ସନ୍ନି ଦେଓଲଙ୍କୁ ୱାଇ କାଟାଗୋରୀ ସୁରକ୍ଷା

ନୂଆଦିଲ୍ଲୀ,୧୭ ।୧୨: ଦେଶରେ ଜାରି ରହିଥିବା କୃଷକ ଆନ୍ଦୋଳନକୁ ଦେଖି ଭାରତୀୟ ଜନତା ପାର୍ଟି(ଭଜାପା) ଏମ୍‌ପି ତଥା ବଲିଉଡ୍ ଅଭିନେତା ସନ୍ନି ଦେଓଲଙ୍କ ସୁରକ୍ଷାକୁ ବଢାଇ ଦିଆଯାଇଛି । ଏବେ ତାଙ୍କୁ ୱାଇ କାଟାଗୋରୀ ସୁରକ୍ଷା ଯୋଗାଇ ଦିଆଯାଇଛି । ସନ୍ନିଙ୍କ ସୂରକ୍ଷା ପାଇଁ ଏବେ ୧୧ ଜଣ ସୁରକ୍ଷାକର୍ମୀ ନିୟୋଜିତ ହେବେ । ଏମାନଙ୍କ ମଧ୍ୟରେ ୨ କାମଣ୍ଡୋ ରହିବେ । ସନ୍ନି ଗୁରଦାସପୁରର ଏମ୍‌ପି ରହିଛନ୍ତି । ସୂଚନାଯୋଗ୍ୟ, ସନ୍ନି କୃଷକ ଆନ୍ଦୋଳନକୁ ନେଇ ଏକ ଟୁଇଟ୍ କରିଥିଲେ । ସେ କହିଥିଲେ କୃଷକ ଓ ସରକାରଙ୍କ ଏହା ବ୍ୟକ୍ତିଗତ ମାମଲା ହେଲେ କେତେକ ଲୋକ ଏହାର ଲାଭ ଉଠାଇବାକୁ ଚାହୁଁଛନ୍ତି । ମୁଁ ଓ ମୋ ଦଳ କୃଷକଙ୍କ ସହ ରହିଛୁ ଓ ସବୁବେଳେ ରହିବୁ । ଆମ ସରକାର ସବୁବେଳେ କୃଷକଙ୍କ ସହ କଥା ହେବାକୁ ରାଜି ଓ ଏହାର ସମାଧାନ ମଧ୍ୟ ବାହାର କରିନେବେ । ସନ୍ନିଙ୍କର ଏହି ଟୁଇଟ୍ ପରେ ତାଙ୍କ ସୁରକ୍ଷା ବ୍ୟବସ୍ଥା ବଢାଇ ଦିଆଯାଇଛି ।

Share