ଶୁଟିଂସେଟ୍‌ରେ ଶ୍ରୀଦେବୀଙ୍କ ଏଭଳି ବ୍ୟବହାରକୁ ନେଇ ରାଗିଯାଉଥିଲେ ସନି

ବମ୍ବେ: ୧୯୮୩ରେ ସୁପରହିଟ୍‌ ଫିଲ୍ମ ‘ବେତାବ’ ସହ ବଲିଉଡ୍‌ରେ ପାଦ ରଖିଥିଲେ ଅଭିନେତା ସନି ଦେଓଲ। ପ୍ରାରମ୍ଭିକ ଅଭିନୟ କ୍ୟାରିୟରରେ ଅନେକ ହିଟ୍‌ ଫିଲ୍ମ ଦେବା ପରେ ସେ ନିଜର ଭିନ୍ନ ପରିଚୟ ସୃଷ୍ଟି କରିପାରିଥିଲେ। ଫିଲ୍ମଗୁଡ଼ିକରେ ଅନେକ ନାୟିକାଙ୍କ ସହ ସେ କାମ କରିଛନ୍ତି। ହେଲେ ସେମାନଙ୍କ ମଧ୍ୟରୁ ଶ୍ରୀଦେବୀ ଏଭଳି ଥିଲେ ଯାହାଙ୍କ ସହ କାମ କରିବାକୁ ଚାହୁଁ ନ ଥିଲେ ସନି। କାରଣ ତାଙ୍କର ଏକ ଅଭ୍ୟାସ ସନିଙ୍କୁ ପସନ୍ଦ ନ ଥିଲା।

କ୍ୟାରିୟରର ପ୍ରାରମ୍ଭିକ ସମୟରେ ସନିଙ୍କୁ ସହକଳାକାରଙ୍କ କିଛି ଅଭ୍ୟାସ ପସନ୍ଦ ନ ଥିଲା। ସେଥିରୁ ଜଣେ ଥିଲେ ଶ୍ରୀଦେବୀ। କ୍ୟାମେରା ପଛରେ ରହି ସେ ସନିଙ୍କୁ ଚିଡ଼ାଉଥିଲେ। ଅଭିନୟ କରିବା ପାଇଁ ଯାଇଛନ୍ତି ନା ଲଢ଼ିବା ପାଇଁ ସେ ତାହା ଭାବୁଥିଲେ। ସେ କିଛି ବି ଭାବୁଥିଲେ, କରୁଥିଲେ। ଏଣୁ ସବୁବେଳେ ତାଙ୍କ ଉପରେ ନଜର ରଖିବାକୁ ପଡ଼ୁଥିଲା।

ସନି ଶ୍ରୀଦେବୀଙ୍କ ସହ ଅନେକ ଫିଲ୍ମରେ କାମ କରିଛନ୍ତି। ସେଥିରେ ନିଗାହେ, ଚାଲବାଜ, ରାମ ଅବତାର, ଜୋଶିଲେ ଏବଂ ସଲ୍‌ତନତ ଭଳି ଫିଲ୍ମ ରହିଛି।

Share