ଅଙ୍ଗନଓ୍ବାଡି କେନ୍ଦ୍ରକୁ ନିମ୍ନମାନର ଛତୁଆ, ଲଡୁ ଯୋଗାଣ

ବରୀ,୨୯ା୭(ଡି.ଏନ.ଏ.): ବରୀ ବ୍ଲକ୍‌ ଅଧୀନରେ ଥିବା ଅଙ୍ଗନଓ୍ବାଡ଼ି କେନ୍ଦ୍ରଗୁଡ଼ିକୁ ନିମ୍ନମାନର ଛତୁଆ ଓ ଲଡୁ ଯୋଗାଣ କରାଯାଉଛି। ତେବେ ଏନେଇ ବାରମ୍ବାର ଅଭିଯୋଗ ହୋଇ ଆସୁଥିଲେ ମଧ୍ୟ ଯୋଗାଣ ଦାୟିତ୍ୱରେ ଥିବା ସ୍ବୟଂ ସହାୟିକା ଗୋଷ୍ଠୀଗୁଡ଼ିକ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ହେଉନାହିଁ। ଫଳରେ ଏହାକୁ ନେଇ ଜନ ଅସନ୍ତୋଷ ବଢ଼ିବାରେ ଲାଗିଛି। ତେଣୁ ଉଚ୍ଚ କର୍ତ୍ତୃପକ୍ଷ ଏ ଦିଗରେ ଦୃଷ୍ଟିଦେବାକୁ ଦାବି ହୋଇଛି। ଅନ୍ୟପକ୍ଷରେ ବରୀ ମହିଳା ଓ ଶିଶୁ ବିକାଶ କାର୍ଯ୍ୟାଳୟ ଅଧୀନରେ ୧୦ ସୁପରଭାଇଜର ରହିବାସ୍ଥଳେ ମାତ୍ର ୬ଜଣ ଅଛନ୍ତି। ମହିଳା ଓ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ପଦବୀ ଖାଲି ପଡ଼ିଛି। ଯାଜପୁର ବ୍ଲକ୍‌ ମହିଳା ଓ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ଏହାର ଦାୟିତ୍ୱ ତୁଲାଉଛନ୍ତି। ତେବେ ସେ ଉପରୋକ୍ତ ଅଭିଯୋଗଗୁଡ଼ିକୁ ଅଣଦେଖା କରୁଥିବାରୁ ନିମ୍ନମାନର ଛତୁଆ ଓ ଲଡୁ ବଣ୍ଟନରେ ରୋକ୍‌ ଲଗାଯାଇ ପାରୁନି ବୋଲି ବିଭିନ୍ନ ଅଙ୍ଗନଓ୍ବାଡି କେନ୍ଦ୍ରର ଅଭିଭାବକ ଅଭିଯୋଗ କରିଛନ୍ତି।
ବ୍ଲକ୍‌ର ମା’ ଚଣାଖାଇ ସ୍ବୟଂ ସହାୟିକା ଗୋଷ୍ଠୀ ୫ଟି ସେକ୍ଟରର ଗର୍ଭବତୀ, ଶିଶୁଙ୍କୁ ଖାଦ୍ୟ ଯୋଗାଇ ଦେଉଥିବା ବେଳେ ମା’ ରାମେଶ୍ୱରୀ ସ୍ବୟଂ ସହାୟିକା ଗୋଷ୍ଠୀ ଅବଶିଷ୍ଟ ଚାରୋଟି ସେକ୍ଟରକୁ ଶିଶୁ ଖାଦ୍ୟ ଯୋଗାଣ କରୁଛି। ନିୟମ ମୁତାବକ ପ୍ରତିମାସ ୨୩ରେ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ, ସୁପରଭାଇଜର ଓ ମିଶନ ଶକ୍ତି ବିଭାଗ କର୍ମଚାରୀ ଛତୁଆ ପ୍ରସ୍ତୁତି କେନ୍ଦ୍ରରେ ଉପସ୍ଥିତ ରହି ଗହମ, ବୁଟ, ବାଦାମ, ଚିନି ଆଦି ସାମଗ୍ରୀର ଆନୁପାତିକ ପରିମାଣ ଯାଞ୍ଚ କରିବା କଥା। ୨୪ ଓ ୨୫ ତାରିଖରେ ଲଡୁ ପ୍ୟାକିଂ ଉପରେ ନଜର ଦେବା ସହ ଏହାର ମାନ ଯାଞ୍ଚ କରିବା କଥା। ତେବେ ମା’ ଚଣାଖାଇ ସ୍ବୟଂ ସହାୟିକା ଗୋଷ୍ଠୀ ବ୍ଲକ୍‌ ଅଧୀନ ବାଲିଆପାଳଠାରେ ଛତୁଆ ଓ ଲଡୁ ପ୍ରସ୍ତୁତ କରିବା ଯୋଗୁ ସୁପରଭାଇଜର ଓ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ଏହାର ମାନ ଯାଞ୍ଚ କରି ପାରୁଛନ୍ତି। ହେଲେ ମା’ରାମେଶ୍ୱରୀ ସ୍ବୟଂ ସହାୟିକା ଗୋଷ୍ଠୀ ବ୍ଲକ୍‌ର ୩୦ କି.ମି. ଦୂର ରସୁଲପୁର ବ୍ଲକ୍‌ରେ ଛତୁଆ ଓ ଲଡୁ ପ୍ରସ୍ତୁତ କରୁଥିବାରୁ ଏହାର ମାନ ଓ ଗୁଣବତ୍ତା ଯାଞ୍ଚ କରାଯାଉ ନ ଥିବା ଅଭିଯୋଗ ହେଉଛି। ସରକାରୀ ନିୟମ ମୁତାବକ କାର୍ଯ୍ୟାଳୟଠାରୁ କର୍ମଚାରୀମାନେ ୮ କି.ମି. ଦୂର ପରିଧି ଭିତରେ ରହିବାର ନିୟମ ଥିବା ବେଳେ ସୁପରଭାଇଜରମାନେ ୨୦ରୁ୨୫ କି.ମି. ଦୂରରେ ରହି ଉପର ଠାଉରିଆ ଭାବେ କାଗଜ କଲମରେ ଯାଞ୍ଚ କରାଯାଉଛି ବୋଲି ଦର୍ଶାଉଛନ୍ତି। ଏତଦ୍‌ବ୍ୟତୀତ ସୁପରଭାଇଜର ଓ ପ୍ରକଳ୍ପ ଅଧିକାରୀଙ୍କ ଅନୁପସ୍ଥିତିର ସୁଯୋଗ ନେଇ ପ୍ରସ୍ତୁତକାରୀ ସଂସ୍ଥା କୋମଳମତି ଶିଶୁ ଓ ଗର୍ଭବତୀଙ୍କୁ ନିମ୍ନମାନର ଖାଦ୍ୟ ଯୋଗାଣ କରି ମାଲାମାଲ ହେଉଛନ୍ତି ବୋଲି ମଧ୍ୟ ଅଭିଯୋଗ ହୋଇଛି। ଏ ସମ୍ପର୍କରେ ମା’ ଚଣାଖାଇ ସ୍ବୟଂ ସହାୟକ ଗୋଷ୍ଠୀ ସଭାପତି ସରିତା ଜେନାଙ୍କୁ ପଚାରିବାରେ ସେ କହିଛନ୍ତି, ଛତୁଆ ଓ ଲଡୁ ପ୍ରସ୍ତୁତ ସମୟରେ ବିଭାଗୀୟ କର୍ମକର୍ତ୍ତା ଉପସ୍ଥିତ ରହି ଏହାର ମାନ ଓ ଗୁଣବତ୍ତାକୁ ଯାଞ୍ଚ କରୁଛନ୍ତି। ଏହାପରେ ଆମେ ବିଭିନ୍ନ ଅଙ୍ଗନଓ୍ବାଡି କେନ୍ଦ୍ରକୁ ପଠାଉଛୁ। ତେଣୁ କୌଣସି ନିମ୍ନମାନ ଛତୁଆ ଓ ଲଡ଼ୁ ତିଆରି ହେଉନାହିଁ ବୋଲି ସେ ପ୍ରକାଶ କରିଛନ୍ତି। ମା’ ରାମେଶ୍ୱରୀ ସ୍ବୟଂ ସହାୟକ ଗୋଷ୍ଠୀ ସଭାପତିଙ୍କ ପ୍ରତିକ୍ରିୟା ପାଇଁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ତାହା ସମ୍ଭବ ହୋଇ ପାରିନାହିଁ। ବରୀ ମହିଳା ଓ ଶିଶୁ ବିକାଶ ଭାରପ୍ରାପ୍ତ ପ୍ରକଳ୍ପ ଅଧିକାରୀ ସରିତା ନାୟକଙ୍କୁ ପଚାରିବାରେ ସେ କହିଛନ୍ତି, ମୁଁ ନୂତନ ଭାବେ ଦାୟିତ୍ୱରେ ଅଛି। କାର୍ଯ୍ୟାଳୟର ଗାଡ଼ି ନ ଥିବାରୁ କାର୍ଯ୍ୟ ତଦାରଖ କ୍ଷେତ୍ରରେ ଅସୁବିଧା ହେଉଛି। ଛତୁଆ ଓ ଲଡୁ ନିମ୍ନମାନର ବୋଲି ବିଭିନ୍ନ ଅଙ୍ଗନଓ୍ବାଡି କେନ୍ଦ୍ରର କର୍ମୀ ମୌଖିକ ଓ ଲିଖିତ ଅଭିଯୋଗ କରିଛନ୍ତି। ତେଣୁ ଖୁବ୍‌ଶୀଘ୍ର ଖାଦ୍ୟର ମାନ ଓ ଗୁଣବତ୍ତା ଉପରେ ତଦନ୍ତ କରାଯିବ। ଯଦି ଅଭିଯୋଗ ସତ୍ୟ ହୋଇଥାଏ ତେବେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

କୁରୁକୁଟି ମୌଜାରେ ଜମି ବିବାଦ ଅସମାହିତ: ଜିଲାପାଳ-ଏସପିଙ୍କ ବୁଝାଶୁଝା ସତ୍ତ୍ୱେ ହଟିଲେନି ଆନ୍ଦୋଳନକାରୀ

ଥୁଆମୂଳ ରାମପୁର, ୩ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣକୁ ନେଇ ଚାଲିଥିବା ବିବାଦ ଆଜି…

ଭୂକମ୍ପ ଝଟ୍‌କାରେ ଥରିଲା ଜମ୍ମୁ-କଶ୍ମୀରରୁ ନେଇ ଦିଲ୍ଲୀ, ଭୟରେ ଘରୁ ବାହାରକୁ ଦୌଡ଼ିଲେ ଲୋକେ…

ନୂଆଦିଲ୍ଲୀ,୩।୪: ଭାରତର ରାଜଧାନୀ ଦିଲ୍ଲୀ-ଏନ୍‌ସିଆର (Delhi-NCR), ଜମ୍ମୁ-କାଶ୍ମୀର ଏବଂ ଚଣ୍ଡିଗଡ଼ ସମେତ ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଜମ୍ମୁ-କାଶ୍ମୀରରେ ପରସ୍ପର…

୬ ଘଣ୍ଟା ଧରି ପୂର୍ତ୍ତ ବିଭାଗ କର୍ମଚାରୀଙ୍କ ହାତଗୋଡ଼ ବାନ୍ଧି ମାଡ଼ ମାରି ଲୁଟ୍‌, ମହିଳାଙ୍କ ସମେତ ୫ଜଣଙ୍କୁ ବାନ୍ଧିଲା…

ରାୟଗଡ଼ା, ୩।୪ (ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହରରେ ଜଣେ ସରକାରୀ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ମରଣାନ୍ତକ ଆକ୍ରମଣ ଓ ଲୁଟ କରିବା ଘଟଣାର ପର୍ଦ୍ଦାଫାଶ କରିଛି…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri