ଅଶ୍ୱିନଙ୍କ ସନ୍ନ୍ୟାସ ଘୋଷଣାର ସମୟକୁ ନେଇ ପ୍ରଶ୍ନ ଉଠାଇଲେ ଗାଭାସ୍କର, କହିଦେଲେ ଏମିତି

ବ୍ରିସବେନ,୧୮।୧୨: ଭାରତୀୟ ଟିମ୍‌ର ପୂର୍ବତନ ଅଧିନାୟକ ତଥା ନିଜ ସମୟର ଭେଟେରାନ ବ୍ୟାଟ୍ସମ୍ୟାନ ସୁନୀଲ ଗାଭାସ୍କର ରବିଚନ୍ଦ୍ରନ ଅଶ୍ୱିନଙ୍କ ଅବସର ଘୋଷଣା ନେଇ ପ୍ରଶ୍ନ ଉଠାଇଛନ୍ତି। ବିଶେଷକରି ସନ୍ନ୍ୟାସ ନେବାର ସମୟକୁ ସେ ଆଲୋଚନା କରିଛନ୍ତି। ଅଶ୍ୱିନ ଟେଷ୍ଟ ସିରିଜ ଶେଷ ହେବାର ଅପେକ୍ଷା କରିପାରିଥାନ୍ତେ। କାରଣ ଭାରତୀୟ ଟିମ୍‌ ନିକଟରେ ଆଗାମୀ ୨ ଟେଷ୍ଟ ମ୍ୟାଚ୍‌ ଲାଗି ୧ ସଦସ୍ୟ କମ୍‌ ହୋଇଥିବା ଗାଭାସ୍କର କହିଛନ୍ତି।

ଅଶ୍ୱିନ ତୃତୀୟ ଟେଷ୍ଟ ସମାପ୍ତ ହେବା ପରେ ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ନ୍ୟାସ ନେବାର ଘୋଷଣା କରି ସମସ୍ତଙ୍କୁ ଚମକାଇ ଦେଇଛନ୍ତି। ୫ ମ୍ୟାଚ୍‌ ବିଶିଷ୍ଟ ସିରିଜ ଏବେ ୧-୧ରେ ସମାନ ରହିଛି। ତେବେ ଗାଭାସ୍କର ଅଶ୍ୱିନଙ୍କ ନିଷ୍ପତ୍ତି ନେଇ କହିଛନ୍ତି ଯେ, ସିରିଜ ଶେଷ ହେବା ପରେ ଭାରତୀୟ ଟିମ୍‌ରେ ଚୟନ ଲାଗି ଉପଲବ୍ଧ ରହିବି ନାହିଁ। ଏମିତି କହିବାର ମାନେ ବା କ’ଣ। ମହେନ୍ଦ୍ର ସିଂ ଧୋନୀ ମଧ୍ୟ ଏହିଭଳି ୨୦୧୪-୧୫ ସିରିଜ ସମୟରେ ତୃତୀୟ ଟେଷ୍ଟ ମ୍ୟାଚ୍‌ ପରେ ସନ୍ନ୍ୟାସ ଘୋଷଣା କରିଥିଲେ। ଏମିତିରେ ଦଳରେ ଜଣେ ସଦସ୍ୟ କମ୍‌ ହୋଇଯାଇଥାଏ।

Share
Tags: Sports News