Categories: ଜାତୀୟ

ସୁପ୍ରିମ୍‌କୋର୍ଟଙ୍କ ବଡ଼ ନିଷ୍ପତ୍ତି: ରାଜ୍ୟର ଅନୁମତି ବିନା ହେବନି ସିବିଆଇ ଯାଞ୍ଚ୍‌

ନୂଆଦିଲ୍ଲୀ,୧୯।୧୧: ସିବିଆଇ ଯାଞ୍ଚ୍‌ ନେଇ ସୁପ୍ରିମ୍‌କୋର୍ଟଙ୍କ ପକ୍ଷରୁ ଗୁରୁବାର ବଡ଼ ନିଷ୍ପତ୍ତିି ନିଆଯାଇଛି। ଏଣିକି ରାଜ୍ୟର ବିନା ଅନୁମତିରେ କୌଣସି ସିବିଆଇ ଯାଞ୍ଚ ହୋଇପାରିବ ନାହିଁ। ଝାଡ଼ଖଣ୍ଡ, କେରଳ, ମହାରାଷ୍ଟ୍ର, ପଶ୍ଚିମବଙ୍ଗ, ରାଜସ୍ଥାନ, ଛତିଶଗଡ଼, ମିଜୋରାମ ଏବଂ ପଞ୍ଜାବ ଆଦି ୮ଟି ଅଣ-ଭାଜପା ଶାସିତ ରାଜ୍ୟରେ ସିବିଆଇ ଯାଞ୍ଚ୍‌ ଉପରେ କଟକଣା ଲଗାଯାଇଥିବାବେଳେ ଏବେ ସର୍ବୋଚ୍ଚ ନ୍ୟାୟାଳୟ ଏଥିପାଇଁ ସମ୍ପୃକ୍ତ ରାଜ୍ୟର ସହମତି ଉପରେ ଗୁରୁତ୍ୱାରୋପ କରିଛନ୍ତି। ବିଚାରପତି ଏ.ଏମ୍‌.ଖାନଓ୍ବିଲକର ଏବଂ ବି.ଆର୍‌. ଗଭାଇଙ୍କ ଦ୍ୱାରା ଗଠିତ ଖଣ୍ଡପୀଠ ଏହି ରାୟ ଦେଇଛନ୍ତି। ସାମ୍ବିଧାନିକ ବ୍ୟବସ୍ଥା ଅନ୍ତର୍ଗତ ଏଭଳି କରିବା ଅପରିହାର୍ଯ୍ୟ ବୋଲି ଖଣ୍ଡପୀଠ କହିଛନ୍ତି।

Share