ମୃତ ଗାଈକୁ ଘୋଷାରି ନେଲା ପାଟ୍ରୋଲିଂ ଗାଡ଼ି: ସୁପରଭାଇଜର, ଚାଳକ ବହିଷ୍କୃତ

ଛତ୍ରପୁର,୨୪।୧୦(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଛତ୍ରପୁର ବାଏପାସ୍‌ ଜାତୀୟ ରାଜପଥରେ ଗାଡ଼ି ଧକ୍କାରେ ଏକ ଗାଈର ମୃତ୍ୟୁ ଘଟିଥିଲା। ହେଲେ ଏନ୍‌ଏଚ୍‌ଏଆଇର ହାଇୱେ ପାଟ୍ରୋଲିଂ ଗାଡ଼ି ପଛପଟେ ଏକ ଦଉଡିରେ ମୃତ ଗାଈକୁ ବାନ୍ଧି ରାଜପଥରେ ଘୋଷାରି ଘୋଷାରି ନେଉଥିବା ଦେଖିବାକୁ ମିଳିଥିଲା । ପରବର୍ତ୍ତୀ ସମୟରେ ଏହି ସମ୍ପର୍କିତ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଏନ୍‌ଏଚ୍‌ଏଆଇ ହାଇୱେ ପାଟ୍ରୋଲିଂ ଗାଡିରେ ନିୟୋଜିତ ସୁପରଭାଇଜର ଓ ଚାଳକଙ୍କୁ ବିଭାଗ ପକ୍ଷରୁ ବହିଷ୍କୃତ କରାଯାଇଛି। ଏଭଳି ଘଟଣାର ପୁନରାବୃତ୍ତି ହେବ ନାହିଁ ବୋଲି ଏନଏଚ୍‌ଏଆଇ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅଦିନିଆ ବର୍ଷାରେ ବେହାଲ ସାନ ଆର୍ଜିପଲ୍ଲୀ ଗାଁ

ଛତ୍ରପୁର, ୬।୧୨(ଦିଲ୍ଲୀପ ସାମଲ) : ଗଞ୍ଜାମ ଜିଲା ଛତ୍ରପୁର ବ୍ଲକ ଅନ୍ତର୍ଗତ ସାନ ଆର୍ଯ୍ୟପଲ୍ଲୀ ଗାଁ ଅଦିନିଆ ବର୍ଷାରେ ବେହାଲ ହୋଇଛି । ଲଗାଣ ବର୍ଷା...

ଯଶିପୁର ବିଇଓ ନିଲମ୍ବିତ

ବାରିପଦା,୬।୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ କ୍ରମେ ମୟୂରଭଞ୍ଜ ଜିଲା ଯଶିପୁର ବ୍ଲକ ଶିକ୍ଷାଧିକାରୀ ମଙ୍ଗଲ ଚରଣ ସିଂଙ୍କୁ...

ବାଲିଯାତ୍ରାରେ ସିଏମ୍‌ସି ଖର୍ଚ୍ଚକୁ ନେଇ ବିବାଦ

କଟକ,୬।୧୨(ସୁପ୍ରିୟା ପ୍ରିୟଦର୍ଶିନୀ): ଐତିହାସିକ କଟକ ବାଲିଯାତ୍ରା ମଙ୍ଗଳବାର ଶେଷ ହୋଇଛି। ହେଲେ ଏଥିପାଇଁ ହୋଇଥିବା ଖର୍ଚ୍ଚକୁ ନେଇ ବିବାଦ ମୁଣ୍ଡ ଟେକିଛି। ଚଳିତବର୍ଷ କଟକ ମହାନଗର...

ତଦନ୍ତରେ ବାଧା ଭିଏଟ୍‌ନାମା ଭାଷା

ପାରାଦୀପ,୬।୧୨(ଶରତ ରାଉତ): ପାରାଦୀପ ବନ୍ଦର ପିଆଇସିଟି (ପାରାଦୀପ ଇଣ୍ଟରନ୍ୟାଶନାଲ କାର୍ଗୋ ଟର୍ମିନାଲ) ବର୍ଥରୁ ନଭେମ୍ବର ୩୦ ତାରିଖ ରାତିରେ ‘ଏମ୍‌ଭି ଦେବୀ’ ନାମକ ପଣ୍ୟବାହୀ ଜାହାଜରୁ...

ଲଘୁଚାପ ବର୍ଷାକୁ ନେଇ ଭୟଭୀତ ଚାଷୀ

ଯାଜପୁର ସଦର,୬।୧୨(ସମର ବିଜୟ ଶରଣ): ଲଘୁଚାପ ବର୍ଷାକୁ ନେଇ ଯାଜପୁର ବ୍ଲକ୍‌ ଅଞ୍ଚଳର ଚାଷୀ ଭୟଭୀତ ହୋଇ ପଡ଼ିଛନ୍ତି। ଯଦି ବର୍ଷା ହୁଏ ତେବେ ଅନେକ...

୩୩ ବର୍ଷ ହେଲା ରାସ୍ତା ନିର୍ମାଣ ହୋଇପାରୁନି

ପ୍ରୀତିପୁର,୬।୧୨(ସୁଶାନ୍ତ ବେହୁରିଆ):ବିଞ୍ଝାରପୁର ବ୍ଲକ ଅନ୍ତର୍ଗତ ଜରି ବିସିଜେ ହାଇସ୍କୁଲ ଛକଠାରୁ ଦଶରଥପୁର ବ୍ଲକର ବଡ଼ କୁଁଆଲ ଗାଁ ପର୍ଯ୍ୟନ୍ତ ରାସ୍ତା ୩୩ ବର୍ଷ ହେବ ନିର୍ମାଣ...

ସ୍କୁଲ ୟୁନିଫର୍ମ, ଜୋତା ଗୁଣବତ୍ତା ପ୍ରଭାବିତ ହେଉଛି

ରସୁଲପୁର,୬।୧୨(ରଞ୍ଜିତ ରାଉତ): ରସୁଲପୁର ବ୍ଲକ ଅଧୀନ ୨୮ ପଞ୍ଚାୟତର ୨୧୭ ବିଦ୍ୟାଳୟରେ ୩୦ହଜାରୁ ଊର୍ଦ୍ଧ୍ୱ ବିଦ୍ୟାର୍ଥୀ ଅଧ୍ୟୟନ କରୁଛନ୍ତି। ସେମାନଙ୍କୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ...

ନାକିଚି ଛକରେ ହେଉନି ସର୍ଭିସ ରାସ୍ତା ନିର୍ମାଣ

ବଇଣ୍ଡା,୬।୧୨(ପରିକ୍ଷିତ ସାହୁ): ଅନୁଗୋଳ ଜିଲା କିଶୋରନଗର ବ୍ଲକ ନାକିଚି ଛକ ଠାରେ ସର୍ଭିସ ରୋଡ ନିର୍ମାଣ ହେଉନାହିଁ। ବାରମ୍ବାର ଅଭିଯୋଗ କଲେ ମଧ୍ୟ ଜାତୀୟ ରାଜପଥ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri