Categories: ଜାତୀୟ

ଜାହାଙ୍ଗୀରପୁରୀରେ ବୁଲଡୋଜର ଉପରେ ରୋକ ଲଗାଇଲେ ସୁପ୍ରିମ୍‌କୋର୍ଟ…

ନୂଆଦିଲ୍ଲୀ, ୨୦।୪ : ହନୁମାନ ଜୟନ୍ତୀ ଅବସରରେ ଜାହାଙ୍ଗୀରପୁରୀରେ ଶୋଭାଯାତ୍ରା ଉପରେ ପଥର ଫିଙ୍ଗିବା କାରଣରୁ ହିଂସା ଘଟିଥିଲା। ଏପ୍ରିଲ ୧୬ ରେ ହୋଇଥିବା ହିଂସା ପରେ ସେଠାରେ ବୁଲଡୋଜର ଚାଲିବା ଲାଗି ନିଷ୍ପତ୍ତି ହୋଇଥିଲା। ବେଆଇନ ନିର୍ମାଣକୁ ହଟାଇବା ଲାଗି ଯୋଜନା ପ୍ରସ୍ତୁତ ହୋଇଥିଲା।

ବୁଧବାର କଡ଼ା ପୋଲିସ ସୁରକ୍ଷା ମଧ୍ୟରେ ବୋଲଡୋଜର ଚାଲିବା ଆରମ୍ଭ କରିଥିଲା। କେତେକ ଦୋକାନ ମଧ୍ୟ ଭଙ୍ଗାଯାଇଥିଲା।

ତେବେ ଏହି ମାମଲାରେ ସୁପ୍ରିମ୍‌କୋର୍ଟ ବୁଲଡୋଜର ଚଳାଇବା ଉପରେ ରୋକ ଲଗାଇବା ସହିତ ଯଥାସ୍ଥିତି କାଏମ୍‌ ରଖିବାକୁ ନିର୍ଦ୍ଦେଶ ଜାରି କରିଛନ୍ତି। ଏହାର ଶୁଣାଣି ଗୁରୁବାର କରାଯିବ ବୋଲି ଶୀର୍ଷ କୋର୍ଟ କହିଛନ୍ତି।

ଏମସିଡିର ଏହି କାର୍ଯ୍ୟ ନେଇ ସ୍ଥାନୀୟ ବାସିନ୍ଦା ପ୍ରଶ୍ନ କରିଛନ୍ତି ଯେ, ଗତ କାର୍ଯ୍ୟରେ ହଟାଯାଉଥିବା ଦୋକାନ ମଧ୍ୟରୁ ୧୫ବର୍ଷ ଧରି ମ୍ୟୁନିସିପାଲିଟି କର୍ପୋରେଶନକୁ ବେଆଇନ ନିର୍ମାଣ କଣ ଦେଖାଯାଉ ନଥିଲା ? ହିନ୍ଦୁ-ମୁସଲିମଙ୍କ ମଧ୍ୟରେ ହିଂସା ପରେ ଏଭଳି କାହିଁକି କରାଯାଉଛି। ଆମର ଦୋକାନ ଭଙ୍ଗାଗଲା, ପୂର୍ବରୁ କାହିଁକି ଏହାକୁ ଭଙ୍ଗାହେଇ ନ ଥିଲା।

ଉତ୍ତର ମ୍ୟୁନିସିପାଲିଟି କର୍ପୋରେଶନର ମେୟର ରାଜା ଇକବାଲ ସିଂ ଏହି ଅତିକ୍ରମଣ ଅପସାରଣ କାର୍ଯ୍ୟ ବିଷୟରେ କହିଛନ୍ତି ଯେ ଏହି ଅଭିଯାନ ଦିଲ୍ଲୀରେ ଚାଲିବ। ପୂର୍ବରୁ ମଧ୍ୟ ଆମେ ଏହି ଅପରେଶନ ପାଇଁ ସୁରକ୍ଷା ଦାବି କରିଥିଲୁ କିନ୍ତୁ କୌଣସି କାରଣରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନ ଥିଲା । ତେବେ ସୁପ୍ରିମ୍‌କୋର୍ଟ ନିର୍ଦ୍ଦେଶ ଅନୁସାରେ କାର୍ଯ୍ୟ ହେବ ବୋଲି ସେ କହିଛନ୍ତି।

Share