Categories: ଜାତୀୟ

ଆଇପିଏଲର ଏହି ଫ୍ରାଞ୍ଚାଇଜ ମାଲିକ ଦେଲେ ୩୦ କୋଟି ଟଙ୍କା

ନୂଆଦିଲ୍ଲୀ,୧୦।୫: ବିଭିନ୍ନ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଦ୍ୱାରା ପରିଚାଳିତ କୋଭିଡ୍‌-୧୯ ରିଲିଫ୍‌ କାର୍ଯ୍ୟ ପାଇଁ ଆଇପିଏଲ ଫ୍ରାଞ୍ଚାଇଜ ସନରାଇଜର୍ସ ହାଇଦ୍ରାବାଦ ମାଲିକା ସନ ଟିଭି ପକ୍ଷରୁ ସୋମବାର ୩୦ କୋଟି ଟଙ୍କା ଦାନ କରାଯାଇଛି। କରୋନାର ଦ୍ୱିତୀୟ ଲହରରେ ବିଭିନ୍ନ ରାଜ୍ୟ ସଂଘର୍ଷ କରୁଛନ୍ତି। ଦୈନିକ ୪ ହଜାର ଲୋକଙ୍କ ମୃତ୍ୟୁର କାରଣ ପାଲଟୁଛି ମହାମାରୀ।

ସନ ଟିଭି ନେଟଓ୍ବର୍କ ମହାମାରୀର ଦ୍ୱିତୀୟ ଲହର ଦ୍ୱାରା ପ୍ରଭାବିତଙ୍କ ପାଇଁ ୩୦ କୋଟି ଟଙ୍କା ଦାନ କରାଯାଇଥିବା ସନରାଇର୍ସ ପକ୍ଷରୁ ଏକ ବିବୃତି ଟୁଇଟ୍‌ କରାଯାଇଛି। ପ୍ରଥମତଃ ଏହି ଅର୍ଥକୁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା ମାଧ୍ୟମରେ ଖର୍ଚ୍ଚ କରାଯିବ। ଦ୍ୱିତୀୟତଃ ଅକ୍ସିଜେନ ସିିଲିଣ୍ଡର ଓ ମେଡିସିନ ଗୁରୁତ୍ୱପୂର୍ଣ୍ଣ ସଂରଞ୍ଜାମ ଯୋଗାଉଥିବା ଏନ୍‌ଜିଓକୁ ମଧ୍ୟ ପ୍ରଦାନ କରାଯିବ। ଆଉ ଗଣମାଧ୍ୟମ ଚ୍ୟାନେଲ ଦ୍ୱାରା ଟିଭି ଦର୍ଶକଙ୍କୁ ସଚେତନ କରାଯିବ ବୋଲି ୨୦୧୬ ଆଇପିଏଲ ଚାମ୍ପିୟନ ଦଳ ପକ୍ଷରୁ କୁହାଯାଇଛି।

Share