ରାଜଧାନୀରେ ସୁପାରିକିଲର

ଭୁବନେଶ୍ୱର,୨୯ା୧୧(ବ୍ୟୁରୋ): ହତ୍ୟା ପାଇଁ ଭୁବନେଶ୍ୱରରେ ଜଗି ରହିଥିଲେ ସୁପାରିକିଲର। ହେଲେ ଟାର୍ଗେଟ ପୂର୍ବରୁ ମାଡ଼ି ବସିଲା ପୋଲିସ। ଜଣେ ଖସିଯାଇଥିବାବେଳେ ଅନ୍ୟ ଜଣେ ଧରାପଡିଛନ୍ତି। ଶୁକ୍ରବାର ରାତିରେ ନୟାପଲ୍ଲୀ ଥାନା ପୋଲିସ ହାତରେ ଧରାପଡିଥିବା ବନ୍ଧୁକଧାରୀ ଅପରାଧୀ ଜଣକ ସୁପାରିକିଲର ବୋଲି କମିଶନରେଟ ପୋଲିସ ରବିବାର ସ୍ପଷ୍ଟ କରିଛି। ଗିରଫ ପରେ ତାଙ୍କ ନାମରେ (ନଂ.୫୪୮/୨୧) ମାମଲା ରୁଜୁ କରାଯାଇ କୋର୍ଟ ଚାଲାଣ କରାଯାଇଛି। ଅଭିଯୁକ୍ତ ଜଣକ ହେଲେ ଜଗତ୍‌ସିଂହପୁର ଜିଲା ତିର୍ତ୍ତୋଲ ଥାନା ଅଞ୍ଚଳର ସମ୍ପଦ କୁମାର ସାହୁ(୩୬)। ତାଙ୍କ ନିକଟରୁ ୨ ପିସ୍ତଲ, ୮ ରାଉଣ୍ଡ ଗୁଳି ଓ ସେ ବ୍ୟବହାର କରୁଥିବା ବାଇକ ଜବତ ହୋଇଛି। ଏଥିସହ ଏକ ରେଡ୍‌ ଚିଲ୍ଲି ସ୍ପ୍ରେ ମଧ୍ୟ ଜବତ କରାଯାଇଛି। ଏହି ସ୍ପ୍ରେକୁ ସେ ପୋଲିସ କିମ୍ବା ଅନ୍ୟ କାହା ଉପରେ ପକାଇ ସେମାନେ ଫେରାର ହୋଇଯାଆନ୍ତି। ତେବେ ଜବତ ପିସ୍ତଲ ଓ ଗୁଳିକୁ ସେମାନେ ବିହାର ମୁଙ୍ଗେର୍‌ରୁ ଚୋରାରେ ଆଣିଥିଲେ ବୋଲି ପୋଲିସ କହିଛି। କିନ୍ତୁ ଜଣେ ବ୍ୟବସାୟୀଙ୍କୁ ହତ୍ୟା କରିବାକୁ ସେମାନେ ସେଠାରେ ଯୋଜନାରେ ଥିଲେ ବୋଲି ଶୁଣିବାକୁ ମିଳୁଥିବାବେଳେ ତଦନ୍ତରେ ବାଧା ସୃଷ୍ଟି ଆଶଙ୍କାରେ ଏନେଇ ପୋଲିସ କିଛି ସୂଚନା ଦେଉନାହିଁ। ଅନ୍ୟପକ୍ଷରେ ଫେରାର ହୋଇଥିବା ଅଭିଯୁକ୍ତଙ୍କୁ ଧରିବାକୁ ପୋଲିସ ତନାଘନା ଚଳାଇଛି।

ଗିରଫ ସମ୍ପଦ ଜଣେ ଦୁର୍ଦ୍ଦାନ୍ତ ଅପରାଧୀ। ସେ ୨୦୧୮ରୁ ଜେଲ୍‌ରୁ ବାହାରିଛନ୍ତି। ତାଙ୍କ ନାମରେ କଟକ ବିଡାନାସୀ, ମାଲଗୋଦାମ ଓ ବାରଙ୍ଗ ଥାନା, କେନ୍ଦ୍ରାପଡ଼ାର ପାଟକୁରା ଏବଂ ଜଗତ୍‌ସିଂହପୁରର ତିର୍ତ୍ତୋଲ ଥାନାରେ ହତ୍ୟାଭଳି ୫ ମାମଲା ରହିଛି। ତେବେ ସାହସର ସହ ଲଢି ତାଙ୍କୁ କାବୁ କରିଥିବା ୨ଜଣ ଏସ୍‌ଆଇଙ୍କୁ ପୁରସ୍କୃତ କରାଯିବ। ଏଥିସହ ଫେରାର ହୋଇଯାଇଥିବା ଅନ୍ୟଜଣେ ସହଯୋଗୀଙ୍କୁ ଖୁବ୍‌ଶୀଘ୍ର ଠାବ କରାଯିବ ବୋଲି ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ କହିଛନ୍ତି। ଏନେଇ ନୟାପଲ୍ଲୀ ଥାନା ଅଧିକାରୀ ଶରତ ସାହୁ କହିଛନ୍ତି, ସେମାନେ ଧରାପଡିବା ଦିନ ହିଁ ଭୁବନେଶ୍ୱର ଆସିଥିଲେ। ତେବେ ସେମାନେ କାହାକୁ ହତ୍ୟା କରିଥାନ୍ତେ, ତାହା ପୋଲିସ ପକ୍ଷରୁ ଗଣମାଧ୍ୟମକୁ କୁହାଯିବ ନାହିଁ। ଅଧିକ ତଥ୍ୟ ପାଇଁ ତାଙ୍କୁ ରିମାଣ୍ଡରେ ଅଣାଯାଇ ଜେରା କରାଯିବ ବୋଲି ସେ କହିଛନ୍ତି।

ଶୁକ୍ରବାର ରାତି ୯ଟା ୩୦ରେ ନୟାପଲ୍ଲୀ ଥାନା ଆଇଆର୍‌ସି ଭିଲେଜ ସ୍ବପ୍ନେଶ୍ୱର ମନ୍ଦିର ପାଖାପାଖି ଅଞ୍ଚଳରେ ଏକ ପଲ୍‌ସର ଗାଡିରେ ୨ଜଣ ବନ୍ଧୁକ ଧରି ବୁଲୁଥିବା ପୋଲିସକୁ ଖବର ମିଳିଥିଲା। ଏହାପରେ ସ୍ପେଶାଲ ସ୍କ୍ବାଡ୍‌ ସମେତ ୮ଜଣ ପୋଲିସ ଅଧିକାରୀ ଓ କର୍ମଚାରୀ ୪ଟି ବାଇକ୍‌ରେ ସେହି ଅଞ୍ଚଳକୁ ଯାଇ ଅପରେଶନ ଆରମ୍ଭ କରିଥିଲେ। ଏସ୍‌ଆଇ ଏସ୍‌.ଏନ୍‌. ବାରିକ ଓ ଏସ୍‌. ଏନ୍‌. ପାତ୍ର ମନ୍ଦିର ନିକଟ ଓମ୍‌ଫେଡ୍‌ ବୁଥ୍‌ ପାଖରେ ସେମାନଙ୍କୁ ଦେଖି କାବୁ କରିବାକୁ ଚେଷ୍ଟା କରିଥିଲେ। ସମ୍ପଦକୁ ଧରିବା ଭିତରେ ସହଯୋଗୀ ଅପରାଧୀ ଜଣକ ଦୌଡି ପଳାଇଥିଲେ। ଏପଟେ ସମ୍ପଦ ଖସି ଯିବା ପାଇଁ ପାଖରେ ରଖିଥିବା ବନ୍ଧୁକ କାଢି ପୋଲିସକୁ ଗୁଳି କରିବାକୁ ଉଦ୍ୟମ କରିଥିଲେ। ହେଲେ ଦୁଇ ପୋଲିସ ଅଧିକାରୀ ସାହସର ସହିତ ସେମାନଙ୍କୁ କାବୁ କରିବା ସହ ବନ୍ଧୁକ ନିଜ କବ୍‌ଜାକୁ ଆଣିଥିଲେ। ଏହାଦେଖି ସ୍ଥାନୀୟ ଲୋକେ ସେଠାରେ ଜମା ହୋଇଯାଇଥିଲେ। ତେବେ ଧସ୍ତାଧସ୍ତି ସମୟରେ ପୋଲିସ ଅଧିକାରୀ ଓ କର୍ମଚାରୀମାନେ ଆହତ ହୋଇଥିବା ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ଡେବ୍ୟୁ ମ୍ୟାଚରେ କମାଲ କଲେ କୁପର କନୋଲି; ଗୁଜରାଟ ମୁହଁରୁ ବିଜୟ ଛଡ଼ାଇ ଆଣିଲା ପଞ୍ଜାବ

ନୂଆଦିଲ୍ଲୀ,୩୧।୩: ଆଇପିଏଲ୍‌ ୨୦୨୫ର ଉପବିଜେତା ପଞ୍ଜାବ କିଙ୍ଗସ ନୂଆ ସିଜନ୍‌ରେ ନିଜର ବିଜୟ ଯାତ୍ରା ଆରମ୍ଭ କରିଛି। ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ ପଞ୍ଜାବ ଟିମ ଏକ କଡ଼ା…

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ପେଟ୍ରୋଲ, ଡିଜେଲ, ଗ୍ୟାସ ଅଭାବକୁ ନେଇ ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀ…

ଭୁବନେଶ୍ୱର, ୩୧।୩: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ସମ୍ଭାବ୍ୟ ପ୍ରଭାବକୁ ନେଇ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି। ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ଟ୍ରମ୍ପଙ୍କ ଚେତାବନୀ…’ତେଲ ଦରକାର ତ ଆମଠୁ କିଣ, ନଚେତ୍ ହର୍ମୁଜ୍‌କୁ ନିଜେ ଦଖଲ କର’

ୱାଶିଂଟନ,୩୧।୩: ଇରାନ ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ସହଯୋଗୀ ଦେଶମାନଙ୍କ ଉପରେ ବର୍ଷିଛନ୍ତି। ଯୁଦ୍ଧରେ ବ୍ୟାକଫୁଟକୁ ଯିବା ପରେ ରାଗିଯାଇ ଟ୍ରମ୍ପ ନିଜର…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri