Categories: ଖେଳ

ନୂଆ ଅଧିନାୟକ ଘୋଷଣା କଲା ସନରାଇଜର୍ସ ହାଇଦ୍ରାବାଦ

ହାଇଦ୍ରାବାଦ,୨୩।୨: ସନରାଇଜର୍ସ ହାଇଦ୍ରାବାଦ ଆଇପିଏଲ-୨୦୨୩ ପାଇଁ ନୂତନ ଅଧିନାୟକ ଘୋଷଣା କରିଛି। ଦକ୍ଷିଣ ଆଫ୍ରିକାର ବ୍ୟାଟ୍ସମ୍ୟାନ ଆଡେନ ମାର୍କ୍ରାମଙ୍କୁ ଏହି ଦାୟିତ୍ୱ ଦିଆଯାଇଛି। ମାର୍କ୍ରାମ ଦକ୍ଷିଣ ଆଫ୍ରିକାର ନିକଟରେ ଶେଷ ହୋଇଥିବା ଟି-୨୦ ଫ୍ରାଞ୍ଚାଇଜ ଲିଗ (ସା୨୦) ରେ ସନରାଇଜର୍ସ ଫ୍ରାଞ୍ଚାଇଜ ଦଳର ଦାୟିତ୍ୱ ମଧ୍ୟ ନେଇଥିଲେ। ସେ ମଧ୍ୟ ତାଙ୍କ ଦଳକୁ ଚାମ୍ପିଅନ କରିଥିଲେ।
ଆଇପିଏଲ ୨୦୨୨ରେ କେନ୍‌ ୱିଲିୟମସନ ସନରାଇଜର୍ସର ଦାୟିତ୍ୱ ନେଇଥିଲେ। ଏହାପରେ ୱିଲିୟମସନଙ୍କୁ ଦଳରୁ ବାଦ୍‌ ପଡିଥିଲେ। ଆଇପିଏଲ ୨୦୨୨ ନିଲାମରେ ସନରାଇଜର୍ସ ମୟଙ୍କ ଅଗ୍ରୱାଲ କିଣିଥିଲା, ଆଶା କରାଯାଉଥିଲା ସେ ସନରାଇଜର୍ସ ଦାୟିତ୍ୱ ଗ୍ରହଣ କରିବେ।

Share