ମହାକାଶରୁ ଦୀପାବଳି ଶୁଭକାମନା ଜଣାଇଲେ ସୁନିତା

ଓ୍ବାଶିଂଟନ,୨୯।୧୦: ନାସାର ମହାକାଶଚାରୀ ସୁନୀତା ୱିଲିୟମ୍ସ ଅନ୍ତର୍ଜାତୀୟ ସ୍ପେସ ଷ୍ଟେସନ (ଆଇଏସଏସ) ରୁ ଦୀପାବଳି ଶୁଭେଚ୍ଛା ପଠାଇଛନ୍ତି। ଇତିମଧ୍ୟରେ ହ୍ବାଇଟ ହାଉସରେ ଏକ ଦିୱାଲୀ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଏହି ସମୟରେ, ଏକ ଭିଡିଓ ବାର୍ତ୍ତା ମାଧ୍ୟମରେ ସୁନୀତା ୱିଲିୟମ୍ସ ଦୀପାବଳି ଅବସରରେ ଆମେରିକା ଏବଂ ବିଶ୍ୱବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସୂଚନାଯୋଗ୍ୟ, ସୁନୀତା ୱିଲିୟମ୍ସ ଦୀର୍ଘ ସମୟ ଧରି ମହାକାଶରେ ଅଟକି ରହିଛନ୍ତି।
ୱିଲିୟମ୍ସ ତାଙ୍କ ବାର୍ତ୍ତାରେ କହିଛନ୍ତି, ଆଇଏସଏସ ତରଫରୁ ଶୁଭେଚ୍ଛା। ମୁଁ ହ୍ବାଇଟ ହାଉସ ଏବଂ ଆଜି ଦିୱାଲୀ ପାଳନ କରୁଥିବା ବିଶ୍ୱର ସମସ୍ତଙ୍କୁ ମୋର ଶୁଭେଚ୍ଛା ଜଣାଉଛି। ଚଳିତ ବର୍ଷ ମୋର ISS, 260 ରେ ଦିୱାଲୀ ପାଳନ କରିବାର ଅନନ୍ୟ ସୁଯୋଗ ଅଛି।

ସୁନିତା କହିଛନ୍ତି ମୋର ପିତା ସବୁବେଳେ ଆମକୁ ଦୀପାବଳି ଓ ଅନ୍ୟାନ୍ୟ ଭାରତୀୟ ପର୍ବ ବିଷୟରେ କୁହନ୍ତି ସ ନିଜ ସଂସ୍କୃତିକୁ ବଞ୍ଚାଇ ରଖିବାକୁ କୁହନ୍ତି। ଦୀପାବଳି ଖୁସିର ପର୍ବ, କାରଣ ବିଶ୍ୱରେ ଭଲ ଲାଗି ରହିଛି। ପ୍ରବାସୀ ଭାରତୀୟଙ୍କ ସହ ଦୀପାବଳି ପାଳନ କରିଥିବାରୁ ସେ ଆମେରିକାର ରାଷ୍ଟ୍ରପତି ଓ ୁପ ରାଷ୍ଟ୍ରପତିଙ୍କୁ ଧନ୍ୟବାଦ ଜଣାଇଛନ୍ତି।
ସୂଚନାଯୋଗ୍ୟ, ଭାରତୀୟ ମୂଳବାସିନ୍ଦା ମହାକାଶଚାରୀ ସୁନୀତା ୱିଲିୟମ୍ସ ଏବଂ ତାଙ୍କ ସହଯୋଗୀ ମହାକାଶଚାରୀ ବୁଚ ୱିଲମୋର ଜୁନ ମାସରୁ ଆନ୍ତର୍ଜାତୀୟ ସ୍ପେସ ଷ୍ଟେସନ (ଆଇଏସଏସ) ରେ ଅଛନ୍ତି। ଉଭୟ ମହାକାଶଚାରୀ ଜୁନ ୫ରେ ବୋଇଙ୍ଗର ଷ୍ଟାରଲିନର୍‌ ମହାକାଶଯାନକୁ ନେଇ ଜୁନ ୬ରେ ଅଇଏସଏସରେ ପହଞ୍ଚିଥିଲେ।
କିନ୍ତୁ ବୈଷୟିକ ତ୍ରୁଟି କାରଣରୁ, କ୍ରୁ ବିନା ଷ୍ଟାରଲାଇନରକୁ ପୃଥିବୀକୁ ଫେରାଇବାକୁ ନିଷ୍ପତ୍ତି ନିଆଗଲା। ଏହା ପରେ, ଏହି ବୋଇଙ୍ଗ ମହାକାଶଯାନ ସେପ୍ଟେମ୍ବର ୬ରେ ସଫଳତାର ସହ ପୃଥିବୀକୁ ଫେରିଗଲା। ଅଗଷ୍ଟରେ ନାସା କହିଛି ଯେ ୱିଲମୋର ଏବଂ ୱିଲିୟମ୍ସଙ୍କୁ ପୃଥିବୀକୁ ଫେରାଇବା ଅତ୍ୟନ୍ତ ବିପଦଜନକ ଅଟେ। ଉଭୟ ଯାତ୍ରୀ ଏକ ସପ୍ତାହ ପାଇଁ ମହାକାଶରେ ରହିବାକୁ ଯାଉଥିଲେ। କିନ୍ତୁ ବର୍ତ୍ତମାନ ସେମାନେ ଆସନ୍ତା ବର୍ଷ ଫେବୃଆରୀରେ ଫେରିବେ ବୋଲି ଆଶା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ବଡ଼ ଧୂମଧାମରେ ପାଳିତ ହେଲା ବଡ଼ଦିନ: ପୁଣି ବର୍ଷେ ଅପେକ୍ଷା

ଦାରିଙ୍ଗବାଡି, ୨୫।୧୨ (ଅରୁଣ ସାହୁ): ଆସିଛି ଖୁସିର ମୁହୂର୍ତ୍ତ। ଯୀଶୁଖ୍ରୀଷ୍ଟଙ୍କ ଆଗମନକୁ ନେଇ ସବୁଠି ଖୁସି ଓ ଆନନ୍ଦର ମୁହୂର୍ତ୍ତ ଘରେ ଘରେ ଜମିଛି ମିଠା...

ବାଂଲାଦେଶରେ ଆଉ ଜଣେ ହିନ୍ଦୁ ଯୁବକଙ୍କୁ ପିଟିପିଟି ହତ୍ୟା: ପୋଲିସର ଚାଞ୍ଚଲ୍ୟକର ଖୁଲାସା

ଢାକା,୨୫।୧୨: ବାଂଲାଦେଶରେ ଆଉ ଜଣେ ହିନ୍ଦୁ ବ୍ୟକ୍ତିଙ୍କୁ ପିଟିପିଟି ହତ୍ୟା କରାଯାଇଛି। ମୃତକଙ୍କ ନାମ ଅମୃତ ମଣ୍ଡଳ ଓରଫ ସମ୍ରାଟ। ପୋଲିସ ଦାବି କରିଛି, ରାଜବାଡ଼ିର...

ଭଉଣୀଙ୍କୁ ଅସଦାଚରଣ କରିଥିଲେ ଭାଇ, ଅଭିଯୋଗ ହେବାପରେ ଘଟିଲା…

ଦିଗପହଣ୍ଡି, ୨୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମକୋଇ ପଞ୍ଚାୟତ ସିନ୍ଧୁଖାଳି ଗ୍ରାମରେ ଭଉଣୀଙ୍କୁ ଅସଦାଚରଣ ସହ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗରେ...

ସୋସିଆଲ ମିଡିଆ ନୀତିରେ ବଡ଼ ପରିବର୍ତ୍ତନ କଲା ଭାରତୀୟ ସେନା, ଏଣିକି ଦେଖିପାରିବେ ହେଲେ…

ନୂଆଦିଲ୍ଲୀ,୨୫।୧୨: ଭାରତୀୟ ସେନା ଏହାର ସୈନିକ ଏବଂ ଅଧିକାରୀମାନଙ୍କ ପାଇଁ ସୋସିଆଲ ମିଡିଆ ଆପ୍ ବ୍ୟବହାର ସମ୍ପର୍କରେ ନୂତନ ନିର୍ଦ୍ଦେଶାବଳୀ ଜାରି କରିଛି । ପ୍ରତିରକ୍ଷା ଅଧିକାରୀଙ୍କ...

ସରକାରୀ ପ୍ରତିଶ୍ରୁତି ପାଣିର ଗାର: ୬ ମାସ ହେଲା ବସୁଧା ପ୍ରକଳ୍ପ ଅଚଳ!

ଥୁଆମୂଳ ରାମପୁର,୨୫।୧୨(ଦୁର୍ଗା କୀର୍ତ୍ତି): ସରକାରଙ୍କ ‘ବସୁଧା’ ଯୋଜନାରେ ଘରକୁ ଘର ପାନୀୟ ଜଳ ଯୋଗାଇ ଦେବା ପ୍ରତିଶ୍ରୁତି ଏବେ କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକରେ...

ଦୁଇ ବାଇକ ମୁହାଁମୁହିଁ ଧକ୍କା: ଆଉ ତା’ପରେ ଘଟିଗଲା…

ଦିଗପହଣ୍ଡି, ୨୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି- ଘୋଡାହାଡ ଡ଼୍ୟାମ ରାସ୍ତାର ଦ୍ବାର ଗାଁ ମୁଖ୍ୟରାସ୍ତା କ୍ରସର ନିକଟରେ ଗୁରୁବାର ମଧ୍ୟାହ୍ନରେ ଦୁଇ ବାଇକ...

ଗାଁରେ ପହଞ୍ଚିଲା ଦାଦନ ଶ୍ରମିକଙ୍କ ମୃତଦେହ: ସହାୟତା ଦାବି

ଦିଗପହଣ୍ଡି,୨୫।୧୨(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଟି.ଗୋବିନ୍ଦପୁର ପଞ୍ଚାୟତ ନୂଆଗାଁର ଦାଦନ ଶ୍ରମିକ ଅରକ୍ଷିତ ନାୟକ(୧୯) ତାମିଲନାଡୁର ତ୍ରିପୁର କାଙ୍ଗିଆମ ଠାରେ ଗତ...

ମତ୍ସ୍ୟ ଚାଷ ପ୍ରତି ବଢୁଛି ଆଗ୍ରହ: ଚାଷୀଙ୍କୁ ୪୦ ରୁ ୫୦ ପ୍ରତିଶତ ମିଳୁଛି ସବସିଡି

ଭଞ୍ଜନଗର,୨୫/୧୨(ବାବୁଲା ପ୍ରଧାନ): ଚିକେନ, ମଟନ ଅପେକ୍ଷା ମାଛ ସ୍ବାସ୍ଥ୍ୟ ପାଇଁ ହିତକର। ତେଣୁ ମାଛ ପ୍ରତି ଲୋକଙ୍କ ଆଗ୍ରହ ବଢୁଛି। କିନ୍ତୁ ଗଞ୍ଜାମ ଜିଲାରେ ଆବଶ୍ୟକତା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri