୁଇଟ୍‌ କରିପାରିବେ ନାହିଁ। ଏହାପୂର୍ବରୁ ଜୁବୈରଙ୍କ ଜାମିନ ଆବେଦନକୁ ଆହ୍ଲାବାଦ ହାଇକୋର୍ଟ ପ୍ରତ୍ୟାଖ୍ୟାନ କରି ତାଙ୍କୁ ୧୪ ଦିନ ପାଇଁ ନ୍ୟାୟିକ ହେପାଜତକୁ ପଠାଇଥିଲେ। ଏହା ପରେ ଜୁବୈର ସୁପ୍ରିମକୋର୍ଟରେ ଜାମିନ ପାଇଁ ଆବେଦନ କରିଥିଲେ। ଧର୍ମୀୟ ଭାବନାକୁ ଆଘାତ ଦେଇଥିବା ଅଭିଯୋଗରେ ଗତ ୨୭ ତାରିଖରେ ମହମ୍ମଦଙ୍କୁ ଗିରଫ କରାଯାଇଥିଲା।
ଜୁବୈରଙ୍କୁ ଜାମିନ ମିଳିଥିଲେ ମଧ୍ୟ ସମ୍ଭବତଃ ସେ ଜେଲରୁ ମୁକୁଳି ପାରିବେ ନାହିଁ କାରଣ ତାଙ୍କୁ ଅନ୍ୟ ଏକ ମାମଲାରେ ପୋଲିସର ବିଚାର ବିଭାଗୀୟ ହେପାଜତରେ ରଖିଛି। ଜୁବୈର ନିଜ ଜୀବନ ପ୍ରତି ବିପଦ ଥିବା ଦର୍ଶାଇ ଜାମିନ ପ୍ରଦାନ କରିବାକୁ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ। ଜଷ୍ଟିସ ଇନ୍ଦିରା ବାନାର୍ଜୀ ଓ ଜଷ୍ଟିସ ଜେ କେ ମାହେଶ୍ୱରୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରି ମହମ୍ମଦଙ୍କୁ ଜାମିନ ପ୍ରଦାନ କରିଛନ୍ତି।
ସୂଚନାଯୋଗ୍ୟ, ଭାଜପାର ପୂର୍ବତନ ମୁଖପାତ୍ର ନୂପୁର ଶର୍ମାଙ୍କ ଦ୍ୱାରା ବିବାଦୀୟ ଇସଲାମ ବିରୋଧୀ ବୟାନ ସମ୍ପର୍କରେ ସେ ପ୍ରଥମ ଟୁଇଟ୍‌ କରିବା ପରେ ତାହାକୁ ନେଇ ବିବାଦ ସୃଷ୍ଟି ହୋଇଥିଲା। ପରେ ତାହା ଏକ ଅନ୍ତର୍ଜାତୀୟ ପ୍ରସଙ୍ଗରେ ପରିଣତ ହୋଇଯାଇଥିଲା । ପରେ ଏହାକୁ ନେଇ ଭାରତରେ ମଧ୍ୟ ସାଂପ୍ରଦାୟିକ ହିଂସା ଦେଖାଯାଇଥିଲା। ଏହି ଘଟଣାର କିଛି ଦିନ ପୂର୍ବରୁ ଜ୍ଞାନବାପୀ ମସଜିଦ ପ୍ରସଙ୍ଗରେ ମଧ୍ୟ ସେ ଟୁଇଟ୍‌ କରିଥିଲେ। ଏଥିରେ ଶିବଲିଙ୍ଗଙ୍କୁ ଅପମାନ କରିଥିବା ଅଭିଯୋଗ କରାଯାଇଥିଲା। ପୂର୍ବରୁ ମଧ୍ୟ ସେ ହିନ୍ଦୁ ଦେବାଦେବୀଙ୍କ ଉପରେ ଅପମାନଜନକ ଟିପ୍ପଣୀ ଥିବା ଟୁଇଟ କରିଥିଲେ। ତାହାକୁ ନେଇ ବିବାଦ ସୃଷ୍ଟି ହୋଇଥିଲା। ପ୍ରଫେଟ ମନ୍ତବ୍ୟ ବିବାଦ ଆରମ୍ଭ ହେବା ପରେ ସେ ନିଜର ବିବାଦୀୟ ପୁରୁଣା ଟୁଇଟଗୁଡ଼ିକୁ ଡିଲିଟ କରିଦେଇଥିଲେ। ଏହା ସତ୍ତ୍ବେ ତାଙ୍କ ବିରୋଧରେ କେତେକ ରାଜ୍ୟରେ ମାମଲା ରୁଜ୍ଜୁ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

କ୍ରିସମାସ ଶୁଭକାମନାରେ ରୁଷିଆ ରାଷ୍ଟ୍ରପତି ପୁଟିନଙ୍କ ‘ମୃତ୍ୟୁ’ କାମନା କଲେ ଜେଲେନସ୍କି 

କ୍ୱିଭ,୨୫।୧୨: ଯୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କ୍ରିସମସ ଇଭ (ଡିସେମ୍ବର ୨୪) ରେ ତାଙ୍କ ପାରମ୍ପରିକ ଭାଷଣରେ ରୁଷିଆ ରାଷ୍ଟ୍ରପତି ଭ୍ଲାଡ଼ିମିର ପୁଟିିନଙ୍କ ଅପ୍ରତ୍ୟକ୍ଷ ମୃତ୍ୟୁ...

୨୪ ବର୍ଷ ପୂର୍ବେ ପାକିସ୍ତାନକୁ ନେଇ ଏମିତି କଥା କହିଥିଲେ ପୁଟିନ: ଏବେ ହେଉଛି ସତ

ମସ୍କୋ,୨୫।୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ପାକିସ୍ତାନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଦେଇଛନ୍ତି। ଏହି ବିବୃତ୍ତି ପ୍ରାୟ ୨୪ ବର୍ଷ ପୁରୁଣା, ଯେତେବେଳେ ସେ...

ସାନ୍ତାଳୀ ଭାଷାରେ ଉନ୍ମୋଚନ ହେଲା ଭାରତର ସମ୍ବିଧାନ: ରାଷ୍ଟ୍ରପତି କହିଲେ, ଗର୍ବର ବିଷୟ

ନୂଆଦିଲ୍ଲୀ,୨୫ା୧୨:ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗୁରୁବାର ସାନ୍ତାଳୀ ଭାଷାରେ ଭାରତର ସମ୍ବିଧାନକୁ ଉନ୍ମୋଚନ କରିଛନ୍ତି। ରାଷ୍ଟ୍ରପତି ଭବନରେ ଏହାର ଉନ୍ମୋଚନ କରାଯାଇଛି। ୨୦୦୩ର ଆଇନରେ ସଂଶୋଧନ ଅଣାଯାଇ...

ମାତ୍ର ୫ ଦିନରେ ଦୋଷୀଙ୍କୁ ମିଳିଲା ଦଣ୍ଡ: କୋର୍ଟଙ୍କ ରାୟଙ୍କ ଦେଖି ଲୋକେ ଆଶ୍ଚର୍ଯ୍ୟ

ଜୟପୁର,୨୫।୧୨: ରାଜସ୍ଥାନର କୋଟପୁଟଲି-ବେହରର ଜିଲାରେ ଏକ ଚୋରି ମାମଲାରେ ଅଭିଯୁକ୍ତକୁ ପାଞ୍ଚ ଦିନ ମଧ୍ୟରେ କୋର୍ଟ ଦଣ୍ଡାଦେଶ ଶୁଣାଇଛି। କୋର୍ଟ ତାଙ୍କୁ ଦୁଇ ବର୍ଷ ଜେଲଦଣ୍ଡ...

ବରଗଡ଼ ଧନୁଯାତ୍ରା: ଦେବକୀଙ୍କ କୋଳରେ ଜନ୍ମନେଲେ ଶ୍ରୀକୃଷ୍ଣ

ମଥୁରାନଗରୀ,୨୫।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଧନୁଯାତ୍ରା ମହୋତ୍ସବର ଦ୍ୱିତୀୟ ଦିବସ ଗୁରୁବାରରେ ମଥୁରାନଗରୀର ଲୋକ ମଣ୍ଡପ ପଡ଼ିଆରେ ରଙ୍ଗମହଲ ଉଦଘାଟିତ ହୋଇଛି। ଜିଲାପାଳ ଆଦିତ୍ୟ ଗୋୟଲ ଏହି...

ଗୁଲୁଆଙ୍କ ପାଲଟା ଅଭିଯୋଗ: ‘ମୋତେ ଶାରୀରିକ ସମ୍ପର୍କ ରଖିବାକୁ ମନା କରିଥିଲେ ବର୍ଷା, ମୁଁ ନୁହେଁ ବରଂ ସେ… 

ଭୁବନେଶ୍ୱର,୨୫।୧୨: ସୋସିଆଲ ମିଡିଆର ଅନ୍ୟତମ ଚର୍ଚ୍ଚିତ ଯୋଡ଼ି ତଥା ୟୁଟ୍ୟୁବର ଆଶିଷ ଦାଶ ଓରଫ ଗୁଲୁଆ-ବର୍ଷାଙ୍କ ପାରିବାରିକ କଳି ଏବେ ଦାଣ୍ଡରେ ପଡ଼ି ହାଟରେ ଗଡ଼ିଲାଣି।...

ନୂଆବର୍ଷରେ ଫିଟିବ ପୂଜାଙ୍କ ଭାଗ୍ୟ

ଅଭିନେତ୍ରୀ ପୂଜା ହେଗଡେ ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ଶିଳ୍ପରେ ମଧ୍ୟ ବହୁତ ପ୍ରସିଦ୍ଧ। ୨୦୧୬ରେ ସେ ମୋହେଞ୍ଜୋଦାରୋ ସହିତ ଡେବ୍ୟୁ କରିଥିଲେ। ଏହା ବକ୍ସ ଅଫିସରେ...

୧୭ ବର୍ଷ ପରେ ପୁଣି ଚର୍ଚ୍ଚାରେ ଗସମା ଜଙ୍ଗଲ: ମାଓବାଦୀ ସଂଗଠନକୁ ଶକ୍ତ ଧକ୍କା, ପୋଲିସକୁ ବଡ ସଫଳତା 

ଭଞ୍ଜନଗର,୨୫।୧୨(ବାବୁଲା ପ୍ରଧାନ)- ଦୀର୍ଘ ୧୭ ବର୍ଷ ପରେ ପୁଣି ଚର୍ଚ୍ଚାକୁ ଆସିଛି ଗସମା ଜଙ୍ଗଲ । ୨୦୦୮ ମସିହା ଫେବୃୟାରୀ ମାସ ୧୫ ତାରିଖ ରାତିରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri