Posted inଜାତୀୟ

ବିହାର ସରକାରଙ୍କୁ ମୂଳ ରେକର୍ଡ ମାଗିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ, ୨୦ା୫(ପି.ଟି.): ୧୯୯୪ରେ ବିହାର ଗୋପାଳଗଞ୍ଜ ଜିଲାପାଳ ଜି. କ୍ରିଷ୍ଣେୟାଙ୍କୁ ହତ୍ୟା ମାମଲାରେ ଆଜୀବନ ଜେଲଦଣ୍ଡ ଭୋଗୁଥିବା ପୂର୍ବତନ ଏମ୍‌ପି ଆନନ୍ଦ ମୋହନଙ୍କ ଦଣ୍ଡ କୋହଳ କରାଯାଇ ଅବଧି ପୂର୍ବରୁ ମୁକ୍ତ କରାଯିବା ଘଟଣାରେ ସୁପ୍ରିମକୋର୍ଟ ବିହାର ସରକାରଙ୍କୁ ଜବାବ ମାଗିଛନ୍ତି। ଆନନ୍ଦ ମୋହନଙ୍କ ଦଣ୍ଡ କୋହଳ କରାଯିବା ସମ୍ପର୍କିତ ସମସ୍ତ ମୂଳ ରେକର୍ଡ ଦାଖଲ କରିବା ପାଇଁ ଶୁକ୍ରବାର ସର୍ବୋଚ୍ଚ ଅଦାଲତ ରାଜ୍ୟ ସରକାରଙ୍କୁ କହିଛନ୍ତି। ମାମଲାର ଶୁଣାଣିକୁ ଅଧିକ ଦିନ ସ୍ଥଗିତ ରଖାଯାଇପାରିବ ନାହିଁ ବୋଲି ଜଷ୍ଟିସ ସୂର୍ଯ୍ୟ କାନ୍ତ ଏବଂ ଜେ.ବି. ପର୍ଡିଓ୍ବାଲାଙ୍କ ଖଣ୍ଡପୀଠ ବିହାର ସରକାରଙ୍କ ଓକିଲ ମନୀଷ କୁମାରଙ୍କୁ କହିବା ସହ ତୁରନ୍ତ ସମସ୍ତ ରେକର୍ଡ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ରେକର୍ଡ ଦାଖଲ ପାଇଁ ମନୀଷ ସମୟ ଚାହିଁବାରୁ ପରବର୍ତ୍ତୀ ଶୁଣାଣି ଅଗଷ୍ଟ ୮କୁ ଧାର୍ଯ୍ୟ କରାଯାଇଛି। ଆନନ୍ଦ ମୋହନଙ୍କୁ ଜେଲ୍‌ରୁ ମୁକ୍ତ କରାଯିବା ଘଟଣାକୁ କ୍ରିଷ୍ଣେୟାଙ୍କ ସ୍ତ୍ରୀ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବାୟୁସେନାରେ ବାହାରିଲା ଚାକିରୀ, ୩୦୪ ପଦରେ ହେବ ଭର୍ତ୍ତି

ନୂଆଦିଲ୍ଲୀ, ୩।୬: ଇଣ୍ଡିଆନ୍‌ ଏୟାର ଫୋର୍ସ ବା ଭାରତୀୟ ବାୟୁସେନାରେ ଟେକ୍ନିକାଲ ଏବଂ ନନ୍‌-ଟେକ୍ନିକାଲ ପଦରେ ଭର୍ତ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏଥିପାଇଁ ଯୋଗ୍ୟ...

ଆମେଠିରେ ଏପରି ହେବ ଭୋଟ୍‌ ଗଣତି, ଜାଣନ୍ତୁ ପୂରା ବିବରଣୀ…

ଲକ୍ଷ୍ନୌ,୩ା୬: ଆମେଠି ଲୋକ ସଭା ଆସନରୁ କଂଗ୍ରେସରୁ କିଶୋରୀ ଲାଲ ଶର୍ମା ନିର୍ବାଚନ ଲଢିଥିବା ବେଳେ ଭାଜପାର ସ୍ମୃତି ଇରାନୀ ତାଙ୍କ ବିପକ୍ଷରେ ରହିଥିଲେ। ତେବେ...

‘୪୦୦ ପାର୍‌’ ହେବା ଅସମ୍ଭବ ନୁହେଁ, ସହଜ ବି ନୁହେଁ: ନିର୍ବାଚନ ଇତିହାସରେ ଥରେ ମାତ୍ର ହୋଇଛି ‘୪୦୦ ପାର୍‌’

ନୂଆଦିଲ୍ଲୀ,୩।୬: ଆଉ ମାତ୍ର କେଇ ଘଣ୍ଟା ପରେ ୨୦୨୪ ସାଧାରଣ ନିର୍ବାଚନ ଫଳାଫଳ ବାହାରିବ। ଏଥର ଭାଜପା ନିର୍ବାଚନ ପୂର୍ବରୁ ଯେଉଁ ‘୪୦୦ ପାର୍‌’ ନାରା...

ଅମୁଲ କ୍ଷୀର ପରେ ବଢିଲା ମଦର ଡେରି ଦାମ୍‌, ଏତେ କରିବାକୁ ପଡ଼ିବ ଖର୍ଚ୍ଚ

ନୂଆଦିଲ୍ଲୀ,୩।୬: ଗୋଟିଏ ଦିନ ପୂର୍ବରୁ ଅମୁଲ କ୍ଷୀରର ମୂଲ୍ୟ ବଢିଥିବାବେଳେ ସୋମବାର ମଦର ଡେରିର ଦାମ୍‌ ମଧ୍ୟ ବଢିଛି। ଶନିବାର ଦେଶରେ ଲୋକ ସଭା ନିର୍ବାଚନ...

୭୦ ଲକ୍ଷ ଭାରତୀୟ ୟୁଜରଙ୍କୁ ବ୍ୟାନ୍ କଲା ହ୍ବାଟ୍ସଆପ୍‌, ନିୟମ ଉଲ୍ଲଂଘନ କଲେ ସଂଖ୍ୟା ବଢିପାରେ

ନୂଆଦିଲ୍ଲୀ,୩ା୬: ନିୟମ ଉଲଂଘନ କାରଣରୁ ପ୍ରତିମାସ ହ୍ବାଟ୍ସଆପ୍‌ ଲକ୍ଷ ଲକ୍ଷ ଭାରତୀୟ ୟୁଜରଙ୍କୁ ବ୍ୟାନ୍ କରୁଛି। ଏହାର ସଦ୍ୟତମ ଭାରତ ମାସିକ ରିପୋର୍ଟରେ, ମେଟା ପ୍ରକାଶ...

୭୦ ଫୁଟ୍‌ ଗଭୀର କୂଅରେ ଖସି ପଡ଼ିଲା ନାବଳକ, ତାପରେ…

ଜୟପୁର, ୩।୬: ରାଜସ୍ଥାନର ଏକ କୂଅରେ ଖସିପଡ଼ିଥିବା ଜଣେ ନାବାଳକକୁ ଉଦ୍ଧାର କରିବା ପାଇଁ ୫୦ ଘଣ୍ଟାଧରି ଅପରେସନ୍‌ ଜାରି ରହିଛି। କିନ୍ତୁ ଏପର୍ଯ୍ୟନ୍ତ ନାବାଳକକୁ...

ହିମାଚଳର ୩ ସ୍ବାଧୀନ ବିଧାୟକଙ୍କ ଇସ୍ତଫା ମଞ୍ଜୁର, ୩ ଆସନରେ ହେବ ନିର୍ବାଚନ

ଶିମଲା,୩।୬: ହିମାଚଳ ପ୍ରଦେଶରେ ପୁଣି ଏକ ବଡ଼ ରାଜନନୈତିକ ଉତ୍ତେଜନା ଦେଖାଦେଇଛି। ବିଧାନସଭା ବାଚସ୍ପତି ୩ ସ୍ବାଧୀନ ବିଧାୟକଙ୍କ ଇସ୍ତଫା ଗ୍ରହଣ କରିଛନ୍ତି। ମାର୍ଚ୍ଚ ୨୪ରେ,...

‘ଲାପତା ଜେଣ୍ଟଲମ୍ୟାନ’ର ଉତ୍ତର ରଖିଲେ ରାଜୀବ କୁମାର

ନୂଆଦିଲ୍ଲୀ,୩।୬: ଲୋକ ସଭା ନିର୍ବାଚନ ଫଳାଫଳ ପୂର୍ବରୁ ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର ଏକ ଖବରଦାତା ସମ୍ମିଳନୀ କରିଥିଲେ। ଏହି ସମୟରେ ସେ କହିଥିଲେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri