Posted inଜାତୀୟ

ସୁପ୍ରିମକୋର୍ଟ ନ୍ୟାୟବିଜ୍ଞ ହୁଅନ୍ତୁ

ନୂଆଦିଲ୍ଲୀ,୨୬ା୮: ଭାରତର ପ୍ରଧାନ ବିଚାରପତି (ସିଜେଆଇ) ଏବଂ ନ୍ୟାୟପାଳିକା ସମ୍ପର୍କରେ ଟୁଇଟ୍‌ କରି ଫସିଯାଇଥିବା ବରିଷ୍ଠ ଆଇନଜୀବୀ ପ୍ରଶାନ୍ତ ଭୂଷଣଙ୍କ ବିରୋଧରେ ଅଦାଲତ ଅବମାନନା ମାମଲାର ଦଣ୍ଡବିଧାନ ଶୁଣାଣି ମଙ୍ଗଳବାର ଶେଷ ହୋଇଛି। ଜଷ୍ଟିସ୍‌ ଅରୁଣ ମିଶ୍ରଙ୍କ ଅଧ୍ୟକ୍ଷତାରେ ଗଠିତ ୩ ଜଣିଆ ଖଣ୍ଡପୀଠ ସେପ୍ଟେମ୍ବର ୧୦ ତାରିଖରେ ରାୟ ପ୍ରକାଶ ପାଇଁ ଧାର୍ଯ୍ୟ କରିଥିବାବେଳେ ସର୍ବୋଚ୍ଚ ଅଦାଲତ ତାଙ୍କ ବିରୋଧରେ ନିଷ୍ପତ୍ତି ପ୍ରତ୍ୟାହାର କରି ସମାଜକୁ ନ୍ୟାୟବିଜ୍ଞ ଭଳି ସନ୍ଦେଶ ଦିଅନ୍ତୁ ବୋଲି ପ୍ରଶାନ୍ତ ଅନୁରୋଧ କରିଛନ୍ତି।
ଭିଡିଓ କନ୍‌ଫରେନ୍ସ ଜରିଆରେ ଶୁଣାଣି ବେଳେ ଆଟର୍ନି ଜେନେରାଲ କେ.କେ. ବେଣୁଗୋପାଳ ଟୁଇଟ୍‌କୁ ନେଇ ନିଃସର୍ତ୍ତ କ୍ଷମା ମାଗିବାକୁ ମନା କରୁଥିବା ପ୍ରଶାନ୍ତଙ୍କୁ କ୍ଷମା କରିବା ପାଇଁ ଅନୁରୋଧ କରିଥିଲେ। ପ୍ରଶାନ୍ତ ନିଜର ସମସ୍ତ ମନ୍ତବ୍ୟକୁ ପ୍ରତ୍ୟାହାର କରି ଅନୁତପ୍ତ ହେବା ଉଚିତ ବୋଲି ବେଣୁଗୋପାଳ ପରାମର୍ଶ ଦେଇଥିଲେ। ପ୍ରଶାନ୍ତଙ୍କ ପକ୍ଷରୁ ମାମଲା ପରିଚାଳନା କରୁଥିବା ଆଇନଜୀବୀ ରାଜୀବ ଧାଓ୍ବନ କହିଥିଲେ, ଆଟର୍ନି ଜେନେରାଲ ଭର୍ତ୍ସନା କରିବାକୁ ପରାମର୍ଶ ଦେଇଛନ୍ତି। ଅଦାଲତ ଏପରି କଲେ ତାହା କଠୋର ହେବ। ପ୍ରଶାନ୍ତଙ୍କୁ ଜଣେ ଶହୀଦ କର ନାହିଁ। ସେ ହତ୍ୟା କି ଚୋରି କରିନାହାନ୍ତି ବୋଲି ଯୁକ୍ତି ବାଢ଼ିଥିଲେ। ଧାଓ୍ବନ କହିଥିଲେ, ଏହି ମାମଲା ବନ୍ଦ କରାଯାଉ ଓ ବିବାଦରେ ପୂର୍ଣ୍ଣଚ୍ଛେଦ ପକାଯାଉ। ଏହାସହ ସୁପ୍ରିମକୋର୍ଟ ଜଣେ ଷ୍ଟେଟ୍ସମ୍ୟାନ୍‌ ଭଳି ବାର୍ତ୍ତା ଦିଅନ୍ତୁ। ଏହି ଅବସରରେ ସେ ଦୁଇଟି ପ୍ରସ୍ତାବ ଦେଇଥିଲେ। ପ୍ରଥମରେ ଦୋଷୀ ସାବ୍ୟସ୍ତ କରାଯାଇଥିବା ରାୟ ପ୍ରତ୍ୟାହାର କରାଯାଉ ଏବଂ ଦ୍ୱିତୀୟରେ ଦଣ୍ଡବିଧାନ କରା ନ ଯାଉ ବୋଲି ସେ ତାଙ୍କ ମହକିଲଙ୍କ ପକ୍ଷରୁ ପକ୍ଷ ରଖିଥିଲେ।
ପ୍ରଶାନ୍ତ କ୍ଷମା ମାଗିବାକୁ ମନା କରିଦେଇଥିବା ନେଇ ଖଣ୍ଡପୀଠ ବେଣୁଗୋପାଳଙ୍କୁ ପଚାରିଥିଲେ, ଭୁଲ୍‌ ସମସ୍ତେ କରନ୍ତି। ଭୁଲ ହୋଇଛି ବୋଲି ସ୍ବୀକାର କରିବା କଥା। ମାତ୍ର ପ୍ରଶାନ୍ତ ଏହାକୁ ଗ୍ରହଣ କରିବାକୁ ଇଚ୍ଛୁକ ନୁହନ୍ତି। ପରସ୍ପର ପ୍ରତି ଆମେ ସମ୍ମାନପୂର୍ଣ୍ଣ ଓ ସହିଷ୍ଣୁ ହେବା ଉଚିତ। ଆପଣ(ଓକିଲ)ମାନଙ୍କଠାରୁ ଆମେ ଭିନ୍ନ ନୋହୁଁ। ଆମେ ମଧ୍ୟ ବାର୍‌ରୁ ଆସିଛୁ। ସମାଲୋଚନା କରାଯାଉ କିନ୍ତୁ ତାକୁ ସାର୍ବଜନୀନ କରା ନ ଯାଉ ବୋଲି ଖଣ୍ଡପୀଠ କହିଥିଲେ। ସେପ୍ଟେମ୍ବର ୨ରେ ଅବସର ନେବାକୁ ଥିବା ଜଷ୍ଟିସ୍‌ ଅରୁଣ ମିଶ୍ର କହିଥିଲେ, ଅବସର ବେଳେ ଏହା ଦେଖିବା ବେଳକୁ କଷ୍ଟ ଲାଗୁଛି ବୋଲି ଜଷ୍ଟିସ୍‌ ମିଶ୍ର କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ରାଜ୍ୟରେ ସକାଳୁଆ ହେଲା ସ୍କୁଲ, ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଏଣିକି…

ଭୁବନେଶ୍ୱର,୨।୪: ରାଜ୍ୟରେ  ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଣିକି ରାଜ୍ୟର ସମସ୍ତ ସ୍କୁଲରେ…

ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର

ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…

ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…

ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…

ଆରମ୍ଭ ହେଲା ପ୍ରସିଦ୍ଧ ବାଲିଗୁଡ଼ା ଦଣ୍ଡଯାତ୍ରା

ବାଲିଗୁଡା,୨।୪:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲାର ପ୍ରସିଦ୍ଧ ବାଲିଗୁଡ଼ା ଦଣ୍ଡଯାତ୍ରା ଆରମ୍ଭ ହୋଇଯାଇଛି। ଏନେଇ ଗାଁଠୁ ସହର ଉତ୍ସବମୁଖର ହୋଇପଡିଛି। ଶତାଧିକ ମାନସିକଧାରୀ ଦଣ୍ଡୁଆ ମା’ଙ୍କ ଦଣ୍ଡଯାତ୍ରାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri