Categories: ଜାତୀୟ

କରୋନା ମୃତକଙ୍କ ପରିବାରକୁ ୫୦ ହଜାର ଟଙ୍କା କ୍ଷତିପୂରଣ ରାଶିକୁ ସୁପ୍ରିମକୋର୍ଟଙ୍କ ମଞ୍ଜୁରୀ, ଆବେଦନର ୩୦ ଦିନ ମଧ୍ୟରେ ମିଳିବ ଟଙ୍କା

ନୂଆଦିଲ୍ଲୀ,୪ ।୧୦: କରୋନା ମହାମାରୀରେ ମୃତ୍ୟୁ ହୋଇଥିବା ଲୋକଙ୍କ ପରିଜନଙ୍କୁ ୫୦ ହଜାର ଟଙ୍କାର କ୍ଷତି ପୂରଣ ରାଶି ଦେବାକୁ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଥିବା ବେଳେ ସୁପ୍ରିମକୋର୍ଟ ଏହାକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି । ଅନ୍ୟ ଅନୁକମ୍ପା ରାଶିଠାରୁ ଏହା ଭିନ୍ନ ହେବ ବୋଲି କୋର୍ଟ କହିଛନ୍ତି । ମୃତକଙ୍କ ପରିବାର ଦାବି କରିବାର ୩୦ ଦିନ ମଧ୍ୟରେ ଏହି ରାଶି ଯୋଗାଇ ଦିଆଯିବ । ଉକ୍ତ ଅର୍ଥ ରାଜ୍ୟ ସରକାରଙ୍କ ବିପର୍ଯ୍ୟୟ ପରିଚାଳନା ପାଣ୍ଠିରୁ ଆସିବ । ସୁପ୍ରିମକୋର୍ଟ ୨୩ ସେପ୍ଟେମ୍ବରରେ ଜଷ୍ଟିଶ ଏମ୍ ଆର୍ ଶାହ ଓ ଏ ଏସ୍ ବୋପନ୍ନାଙ୍କ ଖଣ୍ଡପିଠ ଏହି ଶୁଣାଣିକୁ ସ୍ଥଗିତ ରଖିଥିଲେ । କେନ୍ଦ୍ର କରୋନା ମହାମାରୀରେ ମୃତକଙ୍କ ପରିବାରକୁ ୫୦ ହଜାର ଟଙ୍କା ଲେଖାଏଁ ଅନୁକମ୍ପା ରାଶି ପ୍ରଦାନ କରିବାକୁ ସ୍ଥିର କରି ଏ କଥା କୋର୍ଟଙ୍କୁ ଜଣାଇଥିଲେ । କୋର୍ଟ ଏହା ଉପରେ ଖୁସି ବ୍ୟକ୍ତ କରି କହିଥିଲେ, ବିପରିତ ପରିସ୍ଥିତିରେ ଭାରତ ଯାହା କରିବ ତାହା ଅନ୍ୟ ଦେଶ ହୁଏତ କରିପାରିବେ ନାହିଁ । ଏହା ଖୁସିର କଥା ଯେଉଁମାନଙ୍କୁ କରୋନା ଦୁଃଖ ଦେଇଛି ଏହା ସେମାନଙ୍କର ଲୁହ ପୋଛିବାରେ ସାମାନ୍ୟ ସହାୟକ ହେବ ।

Share