ସଲମାନଙ୍କୁ ଡେଙ୍ଗୁ

ମୁମ୍ବାଇ: ବଲିଉଡ୍‌ର ସୁପରଷ୍ଟାର ସଲମାନ ଖାନ ଡେଙ୍ଗୁରେ ଆକ୍ରାନ୍ତ ହୋଇଛନ୍ତି। ନାୟକଙ୍କ ଚିକିତ୍ସା ଜାରିଥିବାବେଳେ ସେ ଧୀରେ ଧୀରେ ସୁସ୍ଥ ହେଉଥିବା ଖବର ପ୍ରକାଶ ପାଇଛି। ତେବେ ସ୍ବାସ୍ଥ୍ୟାବସ୍ଥା ଠିକ୍‌ ନ ଥିବାରୁ ବିଗ୍‌ବସ୍‌ ସିଜନ୍‌ ୧୬ର ଓ୍ବିକେଣ୍ଡ୍‌କା ବାର୍‌ରେ ସେ ନଜର ଆସିବେ ନାହିଁ। ତାଙ୍କ ସ୍ଥାନରେ ଫିଲ୍ମ ନିର୍ଦ୍ଦେଶକ ତଥା ପ୍ରଯୋଜକ କରନ ଜୋହର୍‌ ବିଗ୍‌ ବସ୍‌ ହାଉସ୍‌ରେ ଦେଖାଯିବେ। ସୁସ୍ଥ ହେବା ପେର ସେ ଖୁବ୍‌ଶୀଘ୍ର ଶୁଟିଂ ସେଟ୍‌କୁ ଫେରିବେ ବୋଲି ସଲମାନଙ୍କ ଟିମ୍‌ ପକ୍ଷରୁ ସୂଚନା ଦିଆଯାଇଛି। ଇଦ୍‌ରେ ମୁକ୍ତିଲାଭ ହେବାକୁ ଥିବା ‘କିସି କା ଭାଇ କିସି କା ଜାନ୍‌’ର ଶୁଟିଂ ମଧ୍ୟ ଜାରି ଥିବା ଜଣାପଡ଼ିଛି।

Share