Categories: ଖେଳ

ଭାରତୀୟ ଦଳକୁ ଚେତାବନୀ ଦେଲେ ସୁନୀଲ ଗାଭାସ୍କର

ନୂଆଦିଲ୍ଲୀ,୩୧।୫: ଜୁନ୍‌ ୨ରୁ ଭାରତୀୟ ଦଳ ଇଂଲଣ୍ଡ ଗସ୍ତରେ ଯିବ। ସେଠାରେ ଦଳ ବିଶ୍ୱ ଟେଷ୍ଟ ଚାମ୍ପିଅନସିପର ଫାଇନାଲ ବ୍ୟତୀତ ଇଂଲଣ୍ଡ ସହ ପାଞ୍ଚ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଖେଳିବାକୁ ପଡିବ। ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ସୁନୀଲ ଗାଭାସ୍କର ଅନୁଭବ କରିଛନ୍ତି ଯେ, ଭାରତ ବିପକ୍ଷ ପାଞ୍ଚ ଟେଷ୍ଟ ଘରୋଇ ସିରିଜରେ ଇଂଲଣ୍ଡ ସବୁଜ ଟପ ଉଇକେଟ ଦେବ। ସେ କହିଛନ୍ତି ଯେ ଚଳିତ ବର୍ଷ ଇଂଲଣ୍ଡ ଦଳ ଭାରତ ଗସ୍ତ କରିଛି। ଏହି ସିରିଜ ସମୟରେ ସେ ଭାରତୀୟ ପିଚ ପାଇଁ ଅନେକ ଥର ପ୍ରଶ୍ନ ଉଠାଇଛନ୍ତି। ଏପରି ପରିସ୍ଥିତିରେ ଯଦି ଇଂଲଣ୍ଡ ଘରୋଇ ଟେଷ୍ଟ ସିରିଜ ପାଇଁ ପ୍ରସ୍ତୁତ ପିଚରେ ଘାସ ଛାଡିଦିଏ ତେବେ ମୁଁ ଆଶ୍ଚର୍ଯ୍ୟ ହେବି ନାହିଁ ବୋଲି ସେ କହିଛନ୍ତି।
ଅନେକ ଇଂଲଣ୍ଡ ଖେଳାଳି ଭାରତୀୟ ପିଚ ବିଷୟରେ ପ୍ରଶ୍ନ ଉଠାଇଛନ୍ତି। ଏଭଳି ପରିସ୍ଥିତିରେ ଇଂଲଣ୍ଡ ଗସ୍ତ ସମୟରେ ଭାରତକୁ ଦ୍ରୁତ ବୋଲରଙ୍କ ପିଚରେ ଖେଳିବାକୁ ପଡିପାରେ। ତେବେ ଏବେ ଏହା ଭାରତ ପାଇଁ କୌଣସି ଅସୁବିଧା ହେବ ନାହିଁ। କାରଣ ଟିମ ଇଣ୍ଡିଆରେ ମଧ୍ୟ ଏପରି ବୋଲିଂ ଆକ୍ରମଣ ରହିଛି, ଯାହା ଏଭଳି ପିଚ୍‌ରେ ପ୍ରଭାବଶାଳୀ ହୋଇପାରେ। ଏଭଳି ପରିସ୍ଥିତିରେ ଇଂଲଣ୍ଡ ବ୍ୟାଟ୍ସମ୍ୟାନ୍‌ମାନେ ଓଲଟପାଲଟ କରିପାରନ୍ତି ବୋଲି ଭାରତୀୟ ଦଳକୁ ଚେତାବନୀ ଦେଇ କହିଛନ୍ତି। ଗାଭାସ୍କର ଟିମ ଇଣ୍ଡିଆର ବିଜୟର ଆଶା ପ୍ରକାଶ କରିଛନ୍ତି। ଭାରତ ହାତରେ ଇତିହାସ ସୃଷ୍ଟି କରିବାର ଏକ ସୁବର୍ଣ୍ଣ ସୁଯୋଗ ରହିଛି। ବିଶ୍ୱ ଟେଷ୍ଟ ଚାମ୍ପିଅନସିପର ଫାଇନାଲ ପରେ ମଧ୍ୟ ଭାରତୀୟ ଦଳ ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ ପାଇଁ ପ୍ରସ୍ତୁତି ପାଇଁ ୬ ସପ୍ତାହ ସମୟ ପାଇବ। ଦଳ କିଛି ଅଭ୍ୟାସ ମ୍ୟାଚ ଖେଳିବା ଏବଂ ଇଂଲଣ୍ଡ ପାଗ ସହିତ ନିଜକୁ ଖାପ ଖାଇବା ପାଇଁ ଯଥେଷ୍ଟ ହେବ ବୋଲି ସେ କହିଛନ୍ତି।

Share