ଅଧୀକ୍ଷଣ ଯନ୍ତ୍ରୀଙ୍କ କାର୍‌ରୁ ମିଳିଲା ୧୦ ଲକ୍ଷ ଟଙ୍କା

କଟକ ଅଫିସ,୯।୧୦: କେନ୍ଦୁଝର ଜିଲା ବୈତରଣୀ ଜଳ ସମ୍ପଦ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ (ସୁପରିଣ୍ଟେଣ୍ଡେଣ୍ଟ ଇଞ୍ଜିିନିୟର) ବିଧାନ ସାହୁଙ୍କ କାରରୁ ୧୦ ଲକ୍ଷ ଟଙ୍କା ମିଳିଛି। ଭିଜିଲାନ୍ସ ବିଭାଗ ରେଡ୍‌ ସମୟରେ ଏହି ଟଙ୍କା ମିଳିଥିବା ସୂଚନା ମିଳିଛି।
ତାଙ୍କୁ ଅଟକ ରଖି ପଚରାଉଚରା କରାଯାଉଥିବା ଜଣାପଡ଼ିଛି। ସେ ସେଠାରୁ କାରରେ କଟକ ସ୍ଥିତ ନିଜ ଘରକୁ ଯାଉଥିବା ବେଳେ ଯାଜପୁର ଏନ୍‌ସି କଲେଜ ନିକଟରେ ତାଙ୍କୁ ଭିଜିଲାନ୍ସ ଅଧିକାରୀ ଅଟକାଇଥିଲେ। ଯାଜପୁର ଭିଜିଲାନ୍ସ ସହାୟତାରେ କଟକ ଭିଜିଲାନ୍ସ ଏହି ଚାଢ଼ାଉ କରିଥିଲେ। ତେବେ ଏତେ ଟଙ୍କା ସେ କାହିଁକି ସାଙ୍ଗରେ ନେଇ ଯାଉଥିଲେ ଓ ଏହା କେଉଁଠୁ ଆସିଲା ସେ ନେଇ ଅଧିକ ତଦନ୍ତ ଚାଲିଛି।