ସନି ଲିଓନଙ୍କ ପାଖରେ ରହିଛି ଏସବୁ ଦାମୀ ଗାଡ଼ି

ମୁମ୍ବାଇ: ସନି ଲିଓନଙ୍କୁ କିଏ ବା ନ ଜାଣେ। ପିଲାଙ୍କଠାରୁ ଆରମ୍ଭ କରି ଯୁବପିଢ଼ି ପର୍ଯ୍ୟନ୍ତ ସମସ୍ତେ ତାଙ୍କୁ ଉଣା ଅଧିକେ ଜାଣିଛନ୍ତି। ତାଙ୍କ ଗୀତ ହେଉ କି ଫିଲ୍ମ ପ୍ରାୟ ସମସ୍ତେ ଦେଖିଥାନ୍ତି। ବିଶେଷକରି ସନି ପର୍ନଷ୍ଟାର ଭାବେ ଜଣାଶୁଣା। ଯୁବବର୍ଗ ତାଙ୍କ ଫିଲ୍ମ ଦେଖିବାକୁ ଅଧିକ ପସନ୍ଦ କରନ୍ତି। ଖାଲି ଫିଲ୍ମ ଇଣ୍ଡଷ୍ଟ୍ରିରେ ଯେ ସନି ନାଁ କମାଇଛନ୍ତି ତା’ ନୁହେଁ, ତାଙ୍କ ବିଳାସପୂର୍ଣ୍ଣ ଜୀବନଶୈଳୀ ପାଇଁ ମଧ୍ୟ ସେ ବେଶ୍‌ ଜଣାଶୁଣା। ତାଙ୍କ ପାଖରେ ଆଜି କୌଣସି ଜିନିଷର ଅଭାବ ନାହିଁ। ଗାଡ଼ିମଟର, ବ୍ୟାଙ୍କ ବାଲାନ୍ସ, ସ୍ବାମୀ ପିଲା ସବୁକିଛି ରହିଛି। ଜାଣନ୍ତୁ ତାଙ୍କର ଜୀବନଶୈଳୀ ବିଷୟରେ…

୨୦୧୩ରେ ଫିଲ୍ମ ଇଣ୍ଡଷ୍ଟ୍ରିରେ ପାଦ ଥାପିଥିବା ସନି ଲିଓନଙ୍କ ଅସଲ ନାମ କରଣଜିତ୍‌ କୌର ବୋହରା। ଇଣ୍ଡଷ୍ଟ୍ରିକୁ ଆସି ପ୍ରଥମେ ସେ ରିୟାଲିଟି ଶୋ’ ‘ବିଗ୍‌ ବସ-୫’ଜରିଆରେ ପରିଚିତି ଲାଭ କରିଥିଲେ। ଏହା ପରଠାରୁ ସେ ଆଗକୁ ବଢ଼ି ଚାଲିଲେ। ମହେଶ ଭଟ୍ଟଙ୍କ ଫିଲ୍ମ ‘ଜିସ୍ମ-୨’ରେ ତାଙ୍କୁ କାମ କରିବାର ସୁଯୋଗ ମିଳିଥିଲା। ତାଙ୍କୁ ଅସଲ ପରିଚୟ ଡ୍ୟାନ୍ସରୁ ମିଳିଥିଲା। ଏହା ପରଠାରୁ ସନି ଆଉ ପଛକୁ ଫେରିନାହାନ୍ତି।

ଗାଡ଼ି ସନିଙ୍କର ବହୁତ ପସନ୍ଦ। ତାଙ୍କ ନିକଟରେ ବିଏମ୍‌ଡବ୍ଲ୍ୟୁ ୭ ସିରିଜ୍‌, ଅଡି ଏବଂ ମେସରତି କ୍ୱାଟ୍ରୋପର୍ଟ ପରି ଅନେକ ଦାମୀ ଗାଡ଼ି ରହିଛି। ଏହାବ୍ୟତୀତ ଲସଏଞ୍ଜେଲସରେ ତାଙ୍କର ଏକ ବଙ୍ଗଳା ବି ରହିଛି। ଏବେ ବି ସନି ଭାରତ ଆସନ୍ତି। ଯେତେବେଳେ ଭାରତ ଆସନ୍ତି ସେ ମୁମ୍ବାଇସ୍ଥିତ ତାଙ୍କ ପେଣ୍ଟ୍‌ହାଉସରେ ରହିଥାନ୍ତି। ସନି ଫିଲ୍ମ ବ୍ୟତୀତ କେତେକ ବିଜ୍ଞାପନରେ କାମ କରନ୍ତି। ଏହା ଜରିଆରେ ସେ କୋଟିକୋଟି ଟଙ୍କା ରୋଜଗାର କରୁଛନ୍ତି।

Share