ଚାଷୀ ଧାରଣାକୁ ବଢୁଛି ସମର୍ଥନ: ପ୍ରବଳ ଶୀତରେ ଧାରଣାରେ…

ବରଗଡ଼,୧୩।୧୧(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ଖରିଫ୍‌ ଧାନ ଅମଳ ଜୋର୍‌ ଧରିଲାଣି। ଜିଲାର ସବୁ ଅଞ୍ଚଳରେ ଚାଷୀମାନେ ନିଜ କଷ୍ଟୋପାର୍ଜିତ ଧାନ ଅମଳ କରୁଛନ୍ତି। କିନ୍ତୁ ଏପର୍ଯ୍ୟନ୍ତ ଜିଲାରେ ମଣ୍ଡି ଖୋଲିବା ତ ଦୂରର କଥା, ଜିଲାର ପ୍ରାୟ ୫ହଜାର ଚାଷୀ ଧାନ ବିକ୍ରି ଲାଗି ପଞ୍ଜୀକରଣ କରିପାରିନାହାନ୍ତି। ଏହାକୁ ନେଇ ଚାଷୀ ଅସନ୍ତୋଷ ତେଜି ଉଠିଛି। ଏହି କ୍ରମରେ ସୋମବାରରୁ ଧାନବିକ୍ରି ପଞ୍ଜୀକରଣରୁ ବଞ୍ଚିତ ସମସ୍ତ ଚାଷୀଙ୍କୁ ପଞ୍ଜୀକୃତ କରି ସେମାନଙ୍କ ସମସ୍ତ ବିକ୍ରିଯୋଗ୍ୟ ଧାନକୁ ସରକାରଙ୍କ ନିର୍ଦ୍ଧାରିତ ସର୍ବନିମ୍ନ ସହାୟକ ମୂଲ୍ୟରେ କିଣିବା ଦାବିରେ ଚାଷୀମାନେ ବରଗଡ଼ ଜିଲାପାଳ କାର୍ଯ୍ୟାଳୟ ଆଗରେ ଶୀତ କାକର ସହି ଧାରଣାରେ ବସିଛନ୍ତି। ସଂଯୁକ୍ତ କୃଷକ ସଂଗଠନ ନେତୃତ୍ୱରେ ଚାଲିଥିବା ଏହି ଧାରଣା ବୁଧବାର ତୃତୀୟ ଦିବସରେ ପହଞ୍ଚତ୍ଛି। ମାତ୍ର ଦାବି ପୂରଣ ହୋଇ ନ ଥିବା ଯୋଗୁ ଧାରଣା ଜାରି ରହିଛି। ଅନ୍ୟପଟେ ଚାଷୀଙ୍କ ଏହି ଧାରଣାକୁ ସମର୍ଥନ ବଢ଼ିଚାଲିଛି।
ବୁଧବାର ବରଗଡ଼ ନାଗରିକ ମଞ୍ଚର ଏକ ପ୍ରତିନିଧି ଦଳ ଧାରଣାସ୍ଥଳରେ ପହଞ୍ଚତ୍ ସମର୍ଥନ ଜଣାଇଥିଲା। ନାଗରିକ ମଞ୍ଚ ସଭାପତି ଭୀଷ୍ମଦେବ ସରାଫ୍‌ ଧାରଣାକୁ ସମର୍ଥନ ଘୋଷଣା କରିଥିବାବେଳେ ଚାଷୀଙ୍କ ସହିତ ସବୁବେଳେ ବରଗଡ଼ ନାଗରିକ ମଞ୍ଚ ରହିଛି ଏବଂ ଆଗକୁ ମଧ୍ୟ ରହିବ ବୋଲି କହିଥିଲେ। ଚାଷୀଙ୍କୁ ସରକାର ୮୦୦ ଟଙ୍କା ବୋନସ୍‌ରୁ ବଞ୍ଚିତ କରିବା ପାଇଁ ଏହା ଏକ ଚକ୍ରାନ୍ତ ବୋଲି ମଞ୍ଚର ସମ୍ପାଦକ ଭବାନୀ ସାହୁ କହିଥିଲେ। ଯଦି ସରକାର ଚାଷୀଙ୍କ ଦାବିକୁ ତୁରନ୍ତ ପୂରଣ ନ କରନ୍ତି, ଆଗକୁ ଦୁର୍ବାର ଆନ୍ଦୋଳନ ହେବ ବୋଲି ମଞ୍ଚର ଶୟନ ପଣ୍ଡା ଚେତାବନୀ ଦେଇଥିଲେ। ସେହିପରି କଂଗ୍ରେସ ନେତା ଅଭିଷେକ ସେଠ୍‌, ସମ୍ବିଧାନ ସୁରକ୍ଷା ମଞ୍ଚର ପବିତ୍ର ଦେହେରୀ, ଭେଡ଼େନ କୃଷକ ସଂଗଠନର ଆଇନ ପରାମର୍ଶଦାତା ନରେନ୍ଦ୍ର ଭୋଇ, କୋଶଳ ସେନାର ବୀରବଲ ମହାକୁଡ଼, ବୁଗବୁଗା ପଞ୍ଚାୟତ ସମିତିସଭ୍ୟ କୈଲାସ ଧରୁଆ, ଗିରିଶ୍‌ ଡନ୍‌ସନା, ଟିକେଶ୍ୱର ବିଶ୍ୱାଳ, ଜଗନ୍ନାଥ ମାଝୀ, କରୁଣାକର ସାହୁ, ସୁଶୀଲ ସାହୁ, ହେମନ୍ତ ଭୋଇ, ରାଜୁ ସାହୁ, ଯାଦବ ସାହୁ, ରଙ୍କ ବୁଡ଼େକ, ଡିଲେଶ୍ୱର ଭୋଇ, ଦିବାକର ଭୋଇ, ଦିଲୀପ ସାହୁ, ସରୋଜ ସେଠ୍‌, ପୀତାମ୍ବର ପ୍ରଧାନ, ପ୍ରତାପ ମେହେର, ଶିବୁନ ତ୍ରିପାଠୀ ପ୍ରମୁଖ ସମର୍ଥନ ଜଣାଇବା ପାଇଁ ଧାରଣାସ୍ଥଳରେ ପହଞ୍ଚିଥିଲେ।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ସୁନାଖଳା ପାହାଡ଼ରେ ବାଘ ଆତଙ୍କ, ଲୋକେ ଭୟଭୀତ

ପାତ୍ରପୁର୨୧।୩(ଉମାଚରଣ ନେପାକ): ଗଞ୍ଜାମ ଜିଲା ସାମନ୍ତିଆପଲ୍ଲୀ ବନାଞ୍ଚଳ ଅଧୀନ ଲଙ୍କା-ସୁନାଖଳା ପାହାଡ଼ ନିକଟରେ ଶନିବାର ସନ୍ଧ୍ୟାରେ ଏକ କଲରାପତିରିଆ ବାଘ ବସିଥିବା ସ୍ଥାନୀୟ ଲୋକେ ଦେଖିଥିବା ଚର୍ଚ୍ଚା…

ବିଜେଡି ଛାଡ଼ିଲେ ବସ୍ତା ବ୍ଲକ ସଭାପତି ଅନିଲ ମହାନ୍ତି, କହିଲେ ଏହି ବଡ଼ କାରଣ…

ବାଲେଶ୍ୱର, ୨୧।୩(ବାଞ୍ଛାନିଧି ଦେ): ବିଜେଡି ଛାଡ଼ିଲେ ବାଲେଶ୍ୱର ଜିଲା ବସ୍ତା ବ୍ଲକ ସଭାପତି ଅନିଲ କୁମାର ମହାନ୍ତି l ସେ ଶନିବାର ଦଳର ପ୍ରାଥମିକ ସଦସ୍ୟ ପଦରୁ…

ସ୍ତ୍ରୀଙ୍କୁ ତଣ୍ଟିଚିପି ହତ୍ୟା କରିବା ପରେ ଆତ୍ମହତ୍ୟାର ରୂପ ଦେଇଥିଲେ ସ୍ବାମୀ, ଅଦାଲତ ଶୁଣାଇଲେ ଏମିତି ରାୟ

ଥୁଆମୂଳ ରାମପୁର,୨୧ା୩(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଓ ଦୌରା ଜଜ୍‌ ଅଦାଲତ ଏକ ସମ୍ବେଦନଶୀଳ ହତ୍ୟା ମାମଲାର ବିଚାର କରି ଅଭିଯୁକ୍ତ ସ୍ବାମୀଙ୍କୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି।…

କମେଣ୍ଟ୍ରିରୁ ଅବସର ନେଲେ ଶିବରାମ, ସୋସିଆଲ ମିଡିଆ ପୋଷ୍ଟକୁ ନେଇ ଏବେ…

ନୂଆଦିଲ୍ଲୀ,୨୧ା୩: ଭାରତର ପୂର୍ବତନ କ୍ରିକେଟର ଲକ୍ଷ୍ମଣ ଶିବରାମ କ୍ରିଷ୍ଣନ କମେଣ୍ଟ୍ରିରୁ ଅବସର ଘୋଷଣା କରିଛନ୍ତି। ହେଲେ ସେ ଅବସର ଘୋଷଣା ଲାଗି କରିଥିବା ସୋସିଆଲ ମିଡିଆ ପୋଷ୍ଟକୁ…

ସ୍ବାମୀଙ୍କ ମୃତ୍ୟୁ ଖବର ଶୁଣି ଛାତରୁ ଡେଇଁ ପଡ଼ିଲେ ସ୍ତ୍ରୀ, ଆଉ ତା’ପରେ…

କଣ୍ଟାବାଞ୍ଜି,୨୧।୩: ବଲାଙ୍ଗୀର ଜିଲା ବଙ୍ଗୋମୁଣ୍ଡା ଥାନା କପିଳାଭଟା ଗାଁରେ ଶନିବାର ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସ୍ବାମୀଙ୍କ ମୃତ୍ୟୁ ଖବର ଶୁଣି ସ୍ତ୍ରୀ ଛାତରୁ ଡେଇଁ…

ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ୍‌ କରି ଜଙ୍ଗଲରେ ବିସ୍ଫୋରକ ଖଞ୍ଜିଥିଲେ ମାଓବାଦୀ, ବଡ଼ ଅଘଟଣ ଘଟିବା ପୂର୍ବରୁ…

ବାଲିଗୁଡ଼ା,୨୧ା୩(ସଞ୍ଜୟ କୁମାର ପାଣିଗ୍ରାହୀ): ସମଗ୍ର କନ୍ଧମାଳ ଜିଲାରେ କୋମ୍ବିଂ ଅପରେଶନକୁ ଜୋରଦାର କରାଯାଉଥିବା ବେଳେ ଏକ ବଡ଼ଧରଣର ଅଘଟଣରୁ ବର୍ତ୍ତିଯାଇଛନ୍ତି ସୁରକ୍ଷାକର୍ମୀ। ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରି ଜଙ୍ଗଲରେ…

ସାକ୍ଷୀଗୋପାଳଙ୍କୁ ଦର୍ଶନ କରି ଟଳି ପଡ଼ିଲେ ବୃଦ୍ଧା

ସାକ୍ଷୀଗୋପାଳ,୨୧ା୩(କିଶୋର ମହାପାତ୍ର/ପ୍ରଶାନ୍ତ କୁମାର ବାରିକ): ଶନିବାର ସନ୍ଧ୍ୟାରେ ଶ୍ରୀ ସାକ୍ଷୀଗୋପାଳଙ୍କୁ ଦର୍ଶନ କରିବା ପରେ ଜଣେ ବୃଦ୍ଧା ତୀର୍ଥଯାତ୍ରୀ ହଠାତ୍‌ ଟଳି ପଡ଼ିଥିଲେ। ତାଙ୍କ ସହିତ ରହିଥିବା…

ଅଷ୍ଟ୍ରେଲିଆକୁ ପରାସ୍ତ କରି ଜାପାନ ଚାମ୍ପିୟନ

ସିଡ୍‌ନୀ,୨୧ା୩: ଚଳିତ ମହିଳା ଏସିଆନ କପ୍‌ ଫୁଟବଲ ଟୁର୍ନାମେଣ୍ଟରେ ଜାପାନ ଚାମ୍ପିୟନ ହୋଇଛି। ଶନିବାର ଷ୍ଟାଡିୟମ ଅଷ୍ଟ୍ରେଲିଆରେ ଅନୁଷ୍ଠିତ ଫାଇନାଲରେ ମାଇକା ହାମାନୋଙ୍କ ଗୋଲ ବଳରେ ଜାପାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri