ସମର୍ଥନ ମିଳୁଛି, ସମାଧାନ ହେଉନି: ଚେତାବନୀ ଦେଲେ ଚାଷୀ

ବରଗଡ଼,୧୪।୩(ପ୍ରେମାନନ୍ଦ ଖମାରୀ):ଧାନବିକ୍ରି ଦାବିରେ ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାନ ଗଦା କରି ଚାଲିଥିବା ଚାଷୀଙ୍କ ଆନ୍ଦୋଳନ ଶୁକ୍ରବାର ପଞ୍ଚମ ଦିନରେ ପହଞ୍ଚିଛି। ହେଲେ ସେମାନଙ୍କ ଧାନକ୍ରୟ ନେଇ ଏପର୍ଯ୍ୟନ୍ତ ଚାଷୀମାନଙ୍କୁ ଠୋସ୍‌ ପ୍ରତିଶ୍ରୁତି ମିଳିପାରିନାହିଁ। ଫଳରେ ଚାଷୀମାନେ ଆନ୍ଦୋଳନରେ ଅଟଳ ରହିଛନ୍ତି। ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ରୋଷେଇ କରି ଚାଷୀମାନେ ରାତ୍ରିଯାପନ ମଧ୍ୟ କରୁଛନ୍ତି। ସେମାନଙ୍କ ଧାନବିକ୍ରି ନ ହେବା ପର୍ଯ୍ୟନ୍ତ ଏହି ଆନ୍ଦୋଳନ ଜାରି ରହିବ ବୋଲି ଚାଷୀମାନେ ଚେତାବନୀ ଦେଇଛନ୍ତି।
ପ୍ରକାଶ ଯେ, ବରଗଡ଼ ଜିଲା ଭେଡ଼େନ ବ୍ଲକ ଅନ୍ତର୍ଗତ ସହରାଟିକ୍ରା ଧାନକ୍ରୟ କେନ୍ଦ୍ର ଉପରେ ନିର୍ଭରଶୀଳ ବିଭିନ୍ନ ଗ୍ରାମର ଚାଷୀଙ୍କ ସମେତ ଜିଲାର ଅନ୍ୟ କେତେକ ଅଞ୍ଚଳର ଚାଷୀମାନଙ୍କୁ ଏପର୍ଯ୍ୟନ୍ତ ଗତ ଖରିଫ୍‌ ଧାନବିକ୍ରି ପାଇଁ ପଞ୍ଜୀକୃତ କରାଯାଇନାହିଁ। ଜିଲା ପ୍ରଶାସନ ଏବଂ ସ୍ଥାନୀୟ ବିଧାୟକ, ସାଂସଦଙ୍କୁ ଅବଗତ କରିବା ସହିତ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ ସତ୍ତ୍ୱେ କିଛି ସୁଫଳ ମିଳି ନ ଥିବା ଚାଷୀମାନେ ଅଭିଯୋଗ କରିଛନ୍ତି। ଏହାର ପ୍ରତିବାଦରେ ସହରାଟିକ୍ରା ଧାନକ୍ରୟ କେନ୍ଦ୍ର ଉପରେ ନିର୍ଭରଶୀଳ ଚାଷୀମାନେ ବାଇକ୍‌ ଯୋଗେ ଧାନ ଆଣି ଜିଲାପାଳଙ୍କ କାର୍ଯ୍ୟାଳୟରେ ଗଦା କରିଥିଲେ। ତେବେ ପୋଲିସ ସେମାନଙ୍କୁ ସେଠାରୁ ଉଠାଇ ନେବା ସହିତ ଧାନକୁ ମଧ୍ୟ ଜିଲାପାଳଙ୍କ କାର୍ଯ୍ୟାଳୟ ବାହାରେ ରଖିଦେଇଥିଲା। ଏହାପରେ ଜିଲାପାଳଙ୍କ କାର୍ଯ୍ୟାଳୟର ମୁଖ୍ୟ ଫାଟକ ସମ୍ମୁଖରେ ସେହି ଧାନ ଗଦା କରି ଚାଷୀମାନେ ଦିନରାତି ଧାରଣାରେ ବସିଛନ୍ତି।
ଏହା ପୂର୍ବରୁ ଜିଲାପାଳଙ୍କ କାର୍ଯ୍ୟାଳୟରେ ଗଦା କରିଥିବା ୧୫ ପ୍ୟାକେଟ୍‌ ଧାନ ରାତାରାତି ଗାଏବ ହୋଇଯିବାରୁ ସମ୍ପୃକ୍ତ ଚାଷୀମାନେ ଥାନାରେ ଲିଖିତ ଏତଲା ଦେଇ ଥିବାବେଳେ ଚାଷୀଙ୍କ ଏହି ଆନ୍ଦୋଳନକୁ ବିଭିନ୍ନ ସଙ୍ଗଠନ ସମର୍ଥନ କରୁଛନ୍ତି। ପୂର୍ବରୁ ବିଜ଼େଡ଼ି, ଆମ୍‌ ଆଦମୀ ପାର୍ଟି, ସମ୍ବିଧାନ ସୁରକ୍ଷା ଆନ୍ଦୋଳନକୁ ସମର୍ଥନ କରି ଧାରଣାରେ ସାମିଲ ହୋଇଥିବାବେଳେ ଶୁକ୍ରବାର କଂଗ୍ରେସ ଆନ୍ଦୋଳନକୁ ସମର୍ଥନ ଜଣାଇଥିଲା। ଜିଲା କଂଗ୍ରେସ ସଭାପତି ହରଦୀପ ସିଂଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଧାରଣାରେ ସାମିଲ ହୋଇଥିଲେ। ଏହାସହିତ ଜିଲାର ବିଭନ୍ନ ଚାଷୀ ସଙ୍ଗଠନ ମଧ୍ୟ ଆନ୍ଦୋଳନକୁ ସମର୍ଥନ ଜଣାଇ ଧାରଣାରେ ସାମିଲ ହେଉଛନ୍ତି। ରାଜବୋଡ଼ାସମ୍ବର କୃଷକ ସଙ୍ଗଠନ ଗାଇସିଲେଟର ସଭାପତି ଅରବିନ୍ଦ ପଣ୍ଡା, ଆନନ୍ଦ ପ୍ରଧାନ, ସରୋଜ ସାହୁ, ପ୍ରସନ୍ନ କୁମାର, ବିଜେପୁର କୃଷକ ସଙ୍ଗଠନର ସଭାପତି ସୁବାସ ପ୍ରଧାନ, ଭେଡ଼େନ କୃଷକ ସଙ୍ଗଠନର ସୁଦାମ ପାତ୍ର, ବିକାଶ ମାଝି, ରବିଶଙ୍କର ପ୍ରଧାନ ପ୍ରମୁଖ ଶୁକ୍ରବାର ଧାରଣାରେ ସାମିଲ ହୋଇଥିଲେ। ସେହିପରି ଗୁରୁବାର ରାଜବୋଡ଼ାସମ୍ବର କୃଷକ ସଙ୍ଗଠନର ଆଇନ ପରାମର୍ଶଦାତା ଅଜିତ ଶତପଥୀ, ସୁବାସ ସାମନ୍ତରାୟ, ପ୍ରକାଶ ଦାଶ, କାହ୍ନୁ ଚରଣ ମେହେର, ଲିଙ୍ଗରାଜ ପ୍ରଧାନ ପ୍ରମୁଖ ଧାରଣାସ୍ଥଳକୁ ପହଞ୍ଚତ୍ ସମର୍ଥନ ଜଣାଇଥିଲେ।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ବିପଦସଙ୍କୁଳ ଅବସ୍ଥାରେ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ: ଛାତରୁ ଗଳୁଛି ପାଣି

ଲାଞ୍ଜିଗଡ଼,୧୪ା୩(ରମେଶ ଚନ୍ଦ୍ର ନାୟକ):କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ଲାଞ୍ଜିଗଡ଼ ସରକାରୀ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ବିପଦସଙ୍କୁଳ ଅବସ୍ଥାରେ ରହିଛି। ୧୮୯୧ ମସିହାରେ ସ୍ଥାପିତ ହୋଇଥିବା ବିଦ୍ୟାଳୟକୁ…

ଆମେରିକା ତଦନ୍ତରେ ଭାରତ-ଚାଇନା ଦୋଷୀ ସାବ୍ୟସ୍ତ ହେଲେ କ’ଣ ହେବ? କେଉଁ କାର୍ଯ୍ୟାନୁଷ୍ଠାନ ନେବେ ଟ୍ରମ୍ପ, ଜାଣନ୍ତୁ…

ନୂଆଦିଲ୍ଲୀ,୧୪।୩: ଡୋନାଲ୍ଡ ଟ୍ରମ୍ପଙ୍କ ଆମେରିକା ରାଷ୍ଟ୍ରପତି ପଦକୁ ଫେରିବା ବିଶ୍ୱ ବାଣିଜ୍ୟର ଗତିଶୀଳତାକୁ ଦୋହଲାଇ ଦେଇଛି। ଏଥର, ଟ୍ରମ୍ପ ପ୍ରଶାସନର ସବୁଠାରୁ ଶକ୍ତିଶାଳୀ ଅସ୍ତ୍ର ହେଉଛି “ଧାରା…

ଇରାନରେ ସବୁଠାରୁ ଶକ୍ତିଶାଳୀ ଆକ୍ରମଣ! ଖାର୍ଗ ଦ୍ୱୀପରେ ବୋମା ପକାଇଲା ଆମେରିକା, ଧ୍ବଂସ ହେଲା…

ନୂଆଦିଲ୍ଲୀ,୧୪।୩: ଆମେରିକୀୟ ସେନା (CENTCOM) ଇରାନର ଗୁରୁତ୍ୱପୂର୍ଣ୍ଣ ଖାର୍ଗ ଦ୍ୱୀପରେ ସବୁଠାରୁ ଶକ୍ତିଶାଳୀ ବିମାନ ଆକ୍ରମଣ କରିଛି। ଏନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସ୍ପଷ୍ଟ କରି…

ସ୍ତ୍ରୀ, ବୋହୁ, ନାତୁଣୀଙ୍କୁ ହାତୁଡିରେ ପିଟି ନିର୍ମମ ହତ୍ୟା: ପାଣିଟାଙ୍କି ଉପରେ ଲୁଚିଛନ୍ତି ଫେରାର୍‌ ଅଭିଯୁକ୍ତ

ଦେବଗଡ଼,୧୪।୩(ଶଶାଙ୍କ ଶେଖର ଝାଙ୍କର): କୁଣ୍ଢେଇଗୋଳା ଥାନା ଗରିଆପାଲି ଗ୍ରାମରେ ଟ୍ରିପଲ ମର୍ଡର ଘଟଣା। ଗାଁର ପାଣି ଟାଙ୍କି ଉପରେ ଲୁଚିଛନ୍ତି ଫେରାର୍‌ ହତ୍ୟା ଅଭିଯୁକ୍ତ। ଅଭିଯୁକ୍ତଙ୍କୁ ଧରିବା…

ଇରାକ୍‌ରେ ଖସିଲା ଆମେରିକା ବିମାନ: ୪ ମୃତ

ଦୁବାଇ,୧୪ା୩: ଇରାନ୍‌ ବିରୋଧୀ ଯୁଦ୍ଧରେ ଆମେରିକାର ସାମରିକ ବିମାନଗୁଡ଼ିକୁ ତୈଳ ଯୋଗାଉଥିବା ଏକ କେସି-୧୩୫ ଏୟାରକ୍ରାଫ୍ଟ ପଶ୍ଚିମ ଇରାକ୍‌ରେ ଖସିପଡ଼ିଛି। ବିମାନରେ ନିଅଁା ଲାଗିଯିବାରୁ ସେଥିରେ ଥିବା…

ସିଇସିଙ୍କ ବହିଷ୍କାର ଦାବିରେ ନୋଟିସ ଦେଲେ ବିରୋଧୀ

ନୂଆଦିଲ୍ଲୀ,୧୪ା୩: ମୁଖ୍ୟ ନିର୍ବାଚନ କମିଶନର (ସିଇସି) ଜ୍ଞାନେଶ କୁମାରଙ୍କୁ ବହିଷ୍କାର କରିବା ଦାବିରେ ବିରୋଧୀ ଏମ୍‌ପିମାନେ ଶୁକ୍ରବାର ପାର୍ଲାମେଣ୍ଟର ଉଭୟ ଗୃହରେ ନୋଟିସ ଦାଖଲ କରିଛନ୍ତି। ଉକ୍ତ…

ଏଲ୍‌ପିଜି ଅପେକ୍ଷାରେ ହୃଦ୍‌ଘାତ, ବୃଦ୍ଧ ମୃତ

ଚଣ୍ଡିଗଡ଼,୧୪ା୩: ଇରାନ ଯୁଦ୍ଧକୁ ନେଇ ରନ୍ଧନ ଗ୍ୟାସ୍‌ ଯୋଗାଣ ବାଧାପ୍ରାପ୍ତ ହୋଇଥିବାବେଳେ ଦେଶର ବିଭିନ୍ନ ଭାଗରେ ଏଲ୍‌ପିଜି ପାଇବା ପାଇଁ ଲମ୍ବା ଧାଡ଼ି ଦେଖିବାକୁ ମିଳୁଛି। ଶୁକ୍ରବାର…

କୁଆଡ଼େ ଗଲେ ଦାଶରଥି: ବିଜେଡି ଛାଡ଼ିବେନି ଶପଥ କଲେ ୨ ପ୍ରାର୍ଥୀ

ଭୁବନେଶ୍ୱର,୧୪ା୩(ସୁନିତ୍‌ ମିଶ୍ର):ରାଜ୍ୟ ସଭା ନିର୍ବାଚନ ପାଇଁ ମଝିରେ ମାତ୍ର ୨ ଦିନ ରହିଲା। ରାଜ୍ୟର ୩ ପ୍ରମୁଖ ଦଳ ବିଜେଡି, ଭାଜପା ଏବଂ କଂଗ୍ରେସ ନିଜ ବିଧାୟକମାନଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri