Posted inଖେଳ

ସୁନୀଲ ନାରିନ୍‌ଙ୍କ ପ୍ରଥମ ଶତକ

କୋଲକାତା,୧୭ା୪: ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ)ରେ ନିଜର ପ୍ରଥମ ଶତକ ହାସଲ କରିଛନ୍ତି ସୁନୀଲ ନାରିନ୍‌। ଫଳରେ ରାଜସ୍ଥାନ ରୟାଲ୍ସ ବିପକ୍ଷ ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୬ ଉଇକେଟ ହରାଇ ୨୨୩ରନ୍‌ କରିଛି କୋଲକାତା ନାଇଟ୍‌ ରାଇଡର୍ସ। ଜବାବରେ ରାଜସ୍ଥାନ ୬ ଓଭରରେ ୨ ଉଇକେଟ ହରାଇ ୭୬ ରନ୍‌ ସଂଗ୍ରହ କରିଥିଲେ।
ଇଡେନ୍‌ ଗାର୍ଡେନ୍ସରେ ରାଜସ୍ଥାନ ଟସ୍‌ ଜିତି ପ୍ରଥମେ ବୋଲିଂ ନେଇଥିଲା। ପ୍ରଥମ ୪ ଓଭରରେ ରାଜସ୍ଥାନ ବୋଲର ମାପଚୁପ ବୋଲିଂ କରିଥିଲେ। ଫିଲ ସଲ୍ଟ(୧୦) ଓ ସୁନୀଲ ନାରିନ୍‌(୧୦୯) ପ୍ରଥମ ଉଇକେଟରେ ୨୧ ରନ୍‌ ଯୋଡିଥିଲେ। ପ୍ରଥମ ଓଭରରେ ବୋଲ୍ଟଙ୍କ ବଲରେ ଖାତା ଖୋଲିବା ଆଗରୁ ଜୀବନଦାନ ପାଇଥିବା ସଲ୍ଟ ଚତୁର୍ଥ ଓଭରରେ ମାତ୍ର ୧୦ ରନ୍‌ କରି ଆଭେଶ୍‌ ଖାନ୍‌ଙ୍କ ବଲରେ ଆଉଟ ହୋଇଥିଲେ। ଯୁବ ଖେଳାଳି ଅଙ୍ଗକ୍ରିଶ ରଘୁବଂଶୀ ଦ୍ରୁତ ୩୦ ରନ୍‌ କରି ସୁନୀଲ ନାରିନଙ୍କ ସହ ୮୫ ରନ୍‌ ଯୋଡିଥିଲେ। ରଘୁବଂଶୀ ୧୮ ବଲ୍‌ ଖେଳି ୫ ଚୌକା ମାରିଥିଲେ। ତେବେ ସୁନୀଲ ନାରିନ୍‌ ଗୋଟିଏ ପଟରୁ ଆକ୍ରମଣ ଜାରି ରଖିବା ସହ ଆଇପିଏଲ କ୍ୟାରିୟରର ପ୍ରଥମ ଶତକ ହାସଲ କରିଥିଲେ। ନାରିନ୍‌ ୫୬ ବଲ୍‌ ଖେଳି ୧୩ ଚୌକା ଓ ୬ ଛକା ମାରିଥିଲେ। ଅଧିନାୟକ ଶ୍ରେୟସ୍‌ ଆୟର ପୁଣି ଥରେ ବିଫଳ ହୋଇ ମାତ୍ର ୧୧ ରନ୍‌ରେ ପ୍ୟାଭିଲିୟନ ଫେରିଥିଲେ। ସ୍କୋର ବଢାଇବା ପାଇଁ ଆନ୍ଦ୍ରେ ରସେଲଙ୍କୁ ପଦୋନ୍ନତି ମିଳିଥିଲେ ମଧ୍ୟ ସେ ମାତ୍ର ୧୩ ରନ୍‌ରେ ଆଉଟ ହୋଇଥିଲେ। ୧୮ ତମ ଓଭରରେ ନାରିନ୍‌ ଆଉଟ ହୋଇଥିଲେ। ତେବେ ରାଜସ୍ଥାନର ଦୁଇ ସ୍ପିନର ୟୁଜବେନ୍ଦ୍ର ଚହଲ ଓ ରବିଚନ୍ଦ୍ରନ ଅଶ୍ୱିନଙ୍କ ବିପକ୍ଷରେ ଆକ୍ରମଣାତ୍ମକ ବ୍ୟାଟିଂ କରଥିଲେ ନାରିନ୍‌। ଚହଲ ନିଜ କୋଟାରେ ୫୪ ରନ ବ୍ୟୟ କରି ଏକ ଉଇକେଟ ନେଇଥିବା ବେଳେ ଅଶ୍ୱିନ ଉଇକେଟ ଶୂନ୍ୟ ରହି ୪୯ ରନ୍‌ ଦେଇଥିଲେ। ଶେଷ ଭାଗରେ ରିଙ୍କୁ ସିଂ ୯ ବଲ୍‌ରୁ ୨୦ ରନ କରିବା ଫଳରେ କୋଲକାତା ୨୨୩ ରନ୍‌ରେ ପହଞ୍ଚିଥିଲା। ରାଜସ୍ଥାନ ପକ୍ଷରୁ କୁଲଦୀପ ସେନ ଓ ଆଭେଶ ଖାନ୍‌ ୨ଟି ଲେଖାଏ ଉଇକେଟ ନେଇଥିବା ବେଳେ ଟ୍ରେଣ୍ଟ ବୋଲ୍ଟ ଓ ୟୁଜବେନ୍ଦ୍ର ଚହଲଙ୍କୁ ଗୋଟିଏ ଲେଖାଏ ସଫଳତା ମିଳିଥିଲା।
ସଂକ୍ଷିପ୍ତ ସ୍କୋର
କୋଲକାତା ନାଇଟ ରାଇଡର୍ସ ୨୦ ଓଭରରେ ୨୨୩/୬ (ସୁନୀଲ ନାରିନ୍‌-୧୦୯, ଅଙ୍ଗକ୍ରୀଶ ରଘୁବଂଶୀ-୩୦, ରିଙ୍କୁ ସିଂ-୨୦*, ଆଭେଶ ଖାନ୍‌-୨/୩୫, କୁଲଦୀନ ସେନ୍‌-୨/୪୬, ଟ୍ରେଣ୍ଟ ବୋଲ୍ଟ-୧/୩୧)।


Enter your email to get our daily news in your inbox.

All Right Reserved By Dharitri.Com

ସି କେ ନାଇଡୁ ଟ୍ରଫି: ବେଙ୍ଗଲ ଦଳ ୩୦୧/୬ , ଆୟୁଷ ସିଂଙ୍କ ଶତକ

ବରଗଡ଼,୬।୨(ପ୍ରେମାନନ୍ଦ ଖମାରୀ): ବରଗଡ଼ସ୍ଥିତ କ୍ରୀଷ୍ଣା ବିକାଶ ଗ୍ରାଉଣ୍ଡରେ ଓଡ଼ିଶା ଓ ବେଙ୍ଗଲ ମଧ୍ୟରେ ୨୩ ବର୍ଷରୁ କମ ସି.କେ ନାଇଡୁ ଟ୍ରଫିର ଏଲାଇଟ୍ ଗ୍ରପ୍‌ – ବି…

୮୫ କି.ଗ୍ରା. ଗଞ୍ଜେଇ ଜବତ: ୩ ଅଟକ

ଆନନ୍ଦପୁର, ୬ା୨(ସୁଶାନ୍ତ କୁମାର ସାହୁ): ଗଞ୍ଜେଇ ଭର୍ତ୍ତି ୨ଟି ଚାରିଚକିଆ ଗାଡି କେନ୍ଦୁଝର ସ୍ପେଶାଲ ସ୍କ୍ବାଡ୍‌ ଦ୍ୱାରା ଜବତ କରାଯାଇଛି। ଏଥିରେ ୮୫ କି.ଗ୍ରା. ଗଞ୍ଜେଇ ଥିବା…

U19 World Cup: ବିଶ୍ୱ ଚାମ୍ପିୟନ ହେଲା ଭାରତ, ତଥାପି ICCରୁ ପୁରସ୍କାରରେ ମିଳିବ ନାହିଁ ଗୋଟିଏ ଟଙ୍କା 

ହରାରେ,୬।୨: ଭାରତ ପୁଣି ଥରେ ୧୯ ବର୍ଷରୁ କମ୍‌ ବିଶ୍ୱକପରେ ଇତିହାସ ରଚିଲା। ଟିମ ଇଣ୍ଡିଆ ହରାରେ ସ୍ପୋଟର୍‌ସ କ୍ଲବ୍‌ରେ ଇଂଲଣ୍ଡ ବିପକ୍ଷରେ ଖେଳାଯାଇଥିବା ଫାଇନାଲରେ ବିଜୟୀ…

ଜୁଆଆଡ୍ଡା ଚାଲିଥିବା ବେଳେ ହଠାତ୍‌ ପହଞ୍ଚିଲା ପୋଲିସ

ଗଜପତି,୬।୨(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ଥାନା ଅନ୍ତର୍ଗତ ଝାମିଙ୍ଗା ନିକଟରେ ଜୁଆଆଡ୍ଡା ଚାଲିଥିବା ବେଳେ ପାରଳାଖେମୁଣ୍ଡି ଆଦର୍ଶ ଥାନା ପୋଲିସ ଅତର୍କିତ ଚଢ଼ାଉ କରିଛି। ଏଥିରେ…

Under 19 World Cup 2026: ଷଷ୍ଠ ଥର ପାଇଁ ଭାରତ ଚାମ୍ପିୟନ, ୧୭୫ ରନ୍‌ର ଇନିଂସ ଖେଳି ଇଂଲଣ୍ଡର ଆଶାକୁ ଧୂଳିସାତ କଲେ…

ହରାରେ, ୬।୨: ବୈଭବ ସୂର୍ଯ୍ୟବଂଶୀଙ୍କ ରେକର୍ଡ ବ୍ରେକିଂ ଇନିଂସ ସହାୟତାରେ ଭାରତ ୬ଷ୍ଠ ଥର ପାଇଁ ୧୯ ବର୍ଷରୁ କମ୍‌ ଦିନିକିଆ କ୍ରିକେଟ ବିଶ୍ୱକପ ଚାମ୍ପିୟନ ହୋଇଛି।…

ହାତ ଯୋଡ଼ି ପ୍ରାର୍ଥନା କଲେ, ପରେ ୧୭ ମହଲାରୁ ଡେଇଁ ପଡ଼ିଲେ; ଚମକାଉଛି ବେକରୀ ମାଲିକଙ୍କ ମୃତ୍ୟୁ ପୂର୍ବର ଭିଡିଓ… 

ମୁମ୍ବାଇ,୬।୨: ମହାରାଷ୍ଟ୍ରର ସୋଲାପୁରରୁ ଏକ ଅତ୍ୟନ୍ତ ଦୁଃଖଦ ଖବର ସାମ୍ନାକୁ ଆସିଛି। ଏଠାର ପ୍ରସିଦ୍ଧ ମୁଲତାନି ବେକେରୀର ୬୦ ବର୍ଷୀୟ ମାଲିକ ସୁନୀଲ ସଦରଙ୍ଗାନୀ ବିଜୟପୁର ରୋଡରେ…

ଛାନିଆ ହୋଇଗଲେ କି ଯାତ୍ରା ମାଲିକ ନାଣ୍ଡୁ! ସାଇ ସତ୍ୟଜିତଙ୍କ ମା’ଙ୍କ ଅଭିଯୋଗ ପରେ…

ଭୁବନେଶ୍ୱର,୬।୨: ଖଳନାୟକ ସାଇ ସତ୍ୟଜିତଙ୍କ ମା’ଙ୍କ ଅଭିଯୋଗ ପରେ ଖଣ୍ଡଗିରି ଥାନାରେ ହାଜର ହେଲେ ‘ତୁଳସୀ’ ଗଣନାଟ୍ୟ ମାଲିକ ଅନନ୍ତ ଧଳ ଓରଫ ନାଣ୍ଡୁ। ସାଇଙ୍କ ମା’ଙ୍କ…

ଅଲିମ୍ପିଆନ ସୁଶୀଲଙ୍କ ଜାମିନ ଖାରଜ

ନୂଆଦିଲ୍ଲୀ,୬ା୨: ସ୍ଥାନୀୟ ଛତ୍ରସାଲ ଷ୍ଟାଡିୟମରେ ପୂର୍ବତନ ଜାତୀୟ ଜୁନିୟର କୁସ୍ତି ଚାମ୍ପିୟନ ସାଗର ଧନକରଙ୍କ ହତ୍ୟା ମାମଲାରେ ଗିରଫ ଅଲିମ୍ପିଆନ ସୁଶିଲ କୁମାରଙ୍କ ଜାମିନ ଆବେଦନକୁ ଦିଲ୍ଲୀର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri