ଅସୁସ୍ଥ ଅଛନ୍ତି ସନ୍ନି

ମୁମ୍ବାଇ: ବଲିଉଡ ଷ୍ଟାର ଓ ଆକ୍ସନ ହିରୋ ସନ୍ନି ଦେଓଲ କିଛିଦିନ ପୂର୍ବେ ଶୁଟିଂ ସମୟରେ ଆହତ ହୋଇଥିଲେ । ତାଙ୍କ ପିଠିରେ ଆଘାତ ଲାଗିଥିଲା । ଏବେ ସେ ଏହାର ଚିକିତ୍ସା କରିବାକୁ ଆମେରିକାରେ ଅଛନ୍ତି । ଗୋଟିଏ ସପ୍ତାହ ପର୍ଯ୍ୟନ୍ତ ସେ ମୁମ୍ବାଇରେ ଚିକିତ୍ସିତ ହେଉଥିବା ବେଳେ ପରେ କିନ୍ତୁ ତାଙ୍କୁ ଆମେରିକା ଯିବାକୁ ପଡିଛି । ଯାହ ଫଳରେ ସେ ରାଷ୍ଟ୍ରପତି ନିର୍ବାଚନରେ ଭାଗ ନେଇ ପାରିଲେ ନାହିଁ । ସନ୍ନି ପଞ୍ଜାବର ଗୁରୁଦାସପୁର ଲୋକ ସଭା ଆସନରୁ ଏମ୍‌ପି ରହିଛନ୍ତି ।
ଏହି ଅସୁସ୍ଥତା ସମ୍ପର୍କରେ ତାଙ୍କର ପ୍ରବକ୍ତା ସୂଚନା ଦେଇଛନ୍ତି । ଆଗକୁ ସନ୍ନିଙ୍କୁ ଗଦ୍ଦର ୨ରେ ଦେଖିବାକୁ ମିଳିବ । କିଛିଦିନ ହେବ ପ୍ରାୟ ଆକ୍ଟିଭ ନ ଥିବା ସନ୍ନି ଏବେ ପୁଣିଥରେ ଦର୍ଶକଙ୍କୁ ମନୋରଞ୍ଜନ ଦେବାକୁ ପ୍ରସ୍ତୁତ ହୋଇଛନ୍ତି ।

Share