ଅତିରିକ୍ତ ବଜେଟ ପ୍ରସ୍ତୁତି

ଭୁବନେଶ୍ୱର,୧୫ା୭(ଅନିଲ ଦାସ): ରାଜ୍ୟ ସରକାରଙ୍କ ନୂତନ ଯୋଜନା, କେନ୍ଦ୍ର ପ୍ରବର୍ତ୍ତିତ ଯୋଜନା ଏବଂ ସରକାରଙ୍କ ଦ୍ୱାରା ଘୋଷଣା କରାଯାଇଥିବା ଜନକଲ୍ୟାଣ କାର୍ଯ୍ୟକ୍ରମଗୁଡ଼ିକ ପାଇଁ ଅତିରିକ୍ତ ବଜେଟ ପ୍ରସ୍ତୁତ ହେବ। ଏହାକୁ ଦୃଷ୍ଟିରେ ରଖି ଚଳିତ ୨୦୨୩-୨୪ ଆର୍ଥିକ ବର୍ଷର ଅତିରିକ୍ତ ବଜେଟ ସକାଶେ ପ୍ରସ୍ତାବ ଦେବାକୁ ଅର୍ଥ ବିଭାଗ ପକ୍ଷରୁ ସମସ୍ତ ବିଭାଗର ସଚିବ, ପ୍ରମୁଖ ସଚିବ, ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖାଯାଇଛି। ଆଗୁଆ ନିର୍ବାଚନ ହେବା ନେଇ ଚର୍ଚ୍ଚା ହେଉଛି। ଆସନ୍ତା ମୌସୁମୀ କିମ୍ବା ଶୀତକାଳୀନ ଅଧିବେଶନରେ ଉକ୍ତ ଅତିରିକ୍ତ ବଜେଟକୁ ବିଧାନସଭାରେ ସରକାର ଅନୁମୋଦନ କରାଇ ପାରନ୍ତି। ଏହା ପୂର୍ବରୁ ଅତିରିକ୍ତ ବଜେଟ ପ୍ରସ୍ତୁତ କରିବା ପାଇଁ ଅର୍ଥ ବିଭାଗ ଉଦ୍ୟମ ଆରମ୍ଭ କରିଛି। ତେବେ ଯେଉଁ ବିଭାଗଗୁଡ଼ିକ ଜୁନ୍‌ ଶେଷ ସୁଦ୍ଧା ମୂଳ ବଜେଟର ୨୫% ବ୍ୟୟ କରି ନ ଥିବେ ସେହି ବିଭାଗଗୁଡ଼ିକ ଅତିରିକ୍ତ ବଜେଟ ପାଇଁ କୌଣସି ପ୍ରସ୍ତାବ ଦେଇପାରିବେ ନାହିଁ ବୋଲି ଅର୍ଥ ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି। ଚଳିତ ମାସ ୩୧ ସୁଦ୍ଧା ପ୍ରସ୍ତାବ ଦେବାକୁ ବିଭାଗଗୁଡ଼ିକୁ କୁହାଯାଇଛି।
ରାଜ୍ୟ ସରକାର ଚଳିତ ବଜେଟରେ ଦୀର୍ଘମିଆଦୀ ବିକାଶ ଉପରେ ଫୋକସ କରିଛନ୍ତି। ରାଜ୍ୟରୁ ଦାରିଦ୍ର୍ୟ ଦୂରୀକରଣ କରିବା ସହ ଚାଷୀଙ୍କ ଆୟ ବଢ଼ାଇବା, ପାନୀୟ ଜଳ ଯୋଗାଣ, ସ୍ବାସ୍ଥ୍ୟ, ଗୁଣାତ୍ମକ ଶିକ୍ଷା, ଦକ୍ଷତା ବିକାଶ, ଭିତ୍ତିଭୂମି ଉପରେ ଗୁରୁତ୍ୱ ଦେଉଛନ୍ତି। ୨୦୨୩-୨୪ରେ କେନ୍ଦ୍ର ବଜେଟରେ ଭାରତର ଅଭିବୃଦ୍ଧି ୬.୩% ଧାର୍ଯ୍ୟ କରାଯାଇଥିବା ବେଳେ ଓଡ଼ିଶାରେ ଏହା ୮% ହେବ ବୋଲି ବଜେଟରେ ଆକଳନ କରାଯାଇଛି। ସେହିପରି ରାଜ୍ୟରେ ରାଜସ୍ବ ସଂଗ୍ରହ ଗତ ବର୍ଷ ତୁଳନାରେ ଚଳିତ ବର୍ଷ ଜୁନ୍‌ ଶେଷ ସୁଦ୍ଧା ୧୨.୩ ପ୍ରତିଶତ ହୋଇଥିବା ବେଳେ ଖର୍ଚ୍ଚ ୧୫ ପ୍ରତିଶତ ହୋଇଛି। ବଜେଟ ଖର୍ଚ୍ଚ ବୃଦ୍ଧି କରିବା ଉପରେ ଅର୍ଥ ବିଭାଗ ଗୁରୁତ୍ୱ ଦେଇଛି। ଆବଶ୍ୟକତାକୁ ଦୃଷ୍ଟିରେ ରଖି ଅତିରିକ୍ତ ବଜେଟ ପ୍ରସ୍ତାବ ଦେବାକୁ ବିଭାଗଗୁଡ଼ିକୁ କୁହାଯାଇଛି। ଅତିରିକ୍ତ ବଜେଟ ପାଇଁ ବିଭାଗଗୁଡ଼ିକ କାର୍ଯ୍ୟକ୍ରମ ଖର୍ଚ୍ଚଗୁଡ଼ିକୁ ଠିକ୍‌ ଭାବେ ଆକଳନ ନ କରି ପ୍ରସ୍ତାବ ଦେଉଛନ୍ତି। ଫଳରେ ବର୍ଷ ଶେଷରେ ବହୁ ପରିମାଣ ଅର୍ଥ ବିଭାଗଗୁଡ଼ିକ ଫେରସ୍ତ କରୁଛନ୍ତି। ବାସ୍ତବ ଖର୍ଚ୍ଚ ଆକଳନ କରି ଅତିରିକ୍ତ ବଜେଟ ପ୍ରସ୍ତାବ ଦେବାକୁ କୁହାଯାଇଛି। ପ୍ରଶାସନିକ ଖର୍ଚ୍ଚ ସମ୍ବନ୍ଧୀୟ ଅତିରିକ୍ତ ପ୍ରସ୍ତାବ, ଅର୍ଥ ବିଭାଗ ଏବଂ ବିଭିନ୍ନ କାର୍ଯ୍ୟକ୍ରମ ଓ ଯୋଜନା ବାବଦ ଅତିରିକ୍ତ ଖର୍ଚ୍ଚ ପ୍ରସ୍ତାବ ଯୋଜନା ଓ ସଂଯୋଜନା ବିଭାଗରେ ଜୁଲାଇ ୩୧ ସୁଦ୍ଧା ଅନ୍‌ଲାଇନ ଜରିଆରେ ଉପସ୍ଥାପନ କରିବାକୁ ବିଭାଗଗୁଡ଼ିକୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri