Categories: ଜାତୀୟ

ଅନ୍ନଦାତାଙ୍କୁ ସମର୍ଥନ: ଇସ୍ତଫା ଦେଲେ ଡିଆଇଜି

ଚଣ୍ଡିଗଡ଼,୧୩।୧୨: କୃଷି ଆଇନ ନେଇ ଜାରି ରହିଥିବା ଅନ୍ନଦାତାଙ୍କ ଆନ୍ଦୋଳନକୁ ସମର୍ଥନ କରି ପଞ୍ଜାବର ଜେଲ ଡିଆଇଜି ଲଖଓ୍ବିନ୍ଦର ସିଂ ଝାଖଡ ରବିବାର ଇସ୍ତଫା ଦେଇଛନ୍ତି। ରାଜ୍ୟର ପ୍ରମୁଖ୍ୟ ଗୃହ ସଚିବଙ୍କ ପାଖକୁ ସେ ଇସ୍ତଫା ପତ୍ର ପଠାଇ ଦେଇଥିବା କହିଛନ୍ତି। କୃଷି ଆଇନ ବିରୋଧରେ ସେ ଚାଷୀ ସଂଗଠନ ସହିତ ରହିଥିବା ସୂଚନା ଦେଇଛନ୍ତି। ମିଡ଼ିଆ ରିପୋର୍ଟ ଅନୁସାରେ କିଛି ଦିନ ତଳେ ଲଖଓ୍ବିନ୍ଦର ଲାଞ୍ଚ କାରବାର ଅଭିଯୋଗରେ ନିଲମ୍ବିତ ହୋଇଥିଲେ। ବର୍ତ୍ତମାନ ସୁଦ୍ଧା ତାଭ୍‌କର ଇସ୍ତଫା ପତ୍ରକୁ ଗ୍ରହଣ କରାଯାଇ ନ ଥିବା ସରକାରୀ ସୂତ୍ରରୁ ଜଣାପଡ଼ିଛି। ତେବେ ଲଖଓ୍ବିନ୍ଦରଙ୍କ ଏଭଳି ପଦକ୍ଷେପ ନେଇ ସୋସିଆଲ ମିଡ଼ିଆରେ ଚର୍ଚ୍ଚା ଆରମ୍ଭ ହୋଇଛି।

Share