ପୁଣି ଜଲଓ୍ବା ଦେଖାଇଲେ ସନି ଲିଓନି

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ସନି ଲିଓନି ବଡ଼ ପରଦା ସହିତ ସୋସିଆଲ ମିଡିଆରେ ନିଜର ଜଲଓ୍ବା ଦେଖାଇଛନ୍ତି। ଅଭିନୟ ବ୍ୟତୀତ ସେ ନିଜ ଷ୍ଟାଇଲ୍‌ ଷ୍ଟେଟ୍‌ମେଣ୍ଟ ପାଇଁ ବେଶ୍‌ ଜଣାଶୁଣା। ସନିଙ୍କ ଏପରି ଆକର୍ଷଣ କାନ୍ସ ଫିଲ୍ମ ଫେଷ୍ଟିଭାଲରେ ଦେଖିବାକୁ ମିଳିଛି।

ସନି ଏଥର କାନ୍ସ ଫିଲ୍ମ ଫେଷ୍ଟିଭାଲରେ ଡେବ୍ୟୁ କରିଛନ୍ତି ଏବଂ ତାଙ୍କ ରେଡ କାର୍ପେଟର ଅଭିଜ୍ଞତାକୁ ସ୍ବତନ୍ତ୍ର କରିବା ପାଇଁ ନିଜ ଷ୍ଟାଇଲ୍‌ ଷ୍ଟେଟ୍‌ମେଣ୍ଟ୍‌ ସହିତ ଚର୍ଚ୍ଚାରେ ରହିବାକୁ କୌଣସି ସୁଯୋଗ ହାତଛଡ଼ା କରୁନାହାନ୍ତି।

ସନି କାନ୍ସ ଫିଲ୍ମ ଫେଷ୍ଟିଭାଲରେ ୩ ଦିନ ହେବ ପହଞ୍ଚିସାରିଲେଣି। ପ୍ରତିଦିନ ସେ ନିଜ ଲୁକ୍‌ ଶେୟାର କରି ଚର୍ଚ୍ଚାରେ ରହୁଛନ୍ତି। ସନି ପୂର୍ବରୁ ଏକ ସବୁଜ ରଙ୍ଗର ଥାଇ ହାଇ ସ୍ଲିଟ୍‌ ଗାଉନ ପିନ୍ଧିଥିଲେ। ଅଭିନେତ୍ରୀଙ୍କ ଏହି ଲୁକ୍‌ ଭାଇରାଲ ହୋଇଛି। ଧଳା ପ୍ୟାଣ୍ଟ ଏବଂ ବ୍ଲାକ୍‌ କ୍ରପ୍‌ ଟପ୍‌ରେ ସନିଙ୍କ ଦ୍ୱିତୀୟ ଲୁକ୍‌ ଆସିଥିଲା ।

ଏହି ଲୁକ୍‌ ମାଧ୍ୟମରେ ସନି ଅନେକ ଚର୍ଚ୍ଚାରେ ଥିବା ବେଳେ ଏବେ ଆଉ ଏକ ଲୁକ୍‌ ସାମ୍ନାକୁ ଆସିଛି। କାନ୍ସ ଫିଲ୍ମ ଫେଷ୍ଟିଭାଲର ତୃତୀୟ ଦିନରେ ସନି ଏକ ଜୁଲଫର ମିଲାଓ କୁଲ ସୋଲ୍‌ଜର ଡ୍ରେସ୍‌ ପିନ୍ଧିଥିଲେ। ସେ ହାଇ ହିଲ୍‌ ପିନ୍ଧିବା ସହ ଅଳ୍ପ ମେକ୍‌ଅପ୍‌ରେ ନିଜ ଲୁକ୍‌କୁ ପୂରା କରିଛନ୍ତି। ପ୍ରଶଂସକମାନେ ସନିଙ୍କ ଫ୍ୟାଶନ ଏବଂ ତାଙ୍କ କାନ୍ସ ଲୁକ୍‌କୁ ଖୁବ୍‌ ପସନ୍ଦ କରିଛନ୍ତି।

ସନି କାନ୍ସ ଫିଲ୍ମ ଫେଷ୍ଟିଭାଲରେ ଫିଲ୍ମ‘କେନେଡି’ର ଜୋରଦାର ପ୍ରଚାର କରୁଛନ୍ତି। ଏହି ଫିଲ୍ମଟି ଏକମାତ୍ର ଭାରତୀୟ ଫିଲ୍ମ, ଯାହାକି କାନ୍ସ ଜୁରି ଦ୍ୱାରା ମନୋନୀତ ହୋଇଛି। ଅନେକ ଟିକେଟ କିଛି ମିନିଟ୍‌ ମଧ୍ୟରେ ବିକ୍ରି ହୋଇସାରିଛି।

Share