ଅନ୍ନଦାତାଙ୍କୁ ସମର୍ଥନ: ପୁରସ୍କାର ଫେରାଇଲେ ନବ ଭାଟିଆ

ଟରୋଣ୍ଟୋ,୩୦।୧୨: ଭାରତରେ ଜାରି ରହିଥିବା ଅନ୍ନଦାତାଙ୍କୁ ସମର୍ଥନ ବିଦେଶରୁ ମଧ୍ୟ ମିଳିବାରେ ଲାଗିଛି। ଏହି ସମର୍ଥନ ତାଲିକାରେ ବ୍ରିଟେନ୍‌ ଏବଂ କାନାଡ଼ା ଶୀର୍ଷରେ ରହିଛନ୍ତି। ଭାରତୀୟ ବଂଶୋଭବ ନବ ଭାଟିଆ ଗ୍ଲୋବାଲ ଇଣ୍ଡିଆନ୍‌ ଆଓ୍ବାର୍ଡ ଗ୍ରହଣ କରିବାର ଗୋଟିଏ ଦିନ ପରେ ଏହାକୁ ଫେରାଇ ଦେଇଛନ୍ତି। ନବ ଭାଟିଆଙ୍କର ଭଲିବଲ ଖେଳାଳି ଭାବେ ବେଶ୍‌ ଖ୍ୟାତି ରହିଛି। ଏହି ପୁରସ୍କାରର ମୂଲ୍ୟ ୫୦ ହଜାର ଡଲାର ରହିଛି। ରବିବାର ଏକ ଭର୍ଚୁଆଲ ଉତ୍ସବରେ ଏହି ପୁରସ୍କାର ଗ୍ରହଣ କରି ସେ କହିଥିଲେ ଯେ, ରତନ ଟାଟା, ଦୀପକ ଚୋପ୍ରା, ନାରାୟଣ ମୂର୍ତ୍ତି ଏବଂ ମଣ୍ଟେକ୍‌ ସିଂ ଅଲୁଓ୍ବାଲିଆଙ୍କ ପରେ ତାଙ୍କୁ ଏହା ପ୍ରଦାନ କରାଯାଇଥିବାରୁ ଅତ୍ୟନ୍ତ ଆନନ୍ଦିତ। ମାତ୍ର ଗୋଟିଏ ଦିନ ପରେ ସେ ଏହାକୁ ଫେରାଇ ଦେଇଛନ୍ତି। ସେ କହିଛନ୍ତି ଯେ, ମୁଁ ରାଜନୀତିଠାରୁ ଦୂରରେ ରହିବାକୁ ଚାହିଁଥାଏ। ମାତ୍ର ଭାରତ ଅନ୍ନଦାତାଙ୍କ ଆନ୍ଦୋଳନକୁ ମୁଁ ସମର୍ଥନ କରି ଏଭଳି ନିଷ୍ପତ୍ତି ଗ୍ରହଣ କରିଛି।

Share