ରାମନବମୀ ଅବସରରେ ମୋଟର ସାଇକେଲ ରାଲିରେ ଦୁଇ ରାଜନୈତିକ ଦଳର ସମର୍ଥକ ଶ୍ରେୟ ନେବା ପ୍ରୟାସ

ପଟ୍ଟାଙ୍ଗି,୧୭।୦୪(ଶରତ ଧଳ)ସାରା ରାଜ୍ୟରେ ରାମନବମୀକୁ ନେଇ ରାମ ଓ ହନୁମାନ ମନ୍ଦିର ମାନଙ୍କରେ ଉତ୍ସବ ମୁଖର ହୋଇ ଉଠିଥିବାବେଳେ ଯୁବ ଗୋଷ୍ଠୀଙ୍କ କ୍ଷେତ୍ରରରେ ଏହାକୁ ନେଇ ଦେଖା ଦେଇଛି ଉତ୍ସାହ । ଏପରି କ୍ଷେତ୍ରରେ ଅନେକ ସ୍ଥାନରେ ଉକ୍ତ ଗୋଷ୍ଠୀଙ୍କ ପକ୍ଷରୁ ମୋଟର ସାଇକେଲ ରାଲି ମାଧ୍ୟମରେ ଶ୍ରୀରାମଙ୍କ ନାରା ଦେଇ ବିଭିନ୍ନ ସାହି ଓ ଗ୍ରାମ ପରିକ୍ରମା ହୋଇଥିବାବେଳେ ଉକ୍ତ କାର୍ଯ୍ୟକ୍ରମକୁ ନେଇ ରାଜନୈତିକ ଦଳ ଗୁଡ଼ିକର ସମର୍ଥକ ଶ୍ରେୟ ନେବାକୁ ପଛାଇ ନାହାନ୍ତି । ଏହିପରି କାର୍ଯ୍ୟକ୍ରମ ବା ଦୃଶ୍ୟ ଦେଖିବା କୁ ମିଳିଥିଲା କୋରାପୁଟ ଜିଲ୍ଲା ପଟ୍ଟାଙ୍ଗି ବ୍ଲକ ସଦର ମହକୁମାରେ ।

ସୂଚନା ମୁତାବକ ସ୍ଥାନୀୟ ଯୁବଗୋଷ୍ଠୀଙ୍କ ପକ୍ଷରୁ ହନୁମାନ ମନ୍ଦିରରେ ରାମନବମୀ ଉପଲକ୍ଷେ ପ୍ରସାଦ ସେବନ କାର୍ଯ୍ୟକ୍ରମ ସହ ମୋଟର ସାଇକେଲ ରାଲି କାର୍ଯ୍ୟକ୍ରମ
ଆୟୋଜନ କରାଯାଇଥିଲା । ଏହିପରି କି ପ୍ରଥମେ ଉକ୍ତ ମନ୍ଦିର ନିକଟରୁ ଏକ ବିଶାଳ ମୋଟର ସାଇକେଲ ରାଲି ଆୟୋଜନ କରି ସଦର ମହକୁମାର ସମସ୍ତ ସାହି ପରିକ୍ରମା କରିବା ପରେ ଉକ୍ତ ମୋଟର ସାଇକେଲ ରାଲି କୁନ୍ଦୁଲି ହାଟପଦା ରେ ପହଞ୍ଚି ମାଳିମାର୍ଲା , ଥୁରିଆ ପ୍ରମୁଖ ଗ୍ରାମ ହୋଇ କୋଟିଆ ପଞ୍ଚାୟତ ରେ ପହଞ୍ଚିଥିଲା । ପରେ ଉକ୍ତ ସ୍ଥାନରୁ ବାହାରି ଉପରସେମ୍ବି , ଧୁଳିପଦର , ନେରିଡିବାଲସା , ତାଡିବାଲସା ପ୍ରମୁଖ ଗ୍ରାମ ପରିକ୍ରମା କରି ନୂଆଗାଁ ପଞ୍ଚାୟତ ର
ଗାଲିଗାବଡାର ହୋଇ ପଟ୍ଟାଙ୍ଗି ପହଞ୍ଚିଥିଲା । ଏହିପରି ସ୍ଥିତିରେ ରାଜନୈତିକ ଦଳର ବିଧାୟକ ପ୍ରାର୍ଥୀମାନଙ୍କ ସମର୍ଥକ ମାନେ ଉକ୍ତ କାର୍ଯ୍ୟକ୍ରମର ଶ୍ରେୟ ନେବାକୁ ପଛାଇ ନ ଥିଲେ । ବିଭିନ୍ନ ରାଜନୈତିକ ଦଳ ମୁଖ୍ୟତଃ କଂଗ୍ରେସ , ଭାଜପା ଓ ବିଜେଡି ତିନି ଦଳର ପ୍ରାର୍ଥୀଙ୍କୁ ନେଇ ଦଳୀୟ କର୍ମୀ ଓ ସମର୍ଥକମାନେ ନିର୍ବାଚନ ପ୍ରଚାରକୁ ଜୋରଦାର କରିଥିବା ବେଳେ ପଟ୍ଟାଙ୍ଗି ଯୁବଗୋଷ୍ଠୀଙ୍କ ଦାରା ଆୟୋଜନ କରାଯାଇଥିବା ଉକ୍ତ ରାଲିରେ ର୍ନିଦ୍ଦିଷ୍ଟ ଦୁଇ ଦଳ ଯଥା ବିଜେଡି ର ବିଧାୟକ ପ୍ରାଥି ପ୍ରଫୁଲ୍ଲ କୁମାର ପାଙ୍ଗି ଓ ଭାଜପାର ଚୈତନ୍ୟ ନନ୍ଦିବାଲି ପ୍ରମୁଖ ଦୁଇ ଜଣ ଯୋଗଦେଇ ଥିବା ଦୃଶ୍ୟକୁ ଆୟୋଜିତ ଯୁବଗୋଷ୍ଠୀ ଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଥିଲା।