ଓଏମଜି ୨ ରିଲିଜ ହେଉ ବୋଲି ଚାହୁଁ ନ ଥିଲେ ସନ୍ନି

ମୁମ୍ବାଇ: ଓଲ୍ଡ ଇଜ୍‌ ଗୋଲ୍ଡ ପରି ୯୦ଦଶକର ହିରୋ ସନି ଦଓ୍ବେଲ ପ୍ରଶଂସକଙ୍କ ପାଇଁ ସବୁବେଳେ ଖାସ୍‌। ଗଦର-୨ର ହିଟ୍‌ ପରେ ସନି ଚର୍ଚ୍ଚାକୁ ଆସିଥିଲେ। ନିକଟରେ ସନି ଓ ବବି ଦଓ୍ବେଲ କଫି ଓ୍ବିଥ କରନର ସେକେଣ୍ଡ ଏପିସୋଡ ଚ୍ୟାଟ ଶୋ’କୁ ଆସିଥିଲେ। ଶୋ’ରେ ସନି ଫିଲ୍ମ ଓ ଲାଇମ ଲାଇଟ୍‌ ବିଷୟରେ କଥା ହୋଇଥିଲେ।
ସନି କହିଛନ୍ତି, ଫିଲ୍ମ ଗଦର ୨ ରିଲିଜ ପୂର୍ବରୁ ସେ ବହୁତ ନର୍ଭସ ଥିଲେ। ସେ ଚାହୁଁ ନ ଥିଲେ ତାଙ୍କ ଫିଲ୍ମ ଛଡା ଅନ୍ୟ କେଉଁ ଫିଲ୍ମ ଏକାଠି ଥ୍ରେଟରରେ ସ୍କ୍ରିଂନି ହେଉ। ସେହି ସମୟରେ ଓଏମଜି ୨ ମଧ୍ୟ ସ୍କ୍ରିନିଂ ହେବାର ଥାଏ। ତେଣୁ ସେ ସ୍କ୍ରିନିଂ ଟାଇମ୍‌ ଟାଳବିକୁ ଅକ୍ଷୟ କୁମାରଙ୍କୁ ଫୋନ କରିଥିଲେ।
ସନି ଆହୁରି କହିଛନ୍ତି, ଦୀର୍ଘ ଦିନ ଧରି ତାଙ୍କର କୌଣି ଫିଲ୍ମ ରିଲିଜ ହୋଇ ନ ଥିଲା। ତେଣୁଏ ଏହି ସମୟରେ ସେ ବହୁତ ଇମୋଶନାଲ ଥିଲେ। ଅକ୍ଷୟଙ୍କୁ ଫୋନ କରିବାରୁ ସେ ଏଥିପାଇଁ ମନା କରିଦେଇଥିଲେ। ଅକ୍ଷୟ କହିଥିଲେ, ଫିଲ୍ମ ରିଲିଜ୍‌ ହେବା ଦାୟିତ୍ୱ ଷ୍ଟୁଡିଓଜ ହାତରେ ଥାଏ। ତେଣୁ ସେ ଏହି କ୍ଷେତ୍ରରେ କୌଣସି ସାହାର୍ଯ୍ୟ କରିପାରିବେ ନାହିଁ।

Share