୧୯ ବର୍ଷରେ ପର୍ନଷ୍ଟାର ହେବାକୁ ମନସ୍ଥ କରିଥିଲେ ବେବି ଗର୍ଲ; ଉଲଗ୍ନ ଫଟୋ ଦେଖି ଚମକି ପଡ଼ିଥିଲେ ପରିବାରଲୋକେ; ପରେ…

ବମ୍ବେ: ଆଜି ନିଜର ୪୦ତମ ଜନ୍ମଦିନ ପାଳନ କରୁଛନ୍ତି ବେବି ଗର୍ଲ ସନ୍ନି ଲିଓନି। ୧୯୮୧ ମେ’ ୧୩ରେ କାନାଡ଼ାରେ ଜନ୍ମଗ୍ରହଣ କରିଥିଲେ ସେ। ତାଙ୍କ ପ୍ରକୃତ ନାମ କିରନ୍‌ଜିତ କୌର ବୋହରା। ପଞ୍ଜାବୀ ପରିବାରରେ ଜନ୍ମିତ ସନ୍ନି ୧୯ ବର୍ଷ ବୟସରେ ପର୍ନ ଇଣ୍ଡଷ୍ଟ୍ରୀରେ ପାଦ ରଖିଥିଲେ। ପରେ ସେ ବିଗ୍‌ବସ୍‌ରେ ପ୍ରତିଯୋଗୀ ଭାବେ ସାମିଲ ହୋଇଥିଲେ। ଏହାପରେ ତାଙ୍କୁ ‘ଜିସ୍ମ-୨’ ଫିଲ୍ମର ଅଫର୍‌ ମିଳିଥିଲା। ଏଥିରେ ତାଙ୍କ କାମକୁ ପ୍ରଶଂସା କରାଯାଇଥିଲା।

ସନ୍ନିଙ୍କ ପର୍ନଷ୍ଟାରରୁ ବଲିଉଡ୍‌ ଅଭିନେତ୍ରୀ ହେବାର ଯାତ୍ରା ସେତେଟା ସହଜ ନ ଥିଲା। ତାଙ୍କୁ ଲୋକଙ୍କ କଟାକ୍ଷର ସମ୍ମୁଖୀନ ହେବାକୁ ପଡ଼ିଥିଲା। ମନ୍ଦ ଉଦ୍ଦେଶ୍ୟ ରଖି ଲୋକେ ତାଙ୍କୁ ଘୃଣାପୂର୍ଣ୍ଣ ଇମେଲ କରୁଥିଲେ। ପୋଷାକ ପରିଧାନଠାରୁ ଆରମ୍ଭ କରି ନୃତ୍ୟ ପର୍ଯ୍ୟନ୍ତ, ସବୁକିଛିକୁ ତାତ୍ସଲ୍ୟ କରାଯାଉଥିଲା। ହେଲେ ସେ ହାର ମାନି ନ ଥିଲେ। ଗତ କିଛି ବର୍ଷ ମଧ୍ୟରେ ପରିଣାମସ୍ବରୂପ ସନ୍ନି ନିଜର ଭିନ୍ନ ପରିଚୟ ସୃଷ୍ଟି କରିପାରିଛନ୍ତି।

ପର୍ନଷ୍ଟାର ହେବା ସମୟର କଥା ମନେ ପକାଇ ସେ କୁହନ୍ତି, ଯେତେବେଳେ ସେ ଏହି ଇଣ୍ଡଷ୍ଟ୍ରୀରେ ଯୋଗଦେଇଥିଲେ, କାହାକୁ ପଚାରି ନ ଥିଲେ। ଏହା ତାଙ୍କ ପାଇଁ ବ୍ୟବସାୟ ଭଳି ଥିଲା। ଝିଅଙ୍କୁ ପ୍ରଥମ ଥର ପାଇଁ ପେଣ୍ଟହାଉସ୍‌ କଭର ଅଫ୍‌ ଦ ଇଅରରେ ଦେଖି ଚକିତ ହୋଇଯାଇଥିଲେ ସନ୍ନିଙ୍କ ପିତାମାତା। ଧିରେ ଧିରେ ସମ୍ପର୍କରେ ଖଟା ସୃଷ୍ଟି ହୋଇଯାଇଥିଲା। କହିବାକୁ ଗଲେ ଆଉ ପୂର୍ବଭଳି କିଛି ରହି ନ ଥିଲା।

୨୦୧୧ରେ ଡିନିୟଲ ବେବରଙ୍କ ହାତ ଧରିଥିଲେ ସନ୍ନି। ଏହା ପୂର୍ବରୁ ଉଭୟ ଦୀର୍ଘଦିନ ଧରି ପରସ୍ପରକୁ ଡେଟ୍‌ କରିଥିଲେ। ଉଭୟଙ୍କ ତିନୋଟି ସନ୍ତାନ ରହିଛି। ହେଲେ ବିବାହ ପୂର୍ବରୁ ଅଭିନେତ୍ରୀ ମେଟ ଏରିକ୍ସନ, କାନାଡିଆନ୍‌ କମେଡିଆନ୍‌ ରସଲ ପିଟରଙ୍କୁ ଡେଟ୍‌ କରିଥିଲେ। ହେଲେ ଏହା ବେଶିଦିନ ଚାଲି ନ ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri