ସନ୍ନିଙ୍କ ସାଉଥ୍ ଇଣ୍ଡିଆନ୍ ଲୁକ୍‌

ମୁମ୍ବାଇ: ପର୍ନ ଷ୍ଟାରରୁ ବଲିଉଡ୍ ନାୟିକା ପାଲଟିଥିବା ସନ୍ନି ଲିଓନ ଏବେ ତାଙ୍କ ଅଗାମୀ ଫିଲ୍ମର ଶୁଟିଂ ପାଇଁ ବ୍ୟସ୍ତ ଅଛନ୍ତି । କେରଳରେ ତାଙ୍କ ଫିଲ୍ମର ଶୁଟିଂ ଚାଲିଥିବା ବେଳେ ସେଠାରୁ ସେ ବିଭିନ୍ନ ସମୟର ଫଟୋ ଓ ଭିଡିଓ ସୋସିଆଲ ମିଡିଆରେ ଶେୟାର କରୁଥିବା ଦେଖାଯାଇଛି । ନିକଟରେ ସେ ଶୁମିଂ ପୁଲର ଏକ ଭିଡିଓ ଶେୟାର କରିଥିଲେ । ଏବେ ସେଠାକାର କିଛି ଫଟୋ ସନ୍ନି ଶେୟାର କରିଛନ୍ତି । ଯେଉଁଥିରେ ସେ ନଦୀ ମଝିରେ ଡଙ୍ଗା ଉପରେ ଭିନ୍ନ ଅନ୍ଦାଜରେ ବସିଥିବା ଦେଖାଯାଇଛି । ଏଥିରେ ସେ ସାଉଥ୍ ଇଣ୍ଡିଆନ୍ ଲୁକ୍‌ରେ ନଜର ଆସିଛନ୍ତି । ମଥାରେ ବିନ୍ଦି ମଧ୍ୟ ଲଗାଇଛନ୍ତି । ତାଙ୍କ ପ୍ରଶଂସକଙ୍କୁ ସନ୍ନିଙ୍କର ଏହି ଫଟୋ ଖୁବ୍ ପସନ୍ଦ ଆସିଛି । ଏହି ଫଟୋ ଶେୟାର କରି ସେ ଲେଖିଛନ୍ତି ଗଡ୍ ଅନ୍ କଣ୍ଟ୍ରି କେରଳ ପ୍ରତି ମୋର ପ୍ରେମ ହୋଇଗଲାଣି । ଏଥିରୁ ଜଣାପଡୁଛି କେରଳର ରଙ୍ଗରେ ସମ୍ପୂର୍ଣ୍ଣ ରଙ୍ଗେଇ ହୋଇଗଲେଣି ସନ୍ନି । ଆଉ ସନ୍ନିଙ୍କର ଏହି ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

Share