ବଢୁଛି ସଞ୍ଜୟ ଦାସବର୍ମାଙ୍କ ପ୍ରତି ସମର୍ଥନ

ପୁରୀ/ସାକ୍ଷୀଗୋପାଳ, ୪ା୪(ଅଜିତ୍‌ ମହାନ୍ତି/ଭରତ ରାଉତ)ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲୋକାଭିମୁଖୀ କାର୍ଯ୍ୟ, ନିର୍ମଳ ଭାବମୂର୍ତ୍ତି ଓ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ବିଜେଡି ସାଧାରଣ ସମ୍ପାଦକ (ମୁଖ୍ୟାଳୟ) ତଥା ସତ୍ୟବାଦୀ ବିଧାନସଭା ଆସନରୁ ପ୍ରାର୍ଥୀ ହୋଇଥିବା ସଞ୍ଜୟ କୁମାର ଦାସବର୍ମାଙ୍କ ଉପରେ ଆସ୍ଥା ପ୍ରକଟ କରି ଭାଜପା ଏବଂ କଂଗ୍ରେସର ବହୁ କର୍ମୀ ଦଳ ଛାଡି ବିଜେଡିରେ ସାମିଲ ହୋଇଛନ୍ତି। ବୁଧବାର ହଲିଡେ ରିସୋର୍ଟଠାରେ ସଞ୍ଜୟ ଦାସବର୍ମାଙ୍କ ନେତୃତ୍ୱରେ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା। ସତ୍ୟବାଦୀ ବ୍ଲକ ଭାଜପା ସମର୍ଥତ୍ତ ୩୧ନଂ ଜୋନ ଜିଲା ପରିଷଦ ପ୍ରାର୍ଥୀ ଜାନକୀ ବରାଳ, ଜୟପୁରର ପୂର୍ବତନ ସରପଞ୍ଚ ବିଶ୍ୱଜିତ ମହାପାତ୍ର, ସୁକଳର ପୂର୍ବତନ ସରପଞ୍ଚ ବିଜୟ ମହାନ୍ତି, ମଧୁବନ ପୂର୍ବତନ ସମିତି ସଭ୍ୟ ସାବିତ୍ରୀ ବରାଳ, ପୂର୍ବତନ ସମିତି ସଭ୍ୟ ପ୍ରମୋଦ କୁମାର ବରାଳ, ଆଶିଷ କୁମାର ଶତପଥି, ଭାଜପା ନେତା ଅର୍ଜୁନ କୁମାର ମହାପାତ୍ର, ରାଜକିଶୋର ମହାପାତ୍ର, ନୂଆ ସୋମେଶ୍ୱରପୁରର ସୁନିଲ ମିଶ୍ର ବିଜେଡିରେ ଯୋଗଦାନ କରିଛନ୍ତି। ସେହିପରି କଣାସ ବ୍ଲକ ଗଡ଼ବଡ଼ପୁଟ ପଞ୍ଚାୟତର ପୂର୍ବତନ ସମିତି ସଭ୍ୟ ଦିଲୀପ ପଲେଇ, ଗଡ଼ବଡ଼ପୁଟର ପୂର୍ବତନ କଂଗ୍ରେସ ସଭାପତି ରାଜକିଶୋର ପରିଡ଼ା, କୃଷ୍ଣମୋହନ ଛୋଟରାୟ, ଅଭିଷେକ ମହାନ୍ତି, ସମ୍ପଦ ସାମନ୍ତରାୟ, ସୁନିଲ ସାହୁ, ବୁଲୁ ସାହୁ, ନାଗାର୍ଜୁନ ସେନାପତି, ଦୁଃଶାସନ ମାଝୀ, ଭାଜପା ନେତା ବଳିଆ ଜେନା, ବିଚି ଜେନା, ବୈଦ୍ୟନାଥ ମାଝୀଙ୍କ ସମେତ ଶତାଧିକ ଭାଜପା ଓ କଂଗ୍ରେସ କର୍ମୀ ବିଜେଡିରେ ମିଶିଛନ୍ତି। ଏହି ମିଶ୍ରଣ ପର୍ବରେ ସତ୍ୟବାଦୀ ବ୍ଲକ ବିଜେଡି ସଭାପତି ପ୍ରମୋଦ ରାଉତରାୟ, ବ୍ଲକ ଅଧ୍ୟକ୍ଷ ସୁନିଲ ପଣ୍ଡା, ପୂର୍ବତନ ଅଧ୍ୟକ୍ଷ ପ୍ରେମାନନ୍ଦ ବେହେରା, ଉପାଧ୍ୟକ୍ଷଙ୍କ ପ୍ରତିନିଧି ପ୍ରକାଶ ପ୍ରଧାନ, ଜିଲା ବିଜେଡି ସାଧାରଣ ସମ୍ପାଦକ ଦେବାଶିଷ ରାୟ, କଣାସ ବ୍ଲକ ବିଜେଡି ସଭାପତି ସୁରେଶ ସାହୁ, ବ୍ଲକ ଅଧ୍ୟକ୍ଷା ପ୍ରଭାତୀ ରାଉତ ଏବଂ ସତ୍ୟବାଦୀ ବ୍ଲକ ବିଜେଡି ନେତା ବୁଲୁ ଶତପଥି ପ୍ରମୁଖ ଉପସ୍ଥିତ ରହି ସମସ୍ତଙ୍କୁ ସ୍ବାଗତ କରିଥିଲେ।