Posted inଜାତୀୟ

ମଧୁମେହ ଚିକିତ୍ସାରେ ସହାୟକ ହେବ ସୂର୍ଯ୍ୟାଲୋକ

ନୂଆଦିଲ୍ଲୀ,୩ା୧୦: ଟାଇପ୍‌-୨ ମଧୁମେହ ଚିକିତ୍ସା ଓ ପ୍ରତିକାରରେ ପ୍ରାକୃତିକ ସୂର୍ଯ୍ୟାଲୋକ ସହାୟକ ହୋଇପାରିବ ବୋଲି ଏକ ଅଧ୍ୟୟନରୁ ଜଣାପଡ଼ିଛି। ଜର୍ମାନୀରେ ଅକ୍ଟୋବର ୨ରୁ ୬ ଅନୁଷ୍ଠିତ ହେଉଥିବା ୟୁରୋପିଆନ୍‌ ଆସୋସିଏଶନ ଫର୍‌ ଦି ଷ୍ଟଡି ଅଫ୍‌ ଡାଇବେଟିସ୍‌ (ଇଏଏସ୍‌ଡି)ର ବାର୍ଷିକ ବୈଠକରେ ଗବେଷକମାନେ ଉକ୍ତ ଅଧ୍ୟୟନ ଉପସ୍ଥାପନ କରିଛନ୍ତି। ଟାଇପ୍‌-୨ ଡାଇବେଟିସ୍‌ ଥିବା ବିଭିନ୍ନ ବୟସ ବର୍ଗର ଲୋକଙ୍କ ଏକାଧିକ ମେଟାବୋଲିକ୍‌ ଟେଷ୍ଟ କରାଯାଇଥିଲା। ସେମାନଙ୍କୁ ପ୍ରାକୃତିକ ଆଲୋକ ଏବଂ କୃତ୍ରିମ ଆଲୋକରେ ରଖି ପରୀକ୍ଷା କରାଯିବା ପରେ ଉଭୟ ଫଳାଫଳକୁ ତୁଳନା କରାଯାଇଥିଲା। ଶରୀର ଜାଗ୍ରତ ଓ ଶୟନ ସମୟରେ ଆଭ୍ୟନ୍ତରରେ କେତେକ ପରିବର୍ତ୍ତନ ଘଟିଥାଏ, ଯାହା ଟାଇପ୍‌-୨ ଡାଇବେଟିସ୍‌ ଭଳି କେତେକ ମେଟାବୋଲିକ୍‌ ରୋଗ ସହ ସମ୍ପୃକ୍ତ ବୋଲି ଗବେଷକ ତଥା ନେଦରଲାଣ୍ଡର ମାଷ୍ଟ୍ରିଚ୍‌ ୟୁନିଭର୍ସିଟିର ଇଭୋ ହାବେଟ୍ସ କହିଛନ୍ତି। ପ୍ରାକୃତିକ ଦିବାଲୋକ ଉକ୍ତ ସିର୍କାଡିଆନ୍‌ କ୍ଲକ୍‌ର ଏକ ବଳିଷ୍ଠ ପ୍ରକ୍ରିୟା ବା ପରିବେଶୀୟ ସଂକେତ। କିନ୍ତୁ ଅଧିକାଂଶ ଲୋକେ ଦିନବେଳା ଘରେ ନିୟମିତ ଭାବେ କୃତ୍ରିିମ ଆଲୋକ ମଧ୍ୟରେ ରହୁଥିବାରୁ ସେମାନେ ଉକ୍ତ ସୁବିଧାରୁ ବଞ୍ଚତ୍ତ ହୋଇଥାନ୍ତି। ଅଧ୍ୟୟନରେ ଭାଗ ନେଇଥିବା ୧୩ ଜଣଙ୍କୁ ଅନେକ ଦିନ ପର୍ଯ୍ୟନ୍ତ ଗବେଷଣା ପ୍ରତିଷ୍ଠାନରେ ରଖାଯାଇ ସକାଳ ୮ରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ଉଭୟ ପ୍ରାକୃତିକ ଓ କୃତ୍ରିମ ଆଲୋକରେ କିଛିଦିନ ଲେଖାଏ ବସିବାକୁ କୁହାଯାଇଥିଲା। ମଧ୍ୟାହ୍ନ ସମୟରେ ପ୍ରାକୃତିକ ଆଲୋକର ତୀବ୍ରତା ସର୍ବାଧିକ ୨୪୫୩ ଲକ୍ସ ହେଉଥିବାବେଳେ ସକାଳେ ଓ ଅପରାହ୍ନରେ ଏହା କମ୍‌ ରହୁଥିଲା। ତେବେ କୃତ୍ରିମ ଆଲୋକ ସବୁବେଳେ ୩୦୦ ଲକ୍ସ ରହୁଥିଲା। ଶୋଇବା ସମୟ ରାତି ୧୧ରୁ ସକାଳ ୭ ପର୍ଯ୍ୟନ୍ତ ପ୍ରକୋଷ୍ଠକୁ ଅନ୍ଧାର କରାଯାଇଥିଲା। ଏହି ସମୟରେ ସେମାନଙ୍କର ରକ୍ତ ଶର୍କରା ନିୟମିତ ଯାଞ୍ଚ ହେଉଥିଲା। ପ୍ରାକୃତିକ ଦିବାଲୋକରେ ବ୍ଲଡ୍‌ ଗ୍ଲୁକୋଜ୍‌ ସ୍ତର ସ୍ବାଭାବିକ ୪.୪ରୁ ୭.୮ ରହୁଥିଲା। ସେହିପରି ଶ୍ୱାସକ୍ରିୟା ଅନୁପାତ ମଧ୍ୟ ଦିବାଲୋକରେ କମ୍‌ ରହୁଥିଲା। ତେଣୁ ପ୍ରାକୃତିକ ଆଲୋକରେ କାର୍ବୋହାଇଡ୍ରେଟ୍‌ ସହଜରେ ଶ୍ୱେତସାରରେ ପରିଣତ ହୋଇ ଶକ୍ତି ଯୋଗାଇପାରିବ ବୋଲି ଉକ୍ତ ଅଧ୍ୟୟନରୁ ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଧନୁଯାତ୍ରା ତୋରଣ ଭାଙ୍ଗିବା ଘଟଣାରେ ବରଗଡ଼ ଏମ୍‌ପିଙ୍କ ବଡ଼ ବୟାନ, କହିଲେ…

ବରଗଡ଼,୨୮।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଧନୁଯାତ୍ରାର ସ୍ଥାୟୀ ସ୍ବାଗତ ତୋରଣ ଭାଙ୍ଗିବା ଘଟଣାକୁ ନେଇ ଚର୍ଚ୍ଚା ଥମିବାର ନାଁ ନେଉ ନାହିଁ । ବିଜେଡିରୁ ବରଗଡ଼ ପୌରାଧ୍ୟକ୍ଷା କଳ୍ପନା…

ଟପ୍ପର ହୋଇ ଗୌରବ ଆଣିଲେ ଚନ୍ଦନ

ଥୁଆମୂଳ ରାମପୁର, ୨୮ା୫ (ଦୁର୍ଗା କୀର୍ତ୍ତି): ଭବାନୀପାଟଣାଠାରେ ପ୍ରତିଷ୍ଠିତ ମା’ ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟ ପକ୍ଷରୁ ସ୍ନାତକୋତ୍ତର ପରୀକ୍ଷା ଫଳର ମେଧା ତାଲିକା ଗୁରୁବାର ପରୀକ୍ଷା ନିୟନ୍ତ୍ରକଙ୍କ ସ୍ବାକ୍ଷରରେ…

ଓସିଏସ୍‌ ପରୀକ୍ଷାରେ ଭବେଶଙ୍କୁ ୯୩ ର଼୍ୟାଙ୍କ

କର୍ଲାମୁଣ୍ଡା,୨୮ା୫(ପ୍ରଦୀପ କୁମାର ସାହୁ): ଓଡ଼ିଶା ଲୋକସେବା ଆୟୋଗ ଦ୍ବାରା ପରିଚାଳିତ ଓଡ଼ିଶା ସିଭିଲ ସର୍ଭିସ (ଓସିଏସ୍‌) ପରୀକ୍ଷା ଫଳ ପ୍ରକାଶ ପାଇଛି। ଏଥିରେ କର୍ଲାମୁଣ୍ଡା ବ୍ଲକ ଗଜବାହାଲ…

ହଷ୍ଟେଲରେ ନ ଥିଲା ଲାଇନ୍‌: ନାଳକୁ ଗାଧୋଇବାକୁ ଯାଇ ବୁଡ଼ିଗଲେ ଛାତ୍ର

ଦେବଗଡ଼,୨୮ା୫(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ବାରକୋଟ ଥାନା ଅଧୀନ ଗୋପପୁର ଗ୍ରାମର ଏକ ନାଳରେ ବୁଡି ଗୁରୁବାର ଜଣେ ନବମ ଶ୍ରେଣୀ ଛାତ୍ରଙ୍କର ମୃତ୍ୟୁ ଘଟିଛି।…

ଝଡବତାସରେ ଭାଙ୍ଗିଲା ଗଛ, ବିଦ୍ୟୁତ୍‌ ସେବା ବନ୍ଦ

ବରଗଡ଼,୨୮।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାର ବିଭିନ୍ନ ଅଞ୍ଚଳରେ ଗୁରୁବାର କାଳବୈଶାଖୀ ପ୍ରଭାବରେ ଝଡ଼ବତାସ ଓ ବର୍ଷା ହୋଇଛି। ବର୍ଷା ଯୋଗୁ କ୍ଷେତ, ଖଳାରେ ରହିଥିବା ଅମଳ ଧାନ…

ଶାନ୍ତି ଚୁକ୍ତିର ଦ୍ୱାର ଦେଶରେ ଇରାନ-ଆମେରିକା, ଖୋଲିବ କି ହର୍ମୁଜ? ଜାଣନ୍ତୁ ଅପଡେଟ ଖବର

ତେହରାନ,୨୮।୫: ଆମେରିକା ଏବଂ ଇରାନ ଉଭୟ ଏକ ଶାନ୍ତି ଚୁକ୍ତିନାମାରେ ପହଞ୍ଚିବା ନିକଟରେ ପହଞ୍ଚିଛନ୍ତି। ଆକ୍ସିଓସର ଏକ ରିପୋର୍ଟରେ ଦାବି କରାଯାଇଛି ଯେ ଆମେରିକା ଏବଂ ଇରାନ…

ଗାଁରେ ପଶି ଲୋକଙ୍କୁ କାମୁଡ଼ିଲା ପାଗଳା କୁକୁର

ଗୁଡ଼ାରି,୨୮।୫(ପ୍ରମୋଦ କୁମାର ପତି ): ରାୟଗଡ଼ା ଜିଲା ଗୁଡ଼ାରି ବ୍ଲକ୍‌ର ଅସଡା ଗ୍ରାମପଞ୍ଚାୟତ ଅନ୍ତର୍ଗତ ସିଲିମି ଗ୍ରାମରେ ଗୁରୁବାର ପାଗଳା କୁକୁର ଆତଙ୍କ ଦେଖିବାକୁ ମିଳିଥିଲା। କୁକୁର…

ମୁଖ୍ୟମନ୍ତ୍ରୀଙ୍କ ବଡ଼ ସୂଚନା, ଓଡ଼ିଶା ଆସୁଛନ୍ତି ମୋଦି

ଭୁବନେଶ୍ୱର,୨୮।୫: ଓଡ଼ିଶାରେ ଭାଜପା ସରକାରକୁ ପୂରଣ ହୋଇଛି ୨ ବର୍ଷ। ଏହି ଅବସରରେ ଏକ ବଡ଼ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ABVP ଜାତୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri