ସନ୍ନି ଲିଓନ, ସ୍ବାମୀ ଡାନିଏଲ୍‌ଙ୍କୁ ମିଳିଲା ଆଶ୍ୱସ୍ତି

ମୁମ୍ବାଇ,୧୬ା୧୧: ଅଭିନେତ୍ରୀ ସନ୍ନି ଲିଓନ ଏବଂ ତାଙ୍କ ସ୍ବାମୀ ଡାନିଏଲ ଓ୍ବେବର ଏବେ ଚର୍ଚ୍ଚାରେ ଅଛନ୍ତି। ଏହି ଦମ୍ପତିଙ୍କୁ କେରଳ ହାଇକୋର୍ଟରୁ ଆଶ୍ୱସ୍ତି ମିଳିଛି। ବୁଧବାର କେରଳ ହାଇକୋର୍ଟ ସନ୍ନି ଏବଂ ତାଙ୍କ ସ୍ବାମୀଙ୍କ ବିରୋଧରେ ପଞ୍ଜୀକୃତ ହୋଇଥିବା ମାମଲାରେ ରୋକୋ ଲଗାଇଛନ୍ତି।

ଦମ୍ପତି ଏବଂ ସେମାନଙ୍କ କର୍ମଚାରୀଙ୍କ ଦ୍ୱାରା ଦାଖଲ ହୋଇଥିବା ଏକ ଆବେଦନ ଉପରେ କାର୍ଯ୍ୟ କରି କୋର୍ଟ ଏହି ମାମଲାକୁ ରଦ୍ଦ କରି ଦେଇଛନ୍ତି। ଅଭିନେତ୍ରୀ ଏବଂ ତାଙ୍କ କର୍ମଚାରୀଙ୍କ ଦ୍ୱାରା ଦାଖଲ କରାଯାଇଥିବା ପିଟିଶନରେ ମଧ୍ୟ ଅଭିଯୋଗ ହୋଇଛି ଯେ, ଅଭିଯୋଗକାରୀ ମଧ୍ୟ ସମାନ ଅଭିଯୋଗ ସହିତ ଏକ ସିଭିଲ ଶୁଟ୍‌ ଦାଖଲ କରିଥିଲେ, ଯାହା ପ୍ରମାଣ ଅଭାବରୁ ଜୁଲାଇ ୨୦୨୨ରେ ମାଜିଷ୍ଟ୍ରେଟ କୋର୍ଟ ଖାରଜ କରିଦେଇଥିଲେ॥ ଏହି କାରଣରୁ ସେ ତାଙ୍କ ବିରୋଧରେ ଚାଲିଥିବା ପ୍ରକ୍ରିୟା ବାତିଲ ପାଇଁ ଅପିଲ କରିଥିଲେ।

Share