ତୁମ ଫୋନ୍‌ ନଂକୁ ଅପେକ୍ଷା କରି କରି ବାହା ହୋଇଗଲି: କପିଲ

ବମ୍ବେ: କପିଲ ଶର୍ମାଙ୍କ ଉପରେ ରାଗିଲେ ସନି ଲିଓନି। ସେ ବି ଫୋନ୍‌ କରୁ ନାହାନ୍ତି ବୋଲି। କିଛି ଏଭଳି ଦୃଶ୍ୟ କଏଦ ହୋଇଛି କ୍ୟାମେରାରେ। ‘ଦ କପିଲ ଶର୍ମା ଶୋ’ର ଆଗାମୀ ଏପିସୋଡ୍‌ରେ ତାହା ଦେଖିବାକୁ ମିଳିବ।

ସୋନି ଟିଭି ପକ୍ଷରୁ ଶେୟାର କରାଯାଇଥିବା ଭିଡିଓରେ ସନି ଅତିଥି ହୋଇ ଆସିଥିବା ଦେଖାଯାଉଛି। ଏହି ସମୟରେ ସେ କପିଲଙ୍କୁ ପ୍ରଶ୍ନ କରୁଛନ୍ତି ଯେ କାହିଁକି ତୁମେ ଫୋନ କରୁନାହଁ। ହାଏ ଟିକେ ବି କହୁନ। ଏହାର ଜବାବରେ କପିଲ କହିଛନ୍ତି, ତୁମ ଫୋନ୍‌କୁ ଅପେକ୍ଷା କରି କରି ପରା ବାହା ହୋଇ ଯାଇଛି।

ତେବେ ଉକ୍ତ ଏପିସୋଡରେ ସନିଙ୍କ ସହ ମିକା ସିଂହ, ଶାରିବ ସାବରୀ ନଜର ଆସିବେ।

Share