Categories: ଜାତୀୟ

ଆଖି ବୁଜିଲା ‘ସୁପର ମମ୍‌’

ଭୋପାଳ, ୧୭ା୧: କୋଲାରଓ୍ବାଲି ଭାବେ ଜଣାଶୁଣା ଏକ ବାଘୁଣୀର ମଧ୍ୟପ୍ରଦେଶ ପେଞ୍ଚ ବ୍ୟାଘ୍ର ସଂରକ୍ଷଣ(ପିଟିଆର୍‌) ରେ ଶନିବାର ମୃତ୍ୟୁ ହୋଇଛି। ଏହାର ବୟସ ପ୍ରାୟ ୧୬ ବର୍ଷରୁ ଊର୍ଦ୍ଧ୍ୱ ହେବ। ବୟସାଧିକ୍ୟ ଯୋଗୁ ଏହାର ମୃତ୍ୟୁ ଘଟିଥିବା ଜଣାଯାଇଛି। ବାଘୁଣୀଟି ମୋଟ ୨୯ ଛୁଆଙ୍କୁ ଜନ୍ମ ଦେଇଥିଲା। ଏ ନେଇ ମଧ୍ୟପ୍ରଦେଶ ମନ୍ତ୍ରୀ ଡ. ନରୋତ୍ତମ ମିଶ୍ର ଟୁଇଟ୍‌ କରିଛନ୍ତି। ମଧ୍ୟପ୍ରଦେଶକୁ ବ୍ୟାଘ୍ର ସଂରକ୍ଷଣରେ ଏକ ସ୍ବତନ୍ତ୍ର ପରିଚୟ ମିଳିବା ପଛରେ ଏହି ‘ସୁପର ମମ୍‌’ର ବେଶ୍‌ ଅବଦାନ ରହିଛି। ଏହାର ମୃତ୍ୟୁ ଦୁଃଖଦାୟକ ବୋଲି ସେ ଲେଖିଛନ୍ତି। ଏହି ବାଘୁଣୀର ଅଫିସିଆଲ ନାମ ଟି-୧୫ ରହିଥିବାବେଳେ ତାକୁ କୋଲାରଓ୍ବାଲି ବୋଲି ଡକାଯାଉଥିଲା।

Share