ମହାଶିବରାତ୍ରିରେ ମହାଦେବଙ୍କ ଅଲୌକିକ ଦର୍ଶନ: ମହାନଦୀରୁ ମିଳିଲା ବୃଷଭ, ୬୦ ନାଗ ମୂର୍ତ୍ତି

ବାଙ୍କି, ୮।୩: ମହାଶିବରାତ୍ରିରେ ମହାନଦୀରୁ ୬୦ ନାଗ ମୂର୍ତ୍ତି ଉଦ୍ଧାର କରାଯାଇଛି। ବାଙ୍କି ଜାତମୁଣ୍ଡିଆ ବ୍ରିଜ୍‌ ନିକଟ ମହାନଦୀରୁ ନାଗ ମୂର୍ତ୍ତି ସହ ବୃଷଭ ଉଦ୍ଧାର ହୋଇଛି। ମତ୍ସ୍ୟଜୀବୀ ମାଛ ଧରିଲା ବେଳେ ପ୍ରଥମେ ତାଙ୍କ ଜାଲରେ ନାଗମୂର୍ତ୍ତି ଲାଗିଥିଲା। ପରେ ପାଣିରେ ବୁଡି ଖୋଜିବାରୁ ଗୋଟିଏ ପରେ ଗୋଟିଏ ମୂର୍ତ୍ତି ବାହାରିଥିଲା। ଉଦ୍ଧାର ମୂର୍ତ୍ତିକୁ ନିକଟ ଶିବ ମନ୍ଦିରରେ ରଖାଯାଇଛି। ତେବେ ଏହା କେଉଁଠୁ ଆସିଲା ତାହା ସ୍ପଷ୍ଟ ହୋଇ ନଥିବା ବେଳେ ମହାଶିବରାତ୍ରିରେ ଏହା ମହାଦେବଙ୍କ ଅଲୌକିକ ଦର୍ଶନ ବୋଲି ଭକ୍ତ କହିଛନ୍ତି।