Categories: ଜାତୀୟ

ବିରୋଧ ସତ୍ତ୍ୱେ ଗୋଧରା କାଣ୍ଡ ଦୋଷୀଙ୍କୁ ସୁପ୍ରିମ୍‌କୋର୍ଟରେ ଜାମିନ…

ନୂଆଦିଲ୍ଲୀ,୧୫।୧୨ : ବିରୋଧ ସତ୍ତ୍ୱେ ଗୁଜରାଟରେ ୨୦୦୨ରେ ଘଟିଥିବା ଗୋଧରା କାଣ୍ଡରେ ଆଜୀବନ କାରାଦଣ୍ଡ ଭୋଗୁଥିବା ଫାରୁକଙ୍କୁ ସୁପ୍ରିମ୍‌କୋର୍ଟ ଜାମିନ ପ୍ରଦାନ କରିଛନ୍ତି। ଏହାକୁ ଗୁଜରାଟ ସରକାରଙ୍କ ପକ୍ଷରୁ ବିରୋଧ କରାଯାଉଥିଲା। ତେବେ ଶୀର୍ଷକୋର୍ଟ କହିଛନ୍ତି ଯେ, ୨୦୦୪ରୁ ଫାରୁକ ଜେଲରେ ଅଛନ୍ତି। ଇତିମଧ୍ୟରେ ୧୭ ବର୍ଷ ବିତି ଯାଇଛି। ତେଣୁ ତାଙ୍କୁ ଜାମିନରେ ଖଲାସ କରାଯାଉ। ଶୀର୍ଷକୋର୍ଟ ଅନ୍ୟ ୧୭ ଦୋଷୀଙ୍କ ଖଲାସ ନେଇ ଖ୍ରୀଷ୍ଟମାସ ଛୁଟି ପରେ ବିଚାର କରିବେ।

ଜାମିନର ବିରୋଧ କରି ଗୁଜରାଟ ସରକାରଙ୍କ ପକ୍ଷରୁ ଉପସ୍ଥିତ ଥିବା ସୋଲିସିଟର ଜେନେରାଲ ତୁଷାର ମେହେଟ୍ଟା ଦୋଷୀମାନେ ଜଘନ୍ୟ ଅପରାଧ କରିଥିବା କହିଥିଲେ। ତେବେ କୋର୍ଟ କହିଥିଲେ ଯେ, ଦୋଷୀମାନେ ବହୁବର୍ଷ ଧରି ଜେଲରେ ବିତାଇ ସାରିଲେଣି। ଏବେ ସେମାନଙ୍କୁ ଖଲାସ କରାଯିବା ଆବଶ୍ୟକ।

Share