Posted inଖେଳ

‘ପନ୍ତଙ୍କ ପାଖରେ ଦାୟିତ୍ୱଜ୍ଞାନର ଅଭାବ’

ଜୋହାନ୍ସବର୍ଗ,୫।୧: ଦୁଇ ଅଭିଜ୍ଞ ବ୍ୟାଟର ଚେତେଶ୍ୱର ପୂଜାରା ଓ ଅଜିଙ୍କ୍ୟ ରାହାନେ ନ୍ୟୁ ଇୟର ଟେଷ୍ଟର ତୃତୀୟ ଦିନରେ ଟିମ୍‌ ଇଣ୍ଡିଆକୁ ଭଲ ଆରମ୍ଭ ଦେଇଥିଲେ। ପ୍ରବଳ ଚାପରେ ଖେଳୁଥିବା ଦୁଇ ବ୍ୟାଟର ଅର୍ଦ୍ଧଶତକ ପୂରଣ କରିବା ପରେ ଫେରିଥିଲେ ପ୍ୟାଭିଲିଅନ। ତୃତୀୟ ଉଇକେଟ ପାଇଁ ଦୁହେଁଙ୍କ ମଧ୍ୟରେ ୧୧୧ ରନ୍‌ର ଭାଗୀଦାରି ହୋଇଥିଲା। କ୍ରମାଗତ ବ୍ୟବଧାନରେ ଦୁଇ ବରିଷ୍ଠ ବ୍ୟାଟର ଆଉଟ୍‌ ହେବା ପରେ ବେପରୁଆ ଶଟ୍‌ ଖେଳି ଆଉଟ୍‌ ହୋଇଥିଲେ ରିଷଭ ପନ୍ତ। ଏଥିଲାଗି ତାଙ୍କୁ ସମାଲୋଚନା କରି ତାଙ୍କ ପାଖରେ ଦାୟିତ୍ୱଜ୍ଞାନର ଅଭାବ ଥିବା କହିଛନ୍ତି କିମ୍ବଦନ୍ତୀ ବ୍ୟାଟର ସୁନିଲ ଗାଭାସ୍କର।

“ସେହି ଶଟ୍‌ ପାଇଁ ତାଙ୍କୁ କଦାପି କ୍ଷମା କରାଯାଇ ପାରିବ ନାହିଁ। ସେଭଳି ଶଟ୍‌ ଖେଳିବାର ଆବଶ୍ୟକତା ନ ଥିଲା। ତାଙ୍କ ପାଖରେ ଦାୟିତ୍ୱଜ୍ଞାନର ଅଭାବ ରହିଛି। ରାହାନେ, ପୂଜାରା କ୍ରିଜ୍‌ରେ ସମୟ ବିତାଇଥିଲେ। ଏଥିଯୋଗୁ ସେମାନଙ୍କୁ ହାତ, ଦେହରେ ବଲ ଖାଇବାକୁ ପଡ଼ିଥିଲା। ତୁମକୁ ମଧ୍ୟ ଲଢ଼େଇ କରିବାକୁ ପଡ଼ିବ” ବୋଲି ମ୍ୟାଚ୍‌ ବେଳେ କମେଣ୍ଟ୍ରି କରୁଥିବା ଗାଭାସ୍କର କହିଛନ୍ତି।

ରାହାନେ ଉଇକେଟ ପଛରେ କ୍ୟାଚ୍‌ ଆଉଟ୍‌ ହେବା ପୂର୍ବରୁ ୫୮ ରନ୍‌ କରିଥିଲେ। ସେହିଭଳି ୫୩ ରନ୍‌ କରିଥିବା ପୂଜାରା ଏଲବିଡବ୍ଲ୍ୟୁ ଆଉଟ୍‌ ହେବାରୁ ଭାରତୀୟ ଦଳର ଦ୍ୱିତୀୟ ଇନିଂସ ସ୍କୋର ୧୬୩/୪କୁ ଖସି ଆସିଥିଲା। ଏଭଳି ପରିସ୍ଥିତିରେ ଉଇକେଟକିପର ବ୍ୟାଟର ପନ୍ତ କ୍ରିଜରେ ସମୟ ବିତାଇବା ଯାଗାରେ ବଡ଼ ଶଟ୍‌ ମାରିବାକୁ ଉଦ୍ୟମ କରିଥିଲେ। ଯାହାକି ତାଙ୍କ ପାଇଁ କାଳ ସାଜିଥିଲା। ଏକ ଶଟ୍‌ ପିଚ୍‌ ବଲକୁ ଷ୍ଟେପ୍‌ ଆଉଟ୍‌ କରି ମାରିବାକୁ ଉଦ୍ୟମ କଲା ବେଳେ ବଲ ବ୍ୟାଟର ଏଜ ନେଇ ଚାଲିଯାଇଥିଲା ଉଇକେଟକିପରଙ୍କ ହାତକୁ।


Enter your email to get our daily news in your inbox.

All Right Reserved By Dharitri.Com

ନାବାଳିକା ବଳାତ୍କାର, ଗର୍ଭପାତ ମାମଲା: ମିଳିଲା ନବଜାତକ

ଯାଜପୁରରୋଡ଼, ୧୭ା୨(ପବିତ୍ର ରଞ୍ଜନ ମହାନ୍ତି): ଯାଜପୁରରୋଡ ଥାନା ପୋଲିସ ନାବାଳିକା ଗର୍ଭପାତ ଘଟଣାରେ ୨ ଜଣଙ୍କୁ ଗିରଫ କରିଛି। ଏହି ଘଟଣାରେ ନାବାଳିକାଙ୍କୁ ଗର୍ଭବତୀ କରିଥିବା କୋପଣ୍ଡ…

ଆଜି ବର୍ଷର ପ୍ରଥମ ସୂର୍ଯ୍ୟୋପରାଗ, ଭାରତରେ ଦୃଶ୍ୟମାନ…

ଭୁବନେଶ୍ୱର,୧୭ା୨ (ସୁଚିସ୍ମିତା ସାହୁ): ବର୍ଷର ପ୍ରଥମ ବଳୟ ସୂର୍ଯ୍ୟୋପରାଗ ମଙ୍ଗଳବାର ସଙ୍ଗଠିତ ହେବ । ଆଫ୍ରିକାର ଦକ୍ଷିଣ ପାର୍ଶ୍ୱ, ଦକ୍ଷିଣ ଆମେରିକାର ଦକ୍ଷିଣ ପାର୍ଶ୍ୱ, ପ୍ରଶାନ୍ତ ମହାସାଗର,…

ପାକିସ୍ତାନକୁ ଧୂଳି ଚଟାଇ ସ୍ବଦେଶ ଫେରିଲେ ମେନ ଇନ ବ୍ଲୁ, ଜାଣନ୍ତୁ ପରବର୍ତ୍ତି ମ୍ୟାଚ କାହା ସହ ଖେଳିବ ଟିମ୍‌ ଇଣ୍ଡିଆ

ନୂଆଦିଲ୍ଲୀ,୧୭।୨: ଗତ ରବିବାର (୧୫ ଫେବୃଆରୀ) କଲମ୍ବୋର ଆର. ପ୍ରେମଦାସା ଷ୍ଟାଡିୟମରେ ଖେଳାଯାଇଥିବା ମ୍ୟାଚରେ ଟିମ ଇଣ୍ଡିଆ ପାକିସ୍ତାନକୁ ୬୧ ରନରେ ପରାସ୍ତ କରିଥିଲା। ପରଦିନ, ସୋମବାର…

Delhi Accident: ରିଲ ନିଶାରେ ଦୌଡାଇଲେ ସ୍କର୍ପିଓ, ଚାଲିଗଲା ବାଇକ ଚାଳକଙ୍କ ଜୀବନ, ନ୍ୟାୟ ପାଇଁ ଗୁହାରି କରୁଛନ୍ତି ମାଆ

ନୂଆଦିଲ୍ଲୀ,୧୭।୨: ଦିଲ୍ଲୀର ଦ୍ୱାରକା ଦକ୍ଷିଣ ପୋଲିସ ଷ୍ଟେଶନ ଅଞ୍ଚଳରେ ଫେବୃଆରୀ ୩,୨୦୨୬ ରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଥିଲା, ଯାହା ଫଳରେ ଜଣେ ଯୁବକଙ୍କ ମୃତ୍ୟୁ…

ଧରିତ୍ରୀର ପ୍ରଭାବ, ଅଚଳ ପାନୀୟଜଳ ପ୍ରକଳ୍ପ କାର୍ଯ୍ୟକ୍ଷମ ପାଇଁ ପ୍ରଶାସନିକ ତତ୍ପରତା         

ଦିଗପହଣ୍ଡି,୧୭ା୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ସହଦେବ ଟିକରପଡ଼ା ପଞ୍ଚାୟତ ଫାସିବନ୍ଧ ଗ୍ରାମରେ ଗତ ୨୦୧୯-୨୦ ଆର୍ଥିକ ବର୍ଷରେ ବସୁଧା ଯୋଜନାରେ ପ୍ରାୟ ୮୦…

ପାକିସ୍ତାନର ପ୍ରଦର୍ଶନକୁ ନେଇ ନକ୍‌ଭି ଅସନ୍ତୋଷ: ଦଳରୁ ବାଦ୍‌ ପଡିବେ ବାବର, ଶାହିନ

କରାଚୀ,୧୭ା୨- ଭାରତ ବିପକ୍ଷ ଟି୨୦ ବିଶ୍ୱକପ୍‌ର ମ୍ୟାଚ୍‌ରେ ନୈରାଶ୍ୟଜନକ ପ୍ରଦର୍ଶନ କରିଥିବା ପାକିସ୍ତାନ ଦଳର ସିନିୟର ଖେଳାଳିଙ୍କୁ ପରବର୍ତ୍ତୀ ମ୍ୟାଚ୍‌ରୁ ବାଦ୍‌ ଦିଆଯିବ। ଆସନ୍ତା ୧୮ ତାରିଖରେ…

ଏସ୍‌ସିବିରେ ଡ୍ୟୁଟି ସମୟରେ ଶୋଉଛନ୍ତି କର୍ମଚାରୀ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ

କଟକ,୧୭।୨ (ଶିଳ୍ପା ପ୍ରିୟଦର୍ଶିନୀ): ଏସ୍‌ସିବି ମେଡିକାଲରେ ଦିନକୁ ଦିନ ଅବ୍ୟବସ୍ଥା ବଢ଼ିବାରେ ଲାଗିଛି । ରୋଗୀଙ୍କୁ ସୁବିଧା ଯୋଗାଇବା ପାଇଁ ବ୍ୟାଟେରି ଗାଡି ରହିଛି । ହେଲେ…

ଦାରିଙ୍ଗବାଡିରେ ମହମ୍ମଦ ମୋକିମ, ନୂଆ ଦଳ ଗଠନ ପୂର୍ବରୁ ସହଯୋଗ ଲୋଡିଲେ

ଦାରିଙ୍ଗବାଡି,୧୭।୨ (ଅରୁଣ ସାହୁ ):କନ୍ଧମାଳ ଜିଲା ଦାରିଙ୍ଗବାଡି ଗସ୍ତରେ ସୋମବାଇ କଟକ ପୂର୍ବତନ ବିଧାୟକ ମହମ୍ମଦ ମୋକିମ । ଏତେ ଲୋକ ପ୍ରିୟ ଯେ ତାଙ୍କୁ ଭେଟିବାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri