ସନ୍ନି ଲିଓନ୍‌ଙ୍କୁ ବି ଛାଡ଼ିଲେନି: ପ୍ୟାନ୍‌ କାର୍ଡ ବ୍ୟବହାର କରି ନେଇଗଲେ…

ବମ୍ବେ: ଅନ୍‌ଲାଇନ୍‌ ଠକାମୀର ଶିକାର ହୋଇଛନ୍ତି ବଲିଉଡ୍‌ର ବୋଲ୍ଡ ଅଭିନେତ୍ରୀ ସନ୍ନି ଲିଓନ। ତାଙ୍କର ପ୍ୟାନ୍‌ କାର୍ଡ ବ୍ୟବହାର କରି କେହି ଋଣ ଉଠାଇଥିବା ଜାଣିବାକୁ ପାଇଛନ୍ତି ସେ। ଏଣୁ ତାଙ୍କ ସିବିଲ ସ୍କୋର ଖରାପ ହୋଇଯାଇଛି। ଟୁଇଟରରେ ଏନେଇ ସୂଚନା ଦେବା ସହ ଅଭିନେତ୍ରୀ ଧନୀ ଆପ୍‌ ବିରୋଧରେ ଅଭିଯୋଗ କରିଥିଲେ।

ତାଙ୍କ ଅଜଣାତରେ କେହି ପ୍ୟାନ୍‌ ନଂ ବ୍ୟବହାର କରି ୨ହଜାର ଟଙ୍କା ଋଣ ନେଇଥିବା ଟୁଇଟ୍‌ କରି କହିଥିଲେ ଅଭିନେତ୍ରୀ। ଏହାପରେ ମାମଲା ବେଶ ଭାଇରାଲ ହୋଇଥିଲା। କିଛି ସମୟ ଏଭଳି ଚାଲିବା ପରେ ସନ୍ନି ନିଜେ ଟୁଇଟ୍‌ଟିକୁ ଡିଲିଟ୍‌ କରିଦେଇଥିଲେ। ହେଲେ ତାଙ୍କର ଅଭିଯୋଗ ପାଇ କମ୍ପାନୀ ସମସ୍ୟାର ସମାଧାନ କରିଛନ୍ତି। ଏହାପରେ ସନ୍ନି ତାଙ୍କୁ ଧନ୍ୟବାଦ ମଧ୍ୟ ଜଣାଇଛନ୍ତି।

Share