ଅନ୍ଧବିଶ୍ୱାସ କରିଦେଉଛି ଅନ୍ଧ

ଇଂଲିଶ ମିଡିୟମ ସ୍କୁଲରେ ପଢ଼ି ବଡ଼ ହେଇହେବ ଓ ତାଙ୍କ ପୂର୍ବ ପୁରୁଷଙ୍କଠାରୁ ଉତ୍ତମ ଶିକ୍ଷା ପାଇବା ଆଶା ରଖି ଉତ୍ତରପ୍ରଦେଶ ହାଥରାସ ଜିଲା ନିକଟବର୍ତ୍ତୀ ଡିଏଲ୍‌ ପବ୍ଲିକ୍‌ ସ୍କୁଲରେ ପୁଅକୁ ଭର୍ତ୍ତି କରିଥିଲେ ସ୍ଥାନୀୟ ବାସିନ୍ଦା କ୍ରିଷ୍ଣା କୁସଓ୍ବା। ହେଲେ ତାଙ୍କ ସ୍ବପ୍ନ ଚୂରମାର ହୋଇଗଲା ଯେତେବେଳେ ସେ ଜାଣିଲେ ତାଙ୍କ ପୁଅକୁ ପଢ଼ୁଥିବା ସ୍କୁଲ ପରିସରରେ ବଳି ଦିଆଯାଇଛି। ଶୁଣିଲେ ଆଶ୍ଚର୍ଯ୍ୟ ହେବାକୁ ପଡ଼ିଛି ଯେ, ସ୍କୁଲର ମାଲିକ ଜଣେ ତାନ୍ତ୍ରିକ ହୋଇଥିବା ବେଳେ ତାଙ୍କୁ ଏହି କାର୍ଯ୍ୟରେ ଶିକ୍ଷକମାନେ ମଧ୍ୟ ସାହାଯ୍ୟ କରିଥିଲେ। ଏହି ୧୧ ବର୍ଷୀୟ ଛାତ୍ରଙ୍କୁ ସେପ୍ଟେମ୍ବର ୨୨ରେ ବଳି ଦିଆଯିବା ପୂର୍ବରୁ ଗତ ୬ ତାରିଖରେ ଆଉ ଜଣେ ଛାତ୍ରଙ୍କୁ ବଳି ପାଇଁ ନିଆଯାଉଥିବା ବେଳେ କର୍ତ୍ତୃପକ୍ଷ ବିଫଳ ହୋଇଥିଲେ। ଆହୁରି ଶୁଣିଲେ ସଭ୍ୟସମାଜର ମାନସିକତା ଦୋହଲିଯିବ ଯେ, ସ୍କୁଲର ସଫଳତା ଓ ସମୃଦ୍ଧି ପାଇଁ ଏଭଳି କାଣ୍ଡ କରାଯାଇଛି। ଅନ୍ଧବିଶ୍ୱାସ ମଣିଷକୁ କିଭଳି ଅନ୍ଧ କରିଦିଏ ଏହି ଘଟଣା ଦର୍ଶାଉଛି।
ଏଠାରେ ମନେପକାଇ ଦିଆଯାଇପାରେ ଯେ, ହାଥରାସ ହେଉଛି ଉତ୍ତରପ୍ରଦେଶର ସେହି କୁଖ୍ୟାତ ଅଞ୍ଚଳ, ଯେଉଁଠାରେ ୨୦୨୦ ସେପ୍ଟେମ୍ବର ୧୪ରେ ଖେତ ମଧ୍ୟରେ ଜଣେ ଦଳିତ ଯୁବତୀଙ୍କୁ ଗଣବଳାତ୍କାର କରାଯାଇଥିଲା ଓ ତାହାର ବୀଭତ୍ସତା ସେତେବେଳେ ଦେଶର ବିବେକକୁ ଦୋହଲାଇ ଦେଇଥିଲା। ଏବେ ୧୧ ବର୍ଷୀୟ ଛାତ୍ରଙ୍କୁ ଯେଉଁ ଉଦ୍ଦେଶ୍ୟରେ ବଳି ଦିଆଯାଇଛି, ତାହା ସଭ୍ୟସମାଜରେ ଘୃଣା ସୃଷ୍ଟି କରିବା କଥା। ଯେଉଁ ଧର୍ମରେ ଏହିସବୁ ପ୍ରକାର ଅନ୍ଧବିଶ୍ୱାସ ଓ କୁସଂସ୍କାର ପ୍ରଭାବ ବିସ୍ତାର କରି ରହିଛି, ତାହା ମଣିଷ ଜାତିର ପ୍ରଗତିରେ ନିଶ୍ଚିତ ଭାବେ ବାଧା ସୃଷ୍ଟି କରୁଛି। ଏସବୁକୁ ହିନ୍ଦୁ, ମୁସଲମାନ କିମ୍ବା ଇସାଇର ଆଖ୍ୟା ଦେଇ ସାମାଜିକ ସ୍ବୀକାରୋକ୍ତି କରିଦେଲେ ତାହା ଭବିଷ୍ୟତ ପାଇଁ ମାରାତ୍ମକ ହେବ ବୋଲି ସ୍ପଷ୍ଟ ଜଣାପଡୁଛି। ତେବେ ହାଥରାସର ଗ୍ରାମାଞ୍ଚଳରେ ପ୍ରତିଷ୍ଠା କରାଯାଇଥିବା ଉକ୍ତ ସ୍କୁଲର ସଫଳତା ହାର କମ୍‌ ରହିବା ସହ ତା’ର ଆର୍ଥିକ ଉନ୍ନତି ହେଉ ନ ଥିଲା। ତେଣୁ ମାଲିକ ତାନ୍ତ୍ରିକ ହୋଇଥିବାରୁ ଏଭଳି ସୁପରିକଳ୍ପିତ ଷଡ଼ଯନ୍ତ୍ର କରି ଅପରାଧ ଘଟାଇଲେ। ଏହି ଘଟଣା ପୂର୍ବରୁ ବଳି ଦେବା ନେଇ ହୋଇଥିବା ଅନ୍ୟ ଏକ ଉଦ୍ୟମ ବିଷୟରେ ସ୍ଥାନୀୟ ପୋଲିସ ଜାଣିଥିଲା। କିନ୍ତୁ ଏହାକୁ ଗୁରୁତ୍ୱ ନ ଦେବାରୁ ନିରୀହ ଛାତ୍ରଟିର ପ୍ରାଣ ନେଇଯିବା ସହଜ ହୋଇଗଲା। ଏଥିରୁ ବୁଝିବାକୁ ହେବ ଯେ, ହାଥରାସଠାରୁ ଆରମ୍ଭ କରି ଓଡ଼ିଶାର ଭରତପୁର ଥାନା ସମେତ ଦେଶର କୋଣଅନୁକୋଣରେ ଥିବା ଅଧିକାଂଶ ପୋଲିସ ସ୍ଥାନୀୟ ପ୍ରଭାବଶାଳୀ ଲୋକଙ୍କ ହାତବାରିସି ପାଲଟିଛନ୍ତି ଓ ବାରମ୍ବାର ଅନ୍ୟାୟ କରିଚାଲୁଛନ୍ତି। ଯଦି ଏଭଳି ଘଟଣାରେ ଉଚ୍ଚପଦସ୍ଥ ପୋଲିସ ଅଧିକାରୀଙ୍କ ସନ୍ତାନଙ୍କୁ ବଳି ପକାଇ ଦିଆଯାଇଥାଆନ୍ତା, ତେବେ ତାଙ୍କର ପ୍ରତିକ୍ରିୟା ଦେଖିବାଯୋଗ୍ୟ ହୋଇଥାଆନ୍ତା। ଅବଶ୍ୟ ଏଠାରେ ମନେରଖିବାକୁ ହେବ ଯେ ଉତ୍ତର ପ୍ରଦେଶରେ ଅନେକ ଉଚ୍ଚପଦସ୍ଥ ପୋଲିସ ଅଫିସର କାର୍ଯ୍ୟରତ ଥିଲାବେଳେ ସେମାନଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି ଏବଂ ସେଥିପାଇଁ ସେହି ରାଜ୍ୟର ପୋଲିସ ବିଭାଗ ମଧ୍ୟ କୌଣସି ପଦକ୍ଷେପ ନେଇନାହିଁ।
ଆଜି ଭାରତବର୍ଷରେ ଶିକ୍ଷା ସ୍ତର ଅତ୍ୟନ୍ତ ଦୁର୍ବଳ ହୋଇପଡ଼ିଛି। ସରକାରୀ ସ୍କୁଲରେ ଭଲ ପାଠ ପଢ଼ାଯାଉ ନାହିଁ ବୋଲି ସାଧାରଣରେ ଆଲୋଚନା ହେଉଥିବାରୁ ଅନେକ ମାତାପିତା ଓ ଅଭିଭାବକ ସେମାନଙ୍କ ପିଲାଙ୍କୁ ଘରୋଇ ବିଶେଷକରି ଇଂଲିଶ ମାଧ୍ୟମ ସ୍କୁଲରେ ପଢ଼ାଇବାକୁ ଇଚ୍ଛୁକ ହେଉଛନ୍ତି। ପିଲାମାନଙ୍କୁ ଉତ୍ତମ ଶିକ୍ଷା ଦେବା ସହ ସ୍ମାର୍ଟ କରାଇବାରେ ଯଦିଓ ଇଂଲିଶ ମାଧ୍ୟମ ସ୍କୁଲର ପାଠ୍ୟକ୍ରମ ଅନ୍ୟ ମାଧ୍ୟମଠାରୁ ଅପେକ୍ଷାକୃତ ଉନ୍ନତ ରହିଥିବା କୁହାଯାଉଛି, ତଥାପି ସେଭଳି ଶିକ୍ଷାନୁଷ୍ଠାନ ବାଛିବା ହେଉଛି ବଡ଼ କଥା। ଅଧିକାଂଶ ଜାଣିବାକୁ ଚାହୁଁନାହାନ୍ତି ସ୍କୁଲ ପ୍ରତିଷ୍ଠା କରିଥିବା ବ୍ୟକ୍ତିର ପୃଷ୍ଠଭୂମି। ସେଥିପାଇଁ ଯିଏ ପାରେ ସିଏ ସମାଜର ମୌଳିକ ଭିତ୍ତିଭୂମି ଯଥା ଶିକ୍ଷା ଓ ସ୍ବାସ୍ଥ୍ୟ ସେବାରେ ଆଧିପତ୍ୟ ବିସ୍ତାର ସହ ଲାଭ ଉଦ୍ଦେଶ୍ୟ ରଖି ଏସବୁ କ୍ଷେତ୍ରକୁ ଓହ୍ଲାଉଛନ୍ତି। ସେଥିପାଇଁ ଏହି ଦୁଇ କ୍ଷେତ୍ରରେ ଅନେକ ସମୟରେ ବିଭ୍ରାଟ ଦେଖାଦେଉଛି। ଏଠାରେ ଉଲ୍ଲେଖଯୋଗ୍ୟ ଯେ ଜଣେ ଶିକ୍ଷାବିତ୍‌ ଶିକ୍ଷାନୁଷ୍ଠାନ ଗଢ଼ିଲେ କିମ୍ବା ଜଣେ ଡାକ୍ତର ହସ୍ପିଟାଲ ଖୋଲିଲେ ସେଠାରେ ଶିକ୍ଷା କିମ୍ବା ସେବା ଉଚ୍ଚକୋଟୀର ହେବ ବୋଲି କିଛି ଗ୍ୟାରେଣ୍ଟି ନାହିଁ। ସେଥିପାଇଁ ଉଦ୍ୟୋଗୀଙ୍କ ପୃଷ୍ଠଭୂମି ସମ୍ପର୍କରେ ସମସ୍ତେ ବୁଝିପାରିବେ ବୋଲି ଭାବିବା ମଧ୍ୟ ଅବାଞ୍ଛିତ।
ବଳି ଘଟଣା ଜଣାପଡ଼ିବା ପରେ ସ୍କୁଲର ମାଲିକ, ତାଙ୍କ ପୁଅ ତଥା ସ୍କୁଲ ନିର୍ଦ୍ଦେଶକ, ପ୍ରଧାନ ଶିକ୍ଷକ ଓ ଅନ୍ୟ ଦୁଇ ଶିକ୍ଷକଙ୍କୁ ପୋଲିସ ଗିରଫ କରିଛି। ଏଭଳି ବ୍ୟକ୍ତି କେତେ ଦିନ ଜେଲରେ ରହିବେ ଏବଂ ମୃତ ଛାତ୍ରଙ୍କ ପରିବାରକୁ କେବେ ନ୍ୟାୟ ମିଳିବ ତାହା କହିବା କଷ୍ଟକର। କାରଣ ଭାରତରେ ପୋଲିସ ବାହିନୀ ଓ ନ୍ୟାୟ ବ୍ୟବସ୍ଥା ସବୁବେଳେ ଧନୀ, ପ୍ରଭାବଶାଳୀ ବ୍ୟକ୍ତିଙ୍କ ସପକ୍ଷରେ ରହିଆସିଛି। ଏହାର ସଦ୍ୟ ଦୃଷ୍ଟାନ୍ତ ଗୁରଗାଓଁର ରାସ୍ତା ଦୁର୍ଘଟଣାରୁ ଜଣାପଡ଼ିଛି। ଘଟଣାଟି ଅତି ସହଜରେ ବୁଝି ହେବ। ଜଣେ ଯୁବକ ଦ୍ରୁତ ଗତିରେ ମୋଟର ସାଇକେଲ ଚଳାଇ ଯାଉଥିଲେ। ବିପରୀତ ଦିଗରୁ ଓ ଓ୍ବାନ୍‌ଓ୍ବେ ଆଇନକୁ ଅମାନ୍ୟ କରି ଜାତୀୟ ରାଜପଥର ଭୁଲ୍‌ ଦିଗରୁ ଏକ ଚାରିଚକିଆ ଏସ୍‌ୟୁଭି ଗାଡ଼ି ଦ୍ରୁତଗତିରେ ଆସୁଥିଲା। ଦୁର୍ଘଟଣା ଘଟିଲା ଓ ଯୁବକଙ୍କର ସେହି ସ୍ଥାନରେ ଜୀବନ ଚାଲିଗଲା। ଅନ୍ୟପଟେ ଭୁଲ୍‌ ରାସ୍ତାରେ ଆସୁଥିବା ଗାଡ଼ି ଚାଳକଙ୍କୁ ମାତ୍ର କେହି ଘଣ୍ଟା ମଧ୍ୟରେ ଜାମିନ ମିଳିଗଲା ବୋଲି ଜଣାପଡ଼ିଛି। ଏଥିରୁ ବୁଝିବାକୁ ହେବ ଯେ ଯେତେ ଆଧୁନିକ ଭିତ୍ତିଭୂମି ସୃଷ୍ଟି କଲେ ମଧ୍ୟ ତାହାର ଉଚିତ ଉପଯୋଗ ସମ୍ପର୍କିତ ଜ୍ଞାନ ଆରମ୍ଭରୁ ନାଗରିକଙ୍କୁ ଦିଆଯିବା ଦରକାର। ଅନୁରୂପ ଭାବେ ଇଂଲିଶ୍‌ ମିଡିୟମ ସ୍କୁଲଗୁଡ଼ିକୁ ସିବିଏସ୍‌ଇ ଦ୍ୱାରା ତାଲିକାଭୁକ୍ତ କରାଇବା ହେଉଛି ସରକାରଙ୍କ ଦାୟିତ୍ୱ। ପାଠ୍ୟକ୍ରମରେ ଧର୍ମ ଓ ଇତିହାସ ସମ୍ପର୍କରେ କୁହାଯାଉଥିବା ବେଳେ ଶିକ୍ଷା ଯୋଗାଉଥିବା ଶିକ୍ଷକଙ୍କୁ ମଧ୍ୟ ପ୍ରସ୍ତୁତ କରିବା ହେଉଛି ଏକ ଦୂରଦୃଷ୍ଟିସମ୍ପନ୍ନ ସରକାରର ଗୁରୁଦାୟିତ୍ୱ। ଆଜି ଭାରତବର୍ଷରେ ଏହିଭଳି ବିଷୟକୁ କେହି ଦୃଷ୍ଟି ଦେଉନାହାନ୍ତି। ଫଳରେ ପିଲାଙ୍କୁ ବଳି ପକାଇବାକୁ ସ୍କୁଲ ମାଲିକ ବଳ ପାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଘରୁ ଲକ୍ଷାଧିକ ଟଙ୍କା ଚୋରି ଘଟଣା; ୯୨ ହଜାର ୫ ଶହ ଟଙ୍କା ଜବତ, ୩ ନାବାଳକ କରିଥିଲେ…

ଦିଗପହଣ୍ଡି/ଚିକିଟି,୨୨।୩(ଅଶେଷ ନାଥ ମିଶ୍ର/ ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟିପେଣ୍ଠ ଗ୍ରାମ ପଦ୍ମନଗର ୬ଷ୍ଠ ଲେନ ବାସିନ୍ଦା ମଙ୍ଗୁଳୁ ପ୍ରଧାନଙ୍କ ଘରୁ ଚୋରି ଘଟଣାରେ ପୋଲିସକୁ…

ମଧ୍ୟପ୍ରାଚ୍ୟ ଯୁଦ୍ଧ: ମୋଦିଙ୍କ ଅଧ୍ୟକ୍ଷତାରେ ୩ଘଣ୍ଟା ଧରି ବସିଲା ଉଚ୍ଚସ୍ତରୀୟ ବୈଠକ, ତେଲ-ଗ୍ୟାସ ନେଇ ଦେଲେ ବଡ଼ ନିର୍ଦ୍ଦେଶ

ନୂଆଦିଲ୍ଲୀ,୨୨।୩: ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ଉତ୍ତେଜନା ମଧ୍ୟରେ ରବିବାର ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ବସିଥିଲା । ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଅନୁଷ୍ଠିତ ଏହି ଉଚ୍ଚସ୍ତରୀୟ…

ପାରିବାରିକ କଳହର କରୁଣ ପରିଣତି; ଆତ୍ମହତ୍ୟା କଲେ ନବବଧୂ, କାରଣ ଜାଣିଲେ…

ଦିଗପହଣ୍ଡି,୨୨।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଷ୍ଟେଟବ୍ୟାଙ୍କ ସମ୍ମୁଖ ରାମଚନ୍ଦ୍ର ନଗରରେ ରହୁଥିବା ଚନ୍ଦ୍ରମା ଗୌଡ଼ (୨୮)ନାମକ ଜଣେ ନବବଧୂ ଆତ୍ମହତ୍ୟା କରିଥିବା ଜଣାପଡିଛି ।…

ବେପରୁଆ ଗାଡି ଚାଳନା, ଚକା ଫାଟି ଭାଙ୍ଗିଲା ଘର କାଚ

ଗଞ୍ଜାମ,୨୨।୩(ବିଦ୍ୟାଧର ସାହୁ ): ଗଞ୍ଜାମ ସହର ସ୍ଥିତ ଗ୍ରାସୀମ କମ୍ପାନୀକୁ ବିଭିନ୍ନ କାମରେ ଦୈନଦିନ ଶହ ଶହ ଟ୍ରକ ଟ୍ରାକ୍ଟର ଦଶ ଚକିଆ ଭାରୀଯାନ ଯାତାୟତ କରୁଛି…

ଯୁଦ୍ଧ ଆରମ୍ଭ! ୪୮ ଘଣ୍ଟା ମଧ୍ୟରେ ୪ଟି ବଡ଼ ଆକ୍ରମଣ, ନେତାନ୍ୟାହୁ କହିଲେ ଇରାନ ବିରୋଧରେ ବିଶ୍ୱ…

ନୂଆଦିଲ୍ଲୀ,୨୨।୩: ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ରବିବାର ଦିନ ଡିମୋନା ଏବଂ ଆରାଦ ସହରରେ ମିଶାଇଲ୍ ଆଟାକ୍ ହୋଇଥିବା ସ୍ଥାନ ପରିଦର୍ଶନ କରିଥିଲେ। ସେ କହିଥିଲେ ଯେ…

ଧରିତ୍ରୀ ପ୍ରଭାବ: ସଜଡା ହେଲା ବ୍ଲକ ଗେଟ୍‌, ମରାମତି ହେଲା ‘ମରଣଯନ୍ତା’

ଥୁଆମୂଳ ରାମପୁର,୨୨।୩(ଦୁର୍ଗା କୀର୍ତ୍ତି): ଜନସାଧାରଣଙ୍କ ସମସ୍ୟା ସମାଧାନର ପେଣ୍ଠସ୍ଥଳ କୁହାଯାଉଥିବା ଥୁଆମୂଳ ରାମପୁର ପଞ୍ଚାୟତ ସମିତି କାର୍ଯ୍ୟାଳୟର ମୁଖ୍ୟ ପ୍ରବେଶ ପଥ ଏବେ ସମ୍ପୂର୍ଣ୍ଣ ସୁରକ୍ଷିତ ହୋଇଛି…

ପାକିସ୍ତାନ ପରେ ଏହି ଦେଶରେ ତେଲ ସଙ୍କଟ, ପେଟ୍ରୋଲ-ଡିଜେଲ ମୂଲ୍ୟ ୨୫% ବଢ଼ାଇଲେ ସରକାର

ନୂଆଦିଲ୍ଲୀ,୨୨।୩: ଆମେରିକା, ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଯୁଦ୍ଧ ଯୋଗୁଁ ବିଶ୍ୱବ୍ୟାପୀ ଶକ୍ତି ଯୋଗାଣ ବିପର୍ଯ୍ୟସ୍ତ ହୋଇପଡ଼ିଛି । ଅଶୋଧିତ ତୈଳ ମୂଲ୍ୟ ବୃଦ୍ଧି ପାଉଥିବାବେଳେ, ଗ୍ୟାସ୍…

ଯାତ୍ରୀଙ୍କୁ ମୃତ୍ୟୁମୁଖରୁ ବଞ୍ଚାଇଲେ ଆରପିଏଫ୍ କନେଷ୍ଟବଳ, ଟ୍ରେନରେ….

ରାୟଗଡ଼ା,୨୨।୩(ଆଶିଷ ରଞ୍ଜନ ପଣ୍ଡା): ଆରପିଏଫ କନଷ୍ଟେବଳଙ୍କ ସତର୍କତା କାରଣରୁ ମୃତ୍ୟୁମୁଖରୁ ଅଳ୍ପକେ ବର୍ତ୍ତିଗଲେ ଯାତ୍ରୀ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ରାୟଗଡ଼ା ରେଳ ଷ୍ଟେସନରେ ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri